କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ

ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି ସମୟରେ ଲୋକଙ୍କ ଅମାନବିକତା ମଧ୍ୟ ପରିଲକ୍ଷିତ ହେଉଛି। କରୋନା କାଳରେ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ କେହି ସାହାଯ୍ୟର ହାତ ବଢ଼ାଉଥିବା ବେଳେ ଆଉ କେହି ପଛଘୁଞ୍ଚା ମଧ୍ୟ ଦେଉଥିବା ଦୃଶ୍ୟ ବହୁଥର ସାମ୍ନାକୁ ଆସିଛି। ହେଲେ କେତେକଙ୍କ ବଦାନ୍ୟତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରରେ। ଜମ୍ମୁ-କଶ୍ମୀରର ଜଣେ ଯୁବକ କୋଭିଡ ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ନୌକାକୁ ଆମ୍ବୁଲାନ୍ସ କରିଥିବା ଜଣାପଡ଼ିଛି।

 

ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ତାରିକ ଅହମଦ ପତଲୁ ନାମକ ଜଣେ ଯୁବକ ଶ୍ରୀନଗରର ପ୍ରସିଦ୍ଧ ଡଲ ହ୍ରଦରେ ଏକ ନୌକାକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି। ଏହା ମାଧ୍ୟମରେ ସେ କୋଭିଡ ରୋଗୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସାହାଯ୍ୟ କରିଥାନ୍ତି। ଏହି ନୌକା ଆମ୍ବୁଲାନ୍ସର ବିଶେଷତଃ ହେଲା ଏଥିରେ ପିପିଇ କିଟ୍‌, ଷ୍ଟ୍ରେଚର ଓ ହ୍ବିଲ ଚେୟାର ମଧ୍ୟ ରହିଛି। ଜରୁରୀକାଳୀନ ସମୟରେ ଏହି ହ୍ରଦ ନିକଟବର୍ତ୍ତୀ ରହୁଥିବା ଲୋକଙ୍କୁ ତାରିକ ମାଗଣାରେ ହସ୍ପିଟାଲ ପହଞ୍ଚାଇଥାନ୍ତି। ଏହାଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହିଛନ୍ତି। ସୂଚନା ମୁତାବକ ନିକଟରେ ତାରିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲ ନେବା ପାଇଁ କେହି ଆଗକୁ ଆସି ନ ଥିଲେ। ସେହି ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ଲୋକଙ୍କ ସହାୟତା ପାଇଁ ସେ ନିଜ ଖର୍ଚ୍ଚରେ ଉକ୍ତ ହ୍ରଦରେ ଆମ୍ବୁଲାନ୍ସ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?