Posted inଖେଳ

ଟାର୍ଗେଟ ୧୧.୧୦ ସେକେଣ୍ଡ: ଦୂତୀ

ଭୁବନେଶ୍ୱର, ୧।୭: (କ୍ରୀଡ଼ା ପ୍ରତିନିଧି)- ସ୍ବ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଯାହା ଆଶା କରୁଥିଲେ ତାହା ହେଲା। ଯୋଗ୍ୟତା ଟାଇମିଂ ନ ହେଲେବି ବିଶ୍ୱ ର଼୍ୟାଙ୍କିଙ୍ଗ ଅନୁସାରେ ତାଙ୍କୁ ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି। କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବାରୁ ଉଲ୍ଲସିତ ହୋଇ ପଡ଼ିଛନ୍ତି ଏହି ଓଡ଼ିଆ ଆଥଲେଟ୍‌। ଇଣ୍ଡିଆନ ଗାଁ ପ୍ରିର ୧୦୦ ମିଟରରେ ସେ ୧୧.୧୭ ସେକେଣ୍ଡ ସମୟ ନେଇ ଅଲିମ୍ପିକ୍ସ ଯୋଗ୍ୟତାଠାରୁ ମାତ୍ର ୨ ସେକେଣ୍ଡ ଦୂରରେ ରହି ଯାଇଥିଲେ। ମାତ୍ର ଅଲିମ୍ପିକ୍ସରେ ୧୧.୧୦ ସେକେଣ୍ଡ ତାଙ୍କର ଟାର୍ଗେଟ ରହିବ। ଏହା ହୋଇପାରିଲେ ସେ ଅତିକମ୍‌ରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିବେ। ଫଳରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିବ ବୋଲି ସମ୍ପ୍ରତି ପଟିଆଲାରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ଟୋକିଓରେ ଭଲ ଟ୍ରାକ୍‌ ମିଳିବ। ମୁଁ ସେତେବେଳକୁ ମାଂଶପେଶୀ ସମସ୍ୟାରୁ ମଧ୍ୟ ମୁକୁଳି ସାରିଥିବି। ତେଣୁ ନିଶ୍ଚିତ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସରେ ୧୧ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ରେସ୍‌ ଫିନିଶ୍‌ କରିବା ଦକ୍ଷତା ରଖିଥିବା ଆଥଲେଟ୍‌ ମଧ୍ୟ ରହିବେ। ତେଣୁ ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କଲେ ନିଶ୍ଚିତ ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଅସୁବିଧା ସମୟରେ ସମର୍ଥନ ଯୋଗାଇ ଦେଇଥିବାରୁ ଦୂତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ନିଜ ପରିବାର ବର୍ଗ ବିଶେଷ କରି ତାଙ୍କୁ ଟ୍ରାକ୍‌କୁ ଆଣିଥିବା ବଡ଼ ଭଉଣୀ ସରସ୍ବତୀ ଚାନ୍ଦ, ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ, କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ, ପୁଲେଲା ଗୋପିଚାନ୍ଦ, କୋଚ୍‌ ନାଗାପୁରୀ ରମେଶ, ଶିବପ୍ରସାଦ ମିଶ୍ର, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri