ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଟସର

ମାଲକାନଗିରି,୮।୧୦(ଡି.ଏନ.ଏ.): ମହିଳାଙ୍କୁ କିପରି ଅଧିକ ସ୍ବାବଲମ୍ବୀ କରାଯିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ପ୍ରଚେଷ୍ଟାରେ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଟସର ତାଲିମ କେନ୍ଦ୍ର। ମାଲକାନଗିରି ଜିଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌ଭି -୯୦ ଗ୍ରାମସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ହୋଇଥିବା ଟସର ତାଲିମ କେନ୍ଦ୍ରକୁ ଜିଲାପାଳ ବିଶାଲ ସିଂ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ବିଡିଓ ଉମାଶଙ୍କର ଦଳାଇ, କାଲିମେଳା ସରପଞ୍ଚ ପୃଥୀରାଜ ମାଝି, ଓଡ଼ିଶା ଜୀବିକା ମିଶନର ବ୍ଲକ୍‌ ସଂଯୋଜକ ରତନ ଗୋଲଦାର ଉପସ୍ଥିତ ଥିଲେ। ତାଲିମ କେନ୍ଦ୍ରରେ ୩୦ଟି ମେଶିନ ମାଧ୍ୟମରେ ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯାଇପାରିବ ସେ ନେଇ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଉଛି। କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରୁ ୩୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଗତ ୨ ତାରିଖରୁ ତାଲିମ ନେଉଛନ୍ତି। ସେମାନେ ୧ମାସ ଧରି ତାଲିମ ନେବେ ବୋଲି କହିଛନ୍ତି ଓଡ଼ିଶା ଜୀବିକା ମିଶନର ବ୍ଲକ୍‌ ସଂଯୋଜକ ଗୋଲଦାର। ଛତିଶଗଡ଼ ବିଳାସପୁର ଅଞ୍ଚଳର ଅସ୍ତିବ ମହିଳା ସମିତି ଟସର ତାଲିମ ଦେଉଛି। ଏଥିରେ ସମିତିର ମୁଖ୍ୟ ପୂଜା ବର୍ମା, ମ୍ୟାନେଜର ସଞ୍ଜୀବ କୁମାର, ଟ୍ରେନିଂ ସୁପରଭାଇଜର ରାଜକୁମାର, ଟେକ୍ନିସିଆନ ରାହୁଲ, ଭାରତୀ ସାରଥି, ଗାୟତ୍ରୀ କାଶ୍ୟପ ଓ ଖୁସପ୍ରୀତି କାଶ୍ୟପ ପ୍ରମୁଖ ସାମିଲ ଅଛନ୍ତି। ଛତିଶଗଡ଼ରୁ ଏହି ଟସର କୋଷା ଅଣାଯାଇ କୋଷାଗୁଡ଼ିକୁ ଗରମପାଣିରେ ପକାଯିବା ପରେ ସେଥିରୁ ଟସର ସୂତା ବା ରେଶମ ବାହାର କରାଯାଏ। ସେହି କୋଷାରୁ ମେଶିନ ଦ୍ୱାରା ରେଶମ ବାହାର କରି ସୂତାକୁ ସଂରକ୍ଷିତ ରଖାଯାଏ। ଏହି ସୂତାକୁ ବିଭିନ୍ନ କପଡ଼ା ଓ ଶାଢ଼ି ତିଆରିରେ ବ୍ୟବହାର କରାଯାଏ। ସରକାର ଏହି ଅଞ୍ଚଳରେ ଯଦି ଟସର ଚାଷକୁ ପ୍ରାଧାନ୍ୟ ଦେବେ ତେବେ ସୂତା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି ବୋଲି ତାଲିମ ନେଉଥିବା ମହିଳାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri