Posted inଖେଳ

ସନ୍ତରଣରେ ଟାଟଜାନାଙ୍କ ବିଶ୍ୱରେକର୍ଡ

ଟୋକିଓ, ୩୧।୭(ଏପି)-
ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪ ବର୍ଷୀୟା ସନ୍ତରଣକାରୀ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଇଭେଣ୍ଟରେ ୨ ମିନିଟ ୧୮.୯୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଅବସରରେ ସେ ଡେନମାର୍କର ରିକି ମୋଲେର ପେଡେରସେନଙ୍କ ନାମରେ ଥିବା ବିଶ୍ୱରେକର୍ଡକୁ ଭାଙ୍ଗିଛନ୍ତି। ବାର୍ସିଲୋନାରେ ଅନୁଷ୍ଠିତ ୨୦୧୩ ବିଶ୍ୱ ଚାମ୍ପିୟନଶିପ୍‌ରେ ପେଡେରସେନ ୨:୧୯.୧୧ ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ଥିଲେ। ଟୋକିଓ ଆକ୍ୱାଟିକ୍‌ ସେଣ୍ଟରରେ ଏହା ତୃତୀୟ ବିଶ୍ୱରେକର୍ଡ। ପୂର୍ବରୁ ୨ଟି ମହିଳା ରିଲେରେ ହୋଇଥିଲା। ”ମୁଁ କେବେ ଏହା ଆଶା କରି ନ ଥିଲି“ ବୋଲି ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ଜିତିଥିବା ଟାଟଜାନା କହିଛନ୍ତି। ରୁଷିଆର ଏଭଗେନି ରେଲୋଭ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଡବଲ ଟାଇଟଲ ହାସଲ କରିଛନ୍ତି। ଇମ୍ମା ମ୍ୟାକକନ ଅଷ୍ଟ୍ରେଲିଆକୁ ଆଉ ଏକ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ସନ୍ତରଣରେ ପୂର୍ବରୁ ରାଜୁତି କରୁଥିବା ଆମେରିକାର ପ୍ରଦର୍ଶନ କିନ୍ତୁ ଏଥର ନୈରାଶ୍ୟଜନକ ରହିଛି। ଚାଇନା ପଦକ ତାଲିକାର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରେଲୋଭ ଅଲିମ୍ପିକ୍‌ ରେକର୍ଡ ସମୟ ୧:୫୩.୨୯ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଆମେରିକାର ରିଆନ ମର୍ଫି ୧:୫୪.୧୫ ସେକେଣ୍ଡ ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ମର୍ଫି ୨୦୧୬ ରିଓ ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ମେଡାଲିଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌।...

ଶୈଳେଶଙ୍କ ଶତକ, ଆଜାଦ୍‌ଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୬ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆନ୍ତଃଜିଲା ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ଭୁବନେଶ୍ୱର...

ସାମ୍ନାକୁ ଆସିଲା ଦୁର୍ଘଟଣାର ଲୋମଟାଙ୍କୁରା ଭିଡିଓ, ରାସ୍ତାରେ ଫୁଙ୍ଗୁଳା ହୋଇ ପଡ଼ିଛନ୍ତି ପନ୍ତ…

ନୂଆଦିଲ୍ଲୀ,୩୦।୧୨: କାର୍‌ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର ସକାଳ ୫.୩୦ରେ ତାଙ୍କ ଗାଡ଼ିଟି...

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ ମହିଳା ଫୁଟବଲ; ଗୀତାଞ୍ଜଳିଙ୍କ ନେତୃତ୍ୱରେ ଖେଳିବ ଓଡ଼ିଶା

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି)- ବରୋଦାରେ ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନଷ୍ଠିତ ହେବ। ଏଥିରେ ମହିଳା ଓ...

୧୪୩ ବର୍ଷ ପରେ ପ୍ରଥମ କ୍ରିକେଟର୍‌ ଭାବେ ଓ୍ବିମ୍ବେଲଡନ ଟାଇଟଲ ଜିତିଲେ ଏହି ଟେନିସ୍‌ ଖେଳାଳି

ଗୋଟିଏ ବୃତ୍ତି ଛାଡି ଅନ୍ୟ ବୃତ୍ତି ଗ୍ରହଣ କରିବା ଆଜିର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ଭାଗ୍ୟରେ ଯାହା ଲେଖା ହୋଇଛି, ସେଥିରେ ହିଁ...

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ...

ଭାରତର ସ୍ଥିତି ଦୃଢ଼

ବିଶାଖାପାଟଣା,୪।୧୦: ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ ଏଲଗାର ଓ କ୍ୱିଣ୍ଟନ ଡି’ କକ୍‌ଙ୍କ ଶତକ ଲଗାଇଛନ୍ତି। ଏହାସତ୍ତ୍ୱେ ଭାରତୀୟ...

ଭାରତର ଇଂଲଣ୍ଡ ଟୁର୍‌ ବାତିଲକୁ ନେଇ ହିଲିଙ୍କ ନୈରାଶ୍ୟ

ନୂଆଦିଲ୍ଲୀ, ୨୫।୭ (ପି.ଟି.)-କୋଭିଡ୍‌-୧୯ ମହାମାରୀ ପାଇଁ ଭାରତୀୟ ମହିଳା ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ବାତିଲ କରାଯିବାକୁ ନେଇ ଅଷ୍ଟ୍ରେଲିଆର ଟପ୍‌ କ୍ରିକେଟର ଏଲିସା ହିଲି...

Advertisement
Archives

Model This Week