Posted inଜାତୀୟ

ଉର୍ମିଳାଙ୍କ ଏମ୍‌ଏଲସି ହେବାରେ ବାଧା,ଉଦ୍ଧବଙ୍କ ସୁପାରିଶକୁ ଶିନ୍ଦେଙ୍କ ବିରୋଧ…

ମୁମ୍ବାଇ, ୪।୯ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଏମଏଲସି ହେବାର ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଏନେଇ ଏବେ ବାଧା ଉପୁଜିଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଏକ ଚିଠି ପଠାଇଛନ୍ତି ଯେ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦକୁ ପଠାଯାଇଥିବା ୧୨ ଟି ନାମର ସୁପାରିଶକୁ ବାତିଲ କରାଯିବା ଉଚିତ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସୁପାରିଶ କରାଯାଇଥିଲା। ଏହି ତାଲିକା ବାତିଲ କରିବାକୁ ରାଜ୍ୟପାଳ ଖୁବ ଶୀଘ୍ର ନୂତନ ସରକାରଙ୍କୁ ଏକ ଚିଠି ଦେବେ ବୋଲି ଅନୁମାନ କରାଯାଉଛି। ଏହା ପରେ ଶିନ୍ଦେ-ଭାଜପା ସରକାରଙ୍କ ଦ୍ୱାରା ପୁଣି ୧୨ ଟି ନାମ ସୁପାରିଶ କରାଯିବ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୁପାରିଶ କରାଯାଇଥିବା ନାମଗୁଡ଼ିକ ରାଜ୍ୟପାଳଙ୍କ ପାଖରେ ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା। ସେଥିମଧ୍ୟରେ ଶିବସେନାର ଉର୍ମିଲା ମାତୋଣ୍ଡକର, ବିଜୟ କରଞ୍ଜକର, ନିତିନ ବାନୁଗଡେ ପାଟିଲ ଏବଂ ଚନ୍ଦ୍ରକାନ୍ତ ରଘୁବଂଶୀଙ୍କ ନାମ ଥିଲା। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନଏସପି)ର ଏକନାଥ ଖାଡସେ, ରାଜୁ ଶେଟ୍ଟୀ, ଯଶପାଲ ଭିଙ୍ଗେ ଏବଂ ଆନନ୍ଦ ଶିନ୍ଦେଙ୍କ ନାମ ଥିଲା। ଅପରପକ୍ଷରେ କଂଗ୍ରେସର ରଜନିତାଈ ପାଟିଲ, ସଚିନ ସାୱନ୍ତ, ଅନିରୁଦ୍ଧ ଭଙ୍କର, ମୁଜାଫର ହୁସେନଙ୍କ ନାମ ରହିଥିଲା।

ନିକଟରେ ମହାରାଷ୍ଟ୍ରରେ କ୍ଷମତାର ପରିବର୍ତ୍ତନ ପରଠାରୁ ବିଧାନ ପରିଷଦ ସଦସ୍ୟଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହେବାକୁଥିବା ୧୨ ସଦସ୍ୟଙ୍କ ନାମର ନୂତନ ବିଚାରକୁ ନେଇ ଆଲୋଚନା ହୋଇଥିଲା। ଉଦ୍ଧବ ଠାକରେଙ୍କ ଦ୍ୱାରା ପଠାଯାଇଥିବା ତାଲିକାକୁ ନେଇ ସ୍ବାଭିମାନୀ ଶେତକର ସଂଗଠନ ନେତା ତଥା ପୂର୍ବତନ ଏମ୍‌ ପି ରାଜୁ ଶେଟ୍ଟୀ ରାଜ୍ୟପାଳଙ୍କୁ ଭେଟିଥିଲେ। ତାଙ୍କ ନାମ ତାଲିକାରୁ ହଟାଇବାକୁ ସେ ଅନୁରୋଧ କରିଥିଲେ।

କଂଗ୍ରେସର ରଜନିତାଈ ପାଟିଲ ରାଜ୍ୟସଭାକୁ ଯାଇଛନ୍ତି। ଏକନାଥ ଖାଡସେ ଏମଏଲସି ନିର୍ବାଚନରେ ଜିତିଥିଲେ। ଏହା ବ୍ୟତୀତ ଶିବସେନା ତାଲିକାରୁ ଚନ୍ଦ୍ରକାନ୍ତ ରଘୁବଂଶୀ ବର୍ତ୍ତମାନ ଶିନ୍ଦେ ଗୋଷ୍ଠୀରେ ଅଛନ୍ତି।

ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବାକୁ ଥିବା ନୂତନ ତାଲିକାରେ ଭାଜପା-ଶିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବାଗବଣ୍ଟା ହେବ। ଭାଜପା ନଅଟି ସିଟ ପାଇଥିବାବେଳେ ଶିନ୍ଦେ ଗୋଷ୍ଠୀ ତିନିଟି ଆସନ ପାଇବାର ସମ୍ଭାବନା ରହିଛି। ତେବେ ଖବର ପ୍ରକାଶ ପାଇଛି ଯେ ଶିନ୍ଦେ ଦଳ ଚାରିଟି ସିଟ ଦାବି କରିଛନ୍ତି। ଭାଜପାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଏକ ଲମ୍ବା ତାଲିକା ଅଛି। ଭାଜପାରୁ ଏମଏଲସି ଆଶାୟୀଙ୍କ ସଂଖ୍ୟା ଅଧିକ ମଧ୍ୟ ରହିଛି। ତେଣୁ ରାଜ୍ୟରେ ଆଗକୁ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ମିଳିଲେ ପିଓକେ ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ପ୍ରସ୍ତୁତ: ନରାଓ୍ବଣେ

ନୂଆଦିଲ୍ଲୀ,୩।୧: ଇସାରା ମିଳିଲେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ। ଏନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଏକ...

ଶେଖ୍‌ ମୁଜିବୁର ରହମାନ, ସୁଲତାନ କାବୁସ୍‌ ପାଇବେ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୩।୩: ବାଂଲାଦେଶର ରାଷ୍ଟ୍ରପିତା କୁହାଯାଉଥିବା ଶେଖ୍‌ ମୁଜିବୁର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର...

ଆସନ୍ତା ୩ ବର୍ଷ ମଧ୍ୟରେ ୟୁରୋପୀୟ ଦେଶ ଭଳି ଭାରତର ରାସ୍ତା ହେବ ଚକାଚକ୍‌

ନୂଆଦିଲ୍ଲୀ,୨୬।୩: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ରାସ୍ତା ୟୁରୋପୀୟ ଦେଶ ଭଳି ଚକାଚକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି...

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ...

ଜର୍ମାନୀ ଗସ୍ତରେ ମୋଦି

ନୂଆଦିଲ୍ଲୀ,୨୬ ।୬: ଜର୍ମାନୀରେ ହେବାକୁ ଯାଉଥିବା ଦୁଇ ଦିବସୀୟ ଜି-୭ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ଯାତ୍ରା ଆରମ୍ଭ...

ମସ୍‌ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ

ଲକ୍ଷ୍ନୌ,୧୭।୧୧: ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍‌ଏମ୍‌)। ହିନ୍ଦୁ...

ରେକର୍ଡ କଲା ପିଆଜ

ମଦୁରାଇ,୮।୧୨: ଦେଶର ବିଭିନ୍ନ ଭାଗରେ ପିଆଜ ସେଞ୍ଚୁରି ମାରିଥିବା ବେଳେ ତାମିଲନାଡୁର ମଦୁରାଇରେ କିନ୍ତୁ ଏହା ରେକର୍ଡ କରିଛି। ରବିବାର ଏଠାରେ ପିଆଜର କିଲୋଗ୍ରାମ୍‌ ପ୍ରତି...

ଦିଗବିଜୟ ସିଂଙ୍କୁ କରୋନା

ଭୋପାଳ,୧୬।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ ମାଧ୍ୟମରେ ଏ ବିଷୟରେ ସୂଚନା...

Advertisement
Archives

Model This Week