Posted inଜାତୀୟ

କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ସେଲସ୍ ମ୍ୟାନଙ୍କୁ ହତ୍ୟା

ଜମ୍ମୁ,୯ ।୧୧: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଜାରି ରହିଛି । ସୋମବାର କଶ୍ମୀରର ଶ୍ରୀନଗରରେ ଆଙ୍କବାଦୀମାନେ ପୁଣି ଏକ ଟାର୍ଗେଟ କିଲିଂ କରିଛନ୍ତି । ରାତି ପାଖାପାଖି ୮ଟା ସମୟରେ ବୋହରି କଦଲ ଅଞ୍ଚଳରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ଜଣେ ସେଲସ୍ ମ୍ୟାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ବାନ୍ଦିପୁର ନିବାସୀ ମହମ୍ମଦ ଇବ୍ରାହିମ ବୋଲି ଜଣାପଡିଛି । ଏହି ଘଟଣା ପାଇଁ ଆତଙ୍କବାଦୀ ସଙ୍ଗଠନ ମୁସଲିମ ଜନବାଜ ଫୋର୍ସ ନିଜକୁ ଦାୟୀ କରିଛି । ଆତଙ୍କବାଦୀ ସଙ୍ଗଠନ ତା’ର ବୟାନରେ କହିଛି ସନ୍ଦିପ ମାୱା ଓ ତାଙ୍କ ପିତା ସରକାରୀ ଏଜେନ୍ସି ପାଇଁ କାମ କରୁଥିଲେ ଓ କଶ୍ମୀର ବାହାରର ଲୋକଙ୍କୁ କଶ୍ମୀରରେ ରହିବାର ସୁଯୋଗ ଦେଉଥିଲେ । ସୂଚନାଯୋଗ୍ୟ, ୭୦ ଦଶକ ପରେ ପଣ୍ଡିତ ରୋଶନ ଲାଲ ମାୱା ପାଖାପାଖି ୩ ଦଶକ ପରେ ୨୦୧୯ରେ ଘାଟିରେ ନିଜର ମସଲା ବ୍ୟବସାୟ ଆରମ୍ଭ କରିଥିଲେ । କୁହାଯାଏ ଜୈନା କଦଲର ପ୍ରସିଦ୍ଧ ବ୍ୟବସାୟୀ ରୋଶନ ଲାଲ ମାୱାଙ୍କ ଦୋକାନ ବାହାରେ ୧୯୯୦ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ତାଙ୍କ ଦେହରେ ୪ଟି ଗୁଳି ବାଜିଥିଲା । ଏବେ ସୋମବାର ତାଙ୍କ ପୁଅଙ୍କ ସେଲସ ମ୍ୟାନଙ୍କୁ ହତ୍ୟା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଲୋଡ଼ିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଓମିକ୍ରନ ଭାରିଆଣ୍ଟର ବଢୁୁଥିବା ବିପଦକୁ...

କଶ୍ମୀର ଗସ୍ତରେ ଆସିଥିବା ବ୍ରିଟିଶ୍‌ ଏମ୍‌ପିଙ୍କୁ ଦିଲ୍ଲୀରୁ ଫେରାଇଦିଆଗଲା

ନୂଆଦିଲ୍ଲୀ,୧୮ା୨: ଏକ ବ୍ରିଟିଶ ପ୍ରତିନିଧି ଦଳର ନେତୃତ୍ୱ ନେଇ କଶ୍ମୀର ଗସ୍ତରେ ଆସିଥିବା ଲେବର ପାର୍ଟି ଏମ୍‌ପି ଡେବି ଆବ୍ରାହାମ୍ସଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି...

କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ନେଗେଟିଭ

ଲକ୍ଷ୍ନୌ,୨୧।୩: କରୋନା ଭାଇରସକୁ ନେଇ ବଲିଉଡ୍‌ ଗାୟିକା କନିକା କପୁରଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସବୁଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଏହି ବଲିଉଡ୍‌...

କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ନୁହେଁ ଠିକ୍‌, ଟିପ୍ପଣୀ ଦେଲେ କୋର୍ଟ…

ପ୍ରୟାଗରାଜ,୩।୮: ଉତ୍ତରପ୍ରଦେଶରେ ଲଭ ଜିହାଦ ଘଟଣା ବଢ଼ିବାରେ ଲାଗିଛି। ସମ୍ପ୍ରତି ଏଭଳି ମାମଲାଗୁଡ଼ିକରେ ଐତିହାସିକ ଚିରିତ୍ର ଆକବର ଏବଂ ଯୋଧାବାଈଙ୍କ କାହାଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଆହ୍ଲାବାଦ...

ମୋ ପାଇଁ ଖାଲ ଖୋଳୁଥିବା ଲୋକେ ୧୦ ଫୁଟ ତଳେ ସମାଧି ନେଇଗଲେ: ସିଦ୍ଧୁ

ଚଣ୍ଡିଗଡ଼,୧୧ ।୩: ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ବହୁ ଦିନ ଧରି...

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?

ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମୁଖ୍ୟମନ୍ତ୍ରୀ

ରାଞ୍ଜି, ୧୯।୮: ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ମଙ୍ଗଳବାର କରୋନା ପଜିଟିଭ ଆସିଥିଲା। ଏହା ଜଣାପଡ଼ିବା ପରେ ଝାଡ଼ଖଣ୍ଡ...

Advertisement
Archives

Model This Week