Posted inଖେଳ

୨୦୨୩ ଦିନିକିଆ ବିଶ୍ୱକପ୍‌: ଭାରତ ଆସିବାକୁ ‘ଯେସାକୁ ତେସା’ ନୀତି ଅବଲମ୍ବନ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ୍‌,୯।୭: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ଆଇସିସି ଦ୍ୱାରା ଟୁର୍ନାମେଣ୍ଟ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇନାହିଁ। ଏସୀୟ କ୍ରିକେଟ ପରିଷଦ ଏବଂ ଆଇସିସି ପାକିସ୍ତାନରୁ ଏକ ବୁଝାମଣା ପତ୍ର ପାଇଥାଇ ପାରେ, କିନ୍ତୁ ପିସିବିରେ ପରିବର୍ତ୍ତନ ପରେ ଜିନିଷ ପୁଣି ଜଟିଳ ହେବାରେ ଲାଗିଛି।
ବର୍ତ୍ତମାନ ପାକିସ୍ତାନର କ୍ରୀଡ଼ା ମନ୍ତ୍ରୀ ଏହସାନ ମଜାରୀ କହିଛନ୍ତି, ଯଦି ଭାରତୀୟ ଦଳ ଏସିଆ କପ ପାଇଁ ଏକ ନିରପେକ୍ଷ ସ୍ଥାନ ଦାବି କରେ, ତେବେ ଆମେ ବିଶ୍ୱକପ ପାଇଁ ଭାରତ ଯିବୁ ନାହିଁ। ଏହା ମୋର ବ୍ୟକ୍ତିଗତ ମତ, କାରଣ ପାକିସ୍ତାନ କ୍ରିକେଟ ବୋର୍ଡ ମୋର ମନ୍ତ୍ରଣାଳୟ ଅଧୀନରେ ଅଛି। ତେଣୁ ଯଦି ଏସିଆ କପରେ ନିରପେକ୍ଷ ସ୍ଥାନରେ ଭାରତ ସେମାନଙ୍କ ମ୍ୟାଚ ଖେଳିବାକୁ ଦାବି କରେ, ତେବେ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ମଧ୍ୟ ସମାନ ଦାବି କରିବୁ।
ମଜାରୀ ଆହୁରି ମଧ୍ୟ କହିଛନ୍ତି, ଅହମ୍ମଦାବାଦରେ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଏଥିପାଇଁ ଭାରତୀୟ ଦଳକୁ ପାକିସ୍ତାନ ଆସିବାକୁ ପଡ଼ିବ। ଏଥି ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି।
ସେହି କମିଟି ସମ୍ପର୍କରେ ପାକିସ୍ତାନର କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏହି କମିଟିର ମୁଖ୍ୟ ହେବେ ଏବଂ ମୁଁ ମଧ୍ୟ ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନେ କମିଟିର ଅଂଶବିଶେଷ। ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସୁପାରିଶ କରିବୁ। ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri