ପ୍ରେରଣା

ଯାହାଙ୍କ ମାର୍ଗଦର୍ଶନ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାରେ ବିଶେଷ ଭୂମିକା ବହନ କରେ, ଯାହାଙ୍କ କେଇ ପଦ କଥା ଅବା ପରାମର୍ଶ ପିଲାଙ୍କୁ ସଫଳତାର ଶିଖର ଛୁଇଁବା ଲାଗି ପ୍ରେରଣା ଯୋଗାଏ, ସେ ହେଉଛନ୍ତି ଗୁରୁ। ଗୁରୁଦିବସ ଉପଲକ୍ଷେ ବିଶେଷ ଉପସ୍ଥାପନା…ଯାହାଙ୍କ ମାର୍ଗଦର୍ଶନ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାରେ ବିଶେଷ ଭୂମିକା ବହନ କରେ, ଯାହାଙ୍କ କେଇ ପଦ କଥା ଅବା ପରାମର୍ଶ ପିଲାଙ୍କୁ ସଫଳତାର ଶିଖର ଛୁଇଁବା ଲାଗି ପ୍ରେରଣା ଯୋଗାଏ, ସେ ହେଉଛନ୍ତି ଗୁରୁ। ଗୁରୁଦିବସ ଉପଲକ୍ଷେ ବିଶେଷ ଉପସ୍ଥାପନା…

ସଫଳ କରିଛି ସାର୍‌ଙ୍କ ମାର୍ଗଦର୍ଶନ:”ଗୁରୁ କହିଲେ କେବଳ ସ୍କୁଲ, କଲେଜରେ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀଶିକ୍ଷକ ନୁହନ୍ତି, ବରଂ ଜୀବନରେ ଧ୍ରୁବତାରା ପରି ମାର୍ଗଦର୍ଶନ କରୁଥିବା ପ୍ରତ୍ୟେକ ମହାନ୍‌ ବ୍ୟକ୍ତିତ୍ୱଙ୍କୁ ହିଁ ଗୁରୁର ଆଖ୍ୟା ଦିଆଯାଇପାରେ। ମୋ ଜୀବନରେ ଯିଏ ମୋତେ ଅନ୍ଧାରରୁ ହାତ ଧରି ଆଲୋକବର୍ତ୍ତୀ କରିଛନ୍ତି, ସେ ହେଉଛନ୍ତି ମୋର ପ୍ରାଥମିକ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ ସାର୍‌। ସେ କେବଳ ଜଣେ ଶିକ୍ଷକ ନ ଥିଲେ, ମୋ ପାଇଁ ମାର୍ଗଦର୍ଶକ ଓ ସର୍ବୋପରି ଈଶ୍ୱର ଅଟନ୍ତି। ମୁଁ ତୃତୀୟ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେ ଆମ ସ୍କୁଲକୁ ବଦଳି ହୋଇ ଆସିଥିଲେ। ପ୍ରଥମଥର ସେ ଯେତେବେଳେ ଆମ ଶ୍ରେଣୀକୁ ଆସିଲେ, ସେ ପିଲାମାନଙ୍କୁ ଗୋଟିଏ ଦରଖାସ୍ତ ଲେଖିବା ପାଇଁ କହିଥିଲେ। କିଛି ପିଲା ଲେଖିସାରି ଦେଖାଇଲେ, କିଛି ପିଲା ଏପଟସେପଟ ଅନାଇ କାହାଠାରୁ ଉତାରିବୁ ସେ ଚିନ୍ତାରେ ଥିଲେ। ହେଲେ ମୁଁ ସାର୍‌ଙ୍କ ସାମ୍ନାରେ ଖାତାଟି ବଢ଼ାଇଦେଇ କହିଲି- ମୋତେ ଆସୁନି, ଆପଣ ବତେଇ ଦିଅନ୍ତୁ। ସାର୍‌ ବୋଧହୁଏ ମୋତେ ପରୀକ୍ଷା କରିବା ପାଇଁ କହିଲେ, ତୁ ଅନ୍ୟ ପିଲାଙ୍କ ପରି କାହାଠୁ ଉତାରି ଆଣିଲୁନି? ମୁଁ ମଧ୍ୟ ଦମ୍ଭର ସହ ଉତ୍ତରଦେଲି, ଆପଣ ମୋର ଶିକ୍ଷକ; ସେ ପିଲାମାନେ ନୁହନ୍ତି। ସାର୍‌ ହସିଲେ। ସେଇଦିନଠାରୁ ସାର୍‌ ନିଜ ଝିଅ ଭଳି ମୋତେ ସବୁ ବିଷୟରେ ଉତ୍ସାହିତ କଲେ। ଆଉ ମୁଁ ମଧ୍ୟ କୌଣସି ଶ୍ରେଣୀରେ ଆଉ ଦ୍ବିତୀୟ ସ୍ଥାନ ଅଧିକାର କରିନି। ତୃତୀୟ, ପଞ୍ଚମ, ସପ୍ତମ ଶ୍ରେଣୀରେ ବୃତ୍ତି ପାଇବା ସହ ବିଜ୍ଞାନ ପ୍ରଦର୍ଶନୀରେ ସଫଳତା, ଏତଦ୍‌ବ୍ୟତୀତ ସବୁ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛି। ଆଜି ସମାଜରେ ମୁଣ୍ଡ ଟେକି ସମ୍ମାନର ସହ ବଞ୍ଚତ୍ବାର ଶ୍ରେୟ କେବଳ ମୋ ସାର୍‌ଙ୍କର ମାର୍ଗଦର୍ଶନ ଓ ଶିକ୍ଷାର ପରିଣାମ ବୋଲି ମୁଁ ସ୍ବୀକାର କରେ। ଆଜି ଗୁରୁଦିବସର ଏଇ ପୁଣ୍ୟ ଅବସରରେ ମୋର ସେଇ ପିତୃପ୍ରତିମ ଗୁରୁଙ୍କୁ ପ୍ରଣାମ ଜଣାଇବା ସହ ତାଙ୍କର ଦୀର୍ଘାୟୁ ଓ ସୁଖୀ ଜୀବନ କାମନା କରୁଛି।
– ଲିପ୍ସା ପଟେଲ, ଭବାନୀପାଟଣା
ଶିକ୍ଷକଙ୍କ ଗାଳି ବଦଳାଇ ଦେଲା ଜୀବନ: ୧୯୬୨ ମସିହା କଥା। ସେତେବେଳେ ମୁଁ କେନ୍ଦ୍ରାପଡ଼ା ଜିଲା ଦୋହଳି ମଡେଲ ହାଇସ୍କୁଲରେ ଷଷ୍ଠଶ୍ରେଣୀରେ ପଢ଼ୁଥାଏ। ବର୍ତ୍ତମାନ ଏହା ବନମାଳୀ ବ୍ରହ୍ମଚାରୀ ହାଇସ୍କୁଲ ନାମରେ ପରିଚିତ। ଆମର ଜଣେ ଶିକ୍ଷକ ଥିଲେ ଜଗନ୍ନାଥ ମିଶ୍ର। ତାଙ୍କୁ ସମସ୍ତେ ଡରନ୍ତି। କାରଣ ଅକ୍ଷର ଖରାପ କଲେ କିମ୍ବା ଅଙ୍କ ଭୁଲ କଲେ ସେ ଆଙ୍ଗୁଠିକୁ ବହୁତ ପିଟନ୍ତି। ଥରେ ତାଙ୍କ ହାବୁଡ଼େ ମୋ ପାଳି ପଡ଼ିଲା। ମୋ ହସ୍ତାକ୍ଷର ଖାତା ଦେଖି ମୋର ହାତ ଆଙ୍ଗୁଠିକୁ ଡଷ୍ଟରରେ ଛେଚିଲେ। ଆଉ କହିଲେ, ଏତେ ଖରାପ ଅକ୍ଷର ଲେଖିଲେ ଜୀବନରେ କ’ଣ କରିବୁ। ଭବିଷ୍ୟତରେ ଯଦି ଡାକ୍ତଟିଏ ହେବୁ, ତାହାଲେ କ’ଣ ଏମିତି ଅକ୍ଷରରେ ରୋଗୀଙ୍କୁ ଔଷଧ ଲେଖିକିଦେବୁ? ଯେଉଁ ପର୍ଯ୍ୟନ୍ତ ତୋ ଅକ୍ଷର ଭଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆଙ୍ଗୁଠିଛେଚା ଖାଉଥିବୁ। ମନେମନେ ତାଙ୍କ ଉପରେ ବହୁତ ରାଗିଥାଏ। ସେହିଦିନଠାରୁ କେତେଥର ଆଙ୍ଗୁଠିରେ ମାଡ଼ ଖାଇଛି ଏବଂ ଚେଷ୍ଟା କରିଛି ଭଲ ଲେଖିବା ପାଇଁ। ଧୀରେ ଧୀରେ ଅକ୍ଷର ଭଲ ହେବା ସହ ଯାହା ହେଉ ଜଣେ ଡାକ୍ତର ମଧ୍ୟ ହୋଇ ପାରିଛି। ସତରେ ସେଦିନ ସାର୍‌ଙ୍କ ସେହି ଗାଳି ଯେ ମୋ ପାଇଁ ଆଶୀର୍ବାଦ ହୋଇ ଏତେ ବଡ଼ ପରିବର୍ତ୍ତନ ଆଣିଦେବ ଏବେ ସେ କଥା ବେଶ୍‌ ଭଲ ଭାବେ ବୁଝିପାରୁଛି। ସେହି ମହାନ୍‌ ଶିକ୍ଷକ ମୋ ପାଇଁ ସର୍ବଦା ନମସ୍ୟ।
– ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁରୋଗ ବିଶେଷଜ୍ଞ, ଭୁବନେଶ୍ୱର
ଗୁରୁଙ୍କ ଶିକ୍ଷା ସର୍ବଦା କାମରେ ଆସେ: ମୁଁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ପଢ଼ୁଥାଏ। ନବମ ଶ୍ରେଣୀରେ ବିଜ୍ଞାନ ଓ ଗଣିତ ପାଇଁ ଆମର ବିଜ୍ଞାନ ଶିକ୍ଷକ ଶତ୍ରୁଘ୍ନ ଭୂତିଆ ସାର୍‌ଙ୍କ ପାଖକୁ ଟିଉସନ୍‌ ହେବାକୁ ଯାଉଥିଲି। ସାର୍‌ ଜଣେ ଛାତ୍ରବତ୍ସଳ ଶିକ୍ଷକ। ସେ ମଧ୍ୟ ଆମର ଏନ୍‌ସିସି ସାର୍‌ ଥିଲେ। ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାବରେ ସମାଜରେ ତାଙ୍କର ବହୁତ ସୁନାମ ଥାଏ। ସେ ଅନେକ ପୁସ୍ତକ ରଚନା କରିଛନ୍ତି। ଏକଦା ସାର୍‌ ଆମ ସମସ୍ତ ଟିଉସନ୍‌ ଛାତ୍ରୀଛାତ୍ରଙ୍କୁ କପିଳାସ ଡିଅର ପାର୍କକୁ ଭୋଜି କରିବାକୁ ନେଇଥିଲେ। ସାଙ୍ଗରେ ଆମ ସ୍କୁଲ୍‌ର ଶିକ୍ଷକ କାଶୀ ସାର୍‌ ମଧ୍ୟ ଯାଇଥିଲେ ଏବଂ ସେ ରୋଷେଇ ଦାୟିତ୍ୱ ବୁଝୁଥିଲେ। ସେଦିନ ବଣଭୋଜି ଆସରଟା ବହୁତ ମଜାରେ କଟିଥିଲା। ସନ୍ଧ୍ୟା ହେବାକୁ କିଛି ସମୟ ଥିଲା। ଖାଇ ପିଇ ସାରି ଆମେ ଜିନିଷପତ୍ର ଧରି ଗାଡ଼ି ପାଖକୁ ଚାଲିଚାଲି ଆସିଲୁ। ବାଟରେ ଆସିଲା ବେଳେ ଗୋଟିଏ ଗଛ ପାଖରେ ସାର୍‌ ଆମ ସମସ୍ତଙ୍କୁ ଅଟକାଇ ଗଛଟିକୁ ଦେଖିବାକୁ କହିଲେ। ଆମେ ସମସ୍ତେ ଗଛକୁ ଚାହିଁଲୁ। ଗଛଟି ବିରାଟକାୟ ହେଲେ ମଧ୍ୟ ପୂରା ଗଛଟିକୁ ଗୋଟିଏ ନଈ ପରାଏ ଲତାଟିଏ ଢାଙ୍କି ରଖିଥାଏ। ସମସ୍ତେ ଉତ୍ସୁକତାର ସହିତ ଲତ ଟିକୁ ଦେଖୁଥାଉ। ତା’ ପରେ ସାର୍‌ ବୁଝାଇଲେ, ଏହି ଲତାଟି ବଞ୍ଚତ୍ବା ପାଇଁ ନିଜେ ସଂଘର୍ଷ ନକରି ଅନ୍ୟ ଉପରେ ବଞ୍ଚତ୍ବା ଓ ବଢ଼ିବାକୁ ଭରସା କରିଥାଏ। ଏହା ଏକ ପରଜୀବୀ ଅଟେ। ଏହା ଛୋଟିଆ ଖଣ୍ଡେ ହୋଇଥିଲେ ମଧ୍ୟ ଯେତେବେଳେ ଅନ୍ୟ ଏକ ବୃକ୍ଷ ସମ୍ପର୍କରେ ଆସେ, ଖୁବ୍‌ଶୀଘ୍ର ଏହା ସମଗ୍ର ବୃକ୍ଷଟିକୁ ବ୍ୟାପୀଯାଏ। ଶେଷରେ ଯେଉଁ ଗଛର ଆଶ୍ରା ପାଇ ବଞ୍ଚେ ଓ ବଢ଼େ ପରେ ସେଇ ଗଛଟିକୁ ମାରି ଦେଇଥାଏ। ତେବେ ଏହି ଲତାଟିର ନଁା ହେଲା ନିର୍ମୂଳି। ବୁଝିଲ ପିଲେ! ତେବେ ଏଥିରୁ ଆମେ କ’ଣ ଶିଖିଲେ? ଏହି ନିର୍ମୂଳି ଲତା ପରି ମଣିଷ ମଧ୍ୟ ଆମ ସମାଜରେ ଅଛନ୍ତି। ଯେଉଁମାନେ ଅନ୍ୟ ମନରେ ବିଶ୍ୱାସ ଜନ୍ମାଇ ସର୍ବସ୍ବ ଲୁଟି ନେଇ ଶେଷରେ ମରଣମୁଖକୁ ଠେଲି ଦିଅନ୍ତି। ତେଣୁ ସେହିପରି ବନ୍ଧୁ କି ମଣିଷକୁ ଚିହ୍ନି ନିଜକୁ ସେମାନଙ୍କଠାରୁ ଦୂରେଇ ରଖିପାରିଲେ ନିଜେ ସୁରକ୍ଷିତ ବଞ୍ଚତ୍ପାରିବ। ଏହି ତତ୍ତ୍ୱଟିକୁ ବିଜ୍ଞାନ ଶିକ୍ଷା ମଧ୍ୟରେ ସାର୍‌ ସେଦିନ ଆମକୁ ଶିଖେଇଥିଲେ। ଆଜି ବି ଯେଉଁ ଗଛରେ ନିର୍ମୂଳି ଲତାଟି ମାଡ଼ିଥାଏ, ସମୟ ପାଇଲେ ତାକୁ ସେହି ଗଛରୁ କାଢ଼ିଦିଏ ଓ ସାର୍‌ଙ୍କ କଥା ମନେପଡ଼ିଯାଏ। ଦୁଃଖର କଥା, ସାର୍‌ ଆଉ ନାହାନ୍ତି। ଏହି ଗୁରୁଦିବସରେ ତାଙ୍କ ଦ୍ୱାଦଶାହ କାର୍ଯ୍ୟପାଳନ ହେବ। ତାଙ୍କ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଏମିତିରେ ବିଦ୍ୟାଳୟ ବେଳରେ ଅନେକ ଗୁରୁଙ୍କ ସହିତ ସ୍ମୃତି ରହିଛି। ଗୁରୁଦିବସ ଅବସରରେ ମୋର ସମସ୍ତ ଗୁରୁଙ୍କ ଚରଣ ତଳେ କୋଟି ପ୍ରଣାମ ଜଣାଉଛି।
– ଅବନୀ କୁମାର ମିଶ୍ର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?