Posted inଜାତୀୟ

କେନ୍ଦ୍ରକୁ ଟାର୍ଗେଟ, ଭାଜପା ପ୍ରତି ନରମ

ନୂଆଦିଲ୍ଲୀ,୧୪ା୨: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଅଭୂତପୂର୍ବ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରର ନୀତିଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାରେ ବିଜେଡିର ଭୂମିକା ଆକ୍ରମଣାମତ୍କ ଥିଲେ ହେଁ ଭାଜପାକୁ ପ୍ରତ୍ୟକ୍ଷ ଭାବେ ସମାଲୋଚନା କରି ନ ଥିଲା। ଜାନୁୟାରୀ ୩୧ରୁ ଫେବୃୟାରୀ ୧୧ ଯାଏ ଚାଲିଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିଲା। ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମ୍‌ଏଓ୍ବାଇଜି) ପୋର୍ଟାଲ ଖୋଲି ନ ଥିବା ଦର୍ଶାଇ ବିଜେଡି ଘେରିଥିଲା। କର୍ନାଟକରେ ଏହି ପୋର୍ଟାଲ ଖୋଲାଯାଇଥିବାବେଳେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ପ୍ରଶ୍ନ ଉଠାଇଥିଲା। ତେବେ ବିଜେଡି କର୍ନାଟକ ପ୍ରସଙ୍ଗ ଉଠାଇବାବେଳେ ଥରୁଟିଏ ମଧ୍ୟ ଭାଜପାର ନଁା ନେଇ ନ ଥିଲା। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିଜେଡି ସଦସ୍ୟମାନେ ଆବାସ ପୋର୍ଟାଲ ଓ୍ବିଣ୍ଡୋ ପ୍ରସଙ୍ଗ ଉଠାଇଥିଲେ ହେଁ କୌଣସି ଏମ୍‌ପି କର୍ନାଟକରେ କ୍ଷମତାସୀନ ଗୈରିକ ଦଳକୁ ସିଧାସଳଖ ଟାର୍ଗେଟ କରି ନ ଥିଲେ। କେନ୍ଦ୍ର ସରକାର ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ସୁବିଧା ଦେଉଥିବା ଦର୍ଶାଇ ବିରୋଧୀ ଓ ଆଞ୍ଚଳିକ ଦଳଗୁଡ଼ିକ ଅଧିକାଂଶ ସମୟରେ ସମାଲୋଚନା କରିଥାଆନ୍ତି। କୋଭିଡ୍‌ ମହାମାରୀ ମୁକାବିଲା କ୍ଷେତ୍ରରେ ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ଅନୁଗ୍ରହ ପ୍ରଦର୍ଶନକୁ ନେଇ ନିକଟରେ ଶିବସେନା କେନ୍ଦ୍ରକୁ ଟାର୍ଗେଟ କରିଥିଲା। ଅନ୍ୟପକ୍ଷେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ଓ ଭର୍ତ୍ତୃହରି ମହତାବଙ୍କ ଭଳି ଏମ୍‌ପିମାନେ କର୍ନାଟକ ପ୍ରସଙ୍ଗ ଉଠାଇବା ସମୟରେ ନିଜ ନିଜ ବକ୍ତବ୍ୟରେ ଭାଜପାକୁ ସମାଲୋଚନା କରି ନ ଥିବା ଦେଖିବାକୁ ମିଳିଥିଲା।
ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ବେଳେ ରାଜ୍ୟ ସଭାରେ ସସ୍ମିତ କହିଥିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଆବାସ ପୋର୍ଟାଲ ପାଇଁ ୩ ଥର ଚିଠି ଲେଖିଲେଣି। ଏହି ପୋର୍ଟାଲ ଖୋଲାଗଲେ ୬ ଲକ୍ଷ ଘରକୁ ପିଏମ୍‌ଏଓ୍ବାଇରେ ସାମିଲ କରାଯାଇପାରିବ। କର୍ନାଟକରେ ୨୫ ଲକ୍ଷ ପରିବାର ପାଇଁ କେନ୍ଦ୍ର ଏହି ପୋର୍ଟାଲ ଖୋଲିବା ପ୍ରଶଂସନୀୟ। କିନ୍ତୁ ଓଡ଼ିଶାର ଲୋକଙ୍କ ଭୁଲ୍‌ କ’ଣ, ଯେଉଁଥି ପାଇଁ ସେମାନଙ୍କ ଲାଗି ଏହା ଖୋଲାଯାଉନି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ପକ୍ଷରୁ କୋଇଲା ଓ ଖଣି କ୍ଷେତ୍ରରେ କରାଯାଇଥିବା ସଂସ୍କାରମୂଳକ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସର୍ବାଗ୍ରେ ଥିବା ଦର୍ଶାଇଥିଲେ। ଅଧିବେଶନ ଶେଷରେ ସେ ସଂଘୀୟ ସହଯୋଗିତା ପ୍ରସଙ୍ଗରେ ନବୀନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେହିପରି ବୀର ବାଲ୍‌ ଦିବସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ପଦକ୍ଷେପ ଉପରେ ସମର୍ଥନ ଲାଗି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?