ମେ’ ୧୯ରୁ ଗଞ୍ଜାମରେ ହେବ ଯକ୍ଷ୍ମା ରୋଗୀ ସର୍ଭେ, ଘରକୁ ଘର ବୁଲି…

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଆସନ୍ତା ୧୯ ତାରିଖରୁ ପୁଣି ୧୦୦ ଦିନ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀ ଚିହ୍ନଟ ପାଇଁ ସର୍ଭେ ହେବ। ତେଣୁ ଏନେଇ ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ସ୍ବାସ୍ଥ୍ୟକେନ୍ଦ୍ର, ବେଲଗୁଣ୍ଠା ଏବଂ ଗୋବରା ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ସମୀକ୍ଷା ହୋଇଥିଲା। ଏଥିରେ ପୃଥକ୍‌ ସଭାରେ ଅଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ। ଆଲୋଚନାରେ ବରଗାଁ ମେଡିକାଲ ଅଫିସର ଡ. କଲ୍ୟାଣୀ ମହାପାତ୍ର, ବେଲଗୁଣ୍ଠା ମେଡ଼ିକାଲର ଡ. ସବିତା ବେହେରା, ଗୋବରା ମେଡିକାଲର ଡ. ବସନ୍ତ ସ୍ବାଇଁ, ଗୋବରା କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବେଲଗୁଣ୍ଠା ବିଡିଏମ ପବିତ୍ର କୁମାର ପାଣିଗ୍ରାହୀ, ସୁପରଭାଇଜର ଦୁର୍ଗା ପ୍ରସାଦ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ଏହା ପୂର୍ବରୁ ଗତ ଡିସେମ୍ବର ୭ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହିଭଳି ୧୦୦ ଦିନ ସର୍ଭେ ହୋଇଥିଲା। ସର୍ଭେ ସରିବା ପରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଉକ୍ତ ସର୍ଭେ ସମୟରେ ଯେଉଁମାନେ ବଳକା ରହିଯାଇଛନ୍ତି ସେମାନଙ୍କୁ ବର୍ତ୍ତମାନ ଚିହ୍ନଟ କରିବା ଲକ୍ଷ୍ୟ ରଖାଯାଇଛି। ସର୍ଭେ ସମୟରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଦୁର୍ବଳ ଲୋକଙ୍କ କଫ ପରୀକ୍ଷା କରାଯିବା ସହ ଆବଶ୍ୟକ ସ୍ଥଳେ ଏକ୍ସରେ କରାଯିବ। ଏହାପରେ ଔଷଧ ବଣ୍ଟନ କରାଯିବ। ଏଥିସହ ସେମାନଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ। ବଦାନ୍ୟ ବ୍ୟକ୍ତିଙ୍କୁ ବର୍ତ୍ତମାନ ଚୟନ କରାଯାଉଛି। ସେମାନଙ୍କ ଦାନ ଅର୍ଥରେ ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯିବ। ଏହିଭଳି ଗଞ୍ଜାମ ଜିଲାର ସମସ୍ତ ସରପଞ୍ଚଙ୍କୁ ନିକ୍ଷ ମିତ୍ର ଯୋଜନାରେ ସାମିଲ ହୋଇ ଜଣେ ଜଣେ ୫ ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ଅନୁରୋଧ କରାଯାଇଛି। ଏଥିସହ ସର୍ଭେ ସମୟରେ ଜିଲାର ସମସ୍ତ ଗୋଷ୍ଠୀକୁ ସାମିଲ କରିବା ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଯକ୍ଷ୍ମା ରୋଗୀ ମୁକ୍ତ ଯୋଜନାରେ ଏହି ସବୁ କାର୍ଯ୍ୟକ୍ରମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri