ଶିକ୍ଷକଙ୍କୁ ରାସ୍ତାରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ

ଚିକିଟି,୯।୭(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲ୍ଲା କେ.ନୂଆଗାଁ ଥାନା ଇଲାକାରେ ଏବେ ଆଇନାଶୃଙ୍ଖଳା ବ୍ୟବସ୍ଥା ବିଗିଡିବାରେ ଲାଗିଛି। ବୁଧବାର ଜଣେ ଶିକ୍ଷକ ରାଜେଶ କୁମାର ପାତ୍ରଙ୍କୁ ରାସ୍ତାରୁ ୪ ଜଣ ଯୁବକ ଉଠାଇ ଏକ ନିର୍ଜନ ସ୍ଥାନରେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏପରିକି ତାଙ୍କୁ ପକେଟରେ ଥିବା ଟଙ୍କା ଲୁଟ କରିବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଶିକ୍ଷକ ସ୍କୁଲ ଯାଉଥିବାବେଳେ ତାଙ୍କୁ ଯେପରି ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏ ନେଇ ଶିକ୍ଷକ ମହଲରେ ଚିନ୍ତାର ବିଷୟ ପାଲଟିଥିବାବେଳେ ସାଧାରଣରେ ଏହାକୁ ନେଇ ଦୃଢ଼ ନିନ୍ଦା କରାଯାଇଛି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଲୁଟେରାଙ୍କୁ ଠାବ କରିବା ପାଇଁ ପ୍ରସ୍ତୁତି ଚଳାଇଛି।

ପ୍ରତିଦିନ ପ୍ରତିଦିନ ଭଳି ଉକ୍ତ ଶିକ୍ଷକ ବୁଧବାର ସକାଳ ନିଜ ଘରୁ ବାଇକ ଧରି ଚିକିଟି ପେଣ୍ଠସ୍ଥିତ ଏକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇ ଭାୟା ଡଭାର ଚାନ୍ଦପୁର ଦେଇ ନିଜ ସ୍କୁଲ ପୁହୁଣ୍ଡି କୁ ଯିବା ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ପିଛାକରି ମା’ ରତନେଇ ମନ୍ଦିର ଡୁମାଣି ନିକଟରେ ପହଞ୍ଚି ଶିକ୍ଷକଙ୍କୁ ଅଟକାଇଥିଲେ। ସେମାନେ ରାସ୍ତାରୁ ତାଙ୍କୁ ଉଠାଇ ନେଇ ଏକ ନିର୍ଜନ ସ୍ଥାନରେ ତାଙ୍କୁ ଟଙ୍କା ମାଗିଥିଲେ।

ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଏକ ଖଣ୍ଡାରେ ତାଙ୍କ ଗୋଡ଼, ହାତକୁ ଆକ୍ରମଣ କରିଥିଲେ। ଏପରିକି ଶିକ୍ଷକଙ୍କ ପକେଟରେ ଥିବା ୪ ହଜାର ଟଙ୍କା ଧରି ସେଠାରୁ ଚମ୍ପଟ ମାରିଥିଲେ। ଶିକ୍ଷକଙ୍କର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଆହତ ରାଜେଶ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଲୂଟେରାସ୍‌ମାନେ ଖୁଲମଖୋଲା ସ୍ପଷ୍ଠ ଦିବାଲୋକରେ ପୋଲିସକୁ ଚାଲେଞ୍ଜ ଦେଇ ଯେଉଁକାଣ୍ଡ ଘଟାଇଛନ୍ତି, ତାହାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri