Posted inଜାତୀୟ

ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ,୧।୧୦: ସରକାରୀ ବିମାନ ଏୟାର ଇଣ୍ଡିଆକୁ ଏଣିକି ଟାଟା ଗ୍ରୁପ୍‌ ନିୟନ୍ତ୍ରଣକୁ ଆସିଛି। ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ ସବୁଠୁ ଅଧିକ ଟଙ୍କା ଦେଇ ଏହାକୁ କିଣି ନେଇଛି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍‌ ଏବଂ ସ୍ପାଇସ୍‌ ଜେଟ୍‌ର ଅଜୟ ସିଂ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲା। ସରକାର ଦ୍ୱିତୀୟ ଥର ଏୟାର ଇଣ୍ଡିଆରେ ନିଜର ଅଂଶଧନ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏଥିପାଇଁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ଏୟାର ଇଣ୍ଡିଆ ପାଇଁ ସରକାର ଆର୍ଥିକ ଟେଣ୍ଡର ମାଗିଥିଲେ। ଚଳିତି ଆର୍ଥିକ ବର୍ଷରେ ଏହି ରାଷ୍ଟ୍ରାୟତ୍ତ ବିମାନକୁ ଘରୋଇକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଙ୍କ ମୃତ୍ୟୁ ପରେ ଭଉଣୀଙ୍କୁ ମିଳି ପାରିବନି ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ…

ବେଙ୍ଗାଲୁରୁ,୧୪।୯ : କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ଚାକିରି ପାଇଁ ଭଉଣୀଙ୍କର ଆବେଦନକୁ ଖାରଜ କରି କହିଛନ୍ତି ଭଉଣୀ...

କାବେରୀ ଜଳ ବିବାଦକୁ ନେଇ ବେଙ୍ଗାଲୁରୁ ବନ୍ଦ

ବେଙ୍ଗାଲୁରୁ,୨୬।୯: କାବେରୀ ଜଳ ବିବାଦକୁ ନେଇ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ତେବେ ବେଙ୍ଗାଲୁରୁରେ ବିରୋଧ କରୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ...

ସ୍କୁଲ ଛାତ ଭୁଶୁଡ଼ି ୧୨ ପିଲା ଆହତ

ମିରଟ୍‌, ୮ା୯(ପି.ଟି.) : ଉତ୍ତରପ୍ରଦେଶର ମିରଟ୍‌ ଅନ୍ତର୍ଗତ ଦାବଥୁଆରେ ଥିବା ସରସ୍ବତୀ ଜ୍ଞାନମନ୍ଦିର ସ୍କୁଲର ଛାତ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ୧୨ ପିଲା ଆହତ...

ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ

ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ...

ଜ୍ଞାନେଶ୍ୱରୀ ଟ୍ରେନ ଦୁର୍ଘଟଣାରେ ମମତା କ’ଣ ଇସ୍ତଫା ଦେଇଥିଲେ : ଶୁଭେନ୍ଦୁ 

କୋଲକାତା,୪।୬ :ଓଡିଶାର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀଦଳର ଆରୋପକୁ  ଭାଜପା  ସମାଲୋଚନା କରିଛି। ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ସୁପ୍ରିମୋ ତଥା...

ମୁଲାୟମ୍‌ ସିଂ ଅସୁସ୍ଥ

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଗୁରୁବାର ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି...

ବିଧାୟକଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧାର ଜିଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ଜଣେ ୩୮ ବର୍ଷୀୟା...

Advertisement
Archives

Model This Week