Posted inଖେଳ

ସନ୍ତରଣରେ ଟାଟଜାନାଙ୍କ ବିଶ୍ୱରେକର୍ଡ

ଟୋକିଓ, ୩୧।୭(ଏପି)-
ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪ ବର୍ଷୀୟା ସନ୍ତରଣକାରୀ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଇଭେଣ୍ଟରେ ୨ ମିନିଟ ୧୮.୯୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଅବସରରେ ସେ ଡେନମାର୍କର ରିକି ମୋଲେର ପେଡେରସେନଙ୍କ ନାମରେ ଥିବା ବିଶ୍ୱରେକର୍ଡକୁ ଭାଙ୍ଗିଛନ୍ତି। ବାର୍ସିଲୋନାରେ ଅନୁଷ୍ଠିତ ୨୦୧୩ ବିଶ୍ୱ ଚାମ୍ପିୟନଶିପ୍‌ରେ ପେଡେରସେନ ୨:୧୯.୧୧ ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ଥିଲେ। ଟୋକିଓ ଆକ୍ୱାଟିକ୍‌ ସେଣ୍ଟରରେ ଏହା ତୃତୀୟ ବିଶ୍ୱରେକର୍ଡ। ପୂର୍ବରୁ ୨ଟି ମହିଳା ରିଲେରେ ହୋଇଥିଲା। ”ମୁଁ କେବେ ଏହା ଆଶା କରି ନ ଥିଲି“ ବୋଲି ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ଜିତିଥିବା ଟାଟଜାନା କହିଛନ୍ତି। ରୁଷିଆର ଏଭଗେନି ରେଲୋଭ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଡବଲ ଟାଇଟଲ ହାସଲ କରିଛନ୍ତି। ଇମ୍ମା ମ୍ୟାକକନ ଅଷ୍ଟ୍ରେଲିଆକୁ ଆଉ ଏକ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ସନ୍ତରଣରେ ପୂର୍ବରୁ ରାଜୁତି କରୁଥିବା ଆମେରିକାର ପ୍ରଦର୍ଶନ କିନ୍ତୁ ଏଥର ନୈରାଶ୍ୟଜନକ ରହିଛି। ଚାଇନା ପଦକ ତାଲିକାର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରେଲୋଭ ଅଲିମ୍ପିକ୍‌ ରେକର୍ଡ ସମୟ ୧:୫୩.୨୯ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଆମେରିକାର ରିଆନ ମର୍ଫି ୧:୫୪.୧୫ ସେକେଣ୍ଡ ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ମର୍ଫି ୨୦୧୬ ରିଓ ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ମେଡାଲିଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri