‘ତାରା’ ବିଜୟିନୀ

‘ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ପାଇଁ ୨୦୨୩ ଏକାଡେମୀ ପୁରସ୍କାର ପାଇବା ପରେ ଓସ୍କାର ବିଜୟିନୀ ନିର୍ଦ୍ଦେଶିକା କାର୍ତ୍ତିକୀ ଗୋନ୍‌ସାଲ୍‌ଭେସ୍‌ ଚର୍ଚ୍ଚିତ ହୋଇଥିଲେ। ମଣିଷ ଓ ହାତୀ ମଧ୍ୟରେ ଥିବା ସମ୍ପର୍କକୁ ଅତି ନିଖୁଣ ଭାବେ ଚଳଚ୍ଚିତ୍ରରେ ପ୍ରଦର୍ଶନ କରିବା ଓ ଏହାର ଚିତ୍ରୋତ୍ତୋଳନ ଅତି ଉଚ୍ଚକୋଟୀର ଥିଲା ବୋଲି ସେତେବେଳେ ବିଚାରକମଣ୍ଡଳୀ ମତ ଦେଇଥିଲେ। ଗୋନ୍‌ସାଲ୍‌ଭେସଙ୍କ ନିର୍ଦ୍ଦେଶିତ ଏହି ବୃତ୍ତଚିତ୍ରରେ ଜନଜାତି ଦମ୍ପତି ବୋମନ ଓ ବେଲି ଦଳରୁ ଅଲଗା ହୋଇଯାଇଥିବା ହାତୀ ଶାବକ ରଘୁକୁ ବଞ୍ଚାଇବା ପାଇଁ ସଂଘର୍ଷ କରିଛନ୍ତି। ଜୀବ ସହ ମଣିଷର ସମ୍ପର୍କ ବିଶେଷକରି ବଣପାହାଡ଼ ଘେରା ଅଞ୍ଚଳରେ ଆଦିବାସୀମାନେ କିଭଳି ସେମାନଙ୍କ ସହିତ ନିବିଡ଼ ବନ୍ଧନରେ ଆବଦ୍ଧ ଅଛନ୍ତି ଓ ତାମିଲନାଡୁର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସରେ ଦର୍ଶାଯାଇଛି। ଭାରତୀୟଙ୍କ ପାଇଁ ଏବେ ଖୁସିର କଥା ଯେ, ଗୋନ୍‌ସାଲ୍‌ଭେସ୍‌ ପୁନଶ୍ଚ ଅନ୍ତର୍ଜାତୀୟ ସମ୍ମାନ ପାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନିକଟରେ ଲଣ୍ଡନଠାରେ ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲସ-୩ୟ ଓ ରାଣୀ କାମିଲା ତାଙ୍କୁ ‘ଏଲିଫ୍ୟାଣ୍ଟ ଫ୍ୟାମିଲି’ ପରିବେଶ ପୁରସ୍କାର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କାମିଲାଙ୍କ ସ୍ବର୍ଗବାସୀ ଭାଇ ବ୍ରିଟିଶ ଟ୍ରାଭେଲ ରାଇଟର ତଥା ପରିବେଶ ସୁରକ୍ଷାର ପ୍ରବକ୍ତା ମାର୍କ ଶାନ୍ଦ ୨୦୦୩ରେ ଏହି ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ହାତୀ ଓ ଏସୀୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ହାତୀ ‘ତାରା’ ନାମରେ ଉକ୍ତ ପୁରସ୍କାରକୁ ନାମିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ଶର୍ଟ ଫିଲ୍ମ ନିର୍ଦ୍ଦେଶକ ଭାବେ ୯୫ତମ ଏକାଡେମୀ ପୁରସ୍କାର ପାଇଥିବା ଗୋନ୍‌ସାଲ୍‌ଭେସ୍‌ ଅନ୍ତର୍ଜାତୀୟ ସ୍ତରରେ ପରିବେଶ ପୁରସ୍କାର ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି।
ଗୋନ୍‌ସାଲ୍‌ଭେସ ୨ ନଭେମ୍ବର ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଟିମୋଥି ଏ. ଗୋନ୍‌ସାଲ୍‌ଭେସ ଓ ପ୍ରିସ୍‌ସିଲା ଟାପ୍‌ଲେ ଗୋନ୍‌ସାଲ୍‌ଭେସଙ୍କ କନିଷ୍ଠା କନ୍ୟା ହେଉଛନ୍ତି କାର୍ତ୍ତିକୀ। ତାଙ୍କ ବଡ଼ ଭଉଣୀ ଡାନିକା ଗୋନ୍‌ସାଲ୍‌ଭେସ। କାର୍ତ୍ତିକୀ ଉଟ୍ଟିଠାରେ ବଢ଼ିଥିଲେ। ସେ କୋଏମ୍ବାଟୁରସ୍ଥିତ ଡକ୍ଟର ଜି.ଆର୍‌. ଦାମୋଦରନ୍‌ କଲେଜ ଅଫ୍‌ ସାଇନ୍ସରୁ ୨୦୦୭ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଉଟ୍ଟିସ୍ଥିତ ଲାଇଟ୍‌ ଆଣ୍ଡ୍‌ ଲାଇଫ୍‌ ଏକାଡେମୀରେ ସେ ଫଟୋଗ୍ରାଫି ପାଠ ପଢ଼ିଥିଲେ। ଇଣ୍ଟରନ୍ୟାଶନାଲ ଲିଗ୍‌ ଅଫ୍‌ କଞ୍ଜରଭେଶନ ଫଟୋଗ୍ରାଫର୍ସ (ଆଇଏଲ୍‌ସିପି)ର ଫେଲୋ ହୋଇଥିବା ଗୋନ୍‌ସାଲ୍‌ଭେସ ଭାରତରେ ସୋନି ଆଲ୍‌ଫା ଆର୍ଟିସାନ ଅଫ୍‌ ଇମେଜେରିର ପ୍ରଥମ ମହିଳା ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ। ବୃତ୍ତିଗତ ଉତ୍କର୍ଷ ପାଇଁ ସେ ଦକ୍ଷିଣ ଭାରତର ପଶ୍ଚିମ ଘାଟ ଓ ଉତ୍ତର ଆମେରିକାର ପାସିଫିକ୍‌ ନର୍ଥ ଓ୍ବେଷ୍ଟକୁ ନିୟମିତ ଯାତ୍ରା କରିଥାଆନ୍ତି। ୨୦୧୮ରେ ସେ ‘ଆର୍ଥ ସ୍ପେକ୍ଟ୍ରମ୍‌’ ପ୍ରତିଷ୍ଠା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ସଙ୍ଗଠନ ଜରିଆରେ ସେ ଜୈବ ବିବିଧତା ଓ ସଂସ୍କୃତି ଜୀବନ ବିଷୟରେ ଗଳ୍ପ ଜରିଆରେ ସଚେତନତା ସୃଷ୍ଟି କରିଥାଆନ୍ତି। ୨୦୧୮ ଶେଷ ଆଡ଼କୁ ଗୋନ୍‌ସାଲ୍‌ଭେସ ଚଳଚ୍ଚିତ୍ର ପାଇଁ ଚିତ୍ର ଉତ୍ତୋଳନକାରୀ ମହିଳାଙ୍କ ମଧ୍ୟରେ ନିଜର ଏକ ସ୍ଥାନ ରଖିବାରେ ସକ୍ଷମ ହୋଇଥିଲେ। ‘ଦି ଏସିଆଟିକ୍‌ ବ୍ଲାକ୍‌ ବିଅର’ ଏପିସୋଡ୍‌ ଶୁଟିଂରେ ସେ ଲାଗି ପଡ଼ିଥିଲେ। ସୂଚନା ଦିଆଯାଇପାରେ ଯେ, ଦି ବ୍ରିଙ୍କ ଫର୍‌ ଡିସ୍କଭରି ଚ୍ୟାନେଲ ଓ ଆନିମଲ ପ୍ଲାନେଟରେ ଏହା ପ୍ରସାରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା। ଏଥିରେ ଭାରତରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କୁ ସ୍ଥାନିତ କରାଯିବା ସହିତ ଏଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଥିବା ଗବେଷକ ଓ ବୈଜ୍ଞାନିକଙ୍କ କୃତିକୁ ସନ୍ନିବେଶିତ କରାଯାଇଥିଲା। ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହିତ ଗୋନ୍‌ସାଲ୍‌ଭେସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖବରକାଗଜ ଓ ପତ୍ରିକା ଲାଗି ମୁକ୍ତବୃତ୍ତି ଫଟୋଗ୍ରାଫର ରହିଆସିଛନ୍ତି। ତାଙ୍କ ସଦ୍ୟ ଚର୍ଚ୍ଚିତ ଫଟୋ ମଧ୍ୟରେ ଭାରତ ଓ ପାକିସ୍ତାନର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ବାସ କରୁଥିବା ମହିଳା ସ୍ଥାନ ପାଇଛନ୍ତି।
ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା ଓ ସେହି ଦିଗରେ ସଚେତନତା ସୃଷ୍ଟି କରୁଥିବା ଗୋନ୍‌ସାଲ୍‌ଭେସଙ୍କ ବୃତ୍ତିଗତ ଯାତ୍ରା ଦୁଃସାହସିକତାରେ ଭରି ରହିଛି। ଅନୁରୂପ ଭାବେ ମହିଳା ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଲାଗି ସେ ଯେଉଁଭଳି ତରିକାରେ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ଧନ୍ୟବାଦାର୍ହ। ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପର୍ଯ୍ୟାପ୍ତ ଭ୍ରମଣ କରି ସେଥିରୁ ସେ ଆନନ୍ଦ ପାଇଥାଆନ୍ତି ବୋଲି କହିଥାଆନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?