ବବିଙ୍କ ସପକ୍ଷରେ ବାହିନୀପତି

ଭୁବନେଶ୍ବର, ୧୦ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ଧାମନଗରରେ ବିଜେଡି-ବିଜେଡି ଲଢ଼େଇରେ କଂଗ୍ରେସ ବଳି ପଡ଼ିଗଲା ବୋଲି ତାରା କହିବା ସହିତ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସପକ୍ଷରେ ବାହାରିଛନ୍ତି। ବିଜୁ ଜନତା ଦଳର କେତେଜଣ ନେତା ବିଧାୟକ ବବିଙ୍କୁ ବିରୋଧକରି ଓ ତାଙ୍କ ଆଧିପତ୍ୟ କମାଇବା ପାଇଁ ଧାମନଗରରେ କେତେଜଣ କଂଗ୍ରେସ ଲୋକଙ୍କୁ କିଣିନେଲେ। ଏଇଟା ସତ୍ୟ। ଆମ ଭୋଟ ସେଇଆଡ଼େ ପଳାଇଲା। କିଏ ଭାଜପାକୁ ତ କିଏ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଲା। ଆମ ପ୍ରତି ଯେଉଁମାନଙ୍କ ସ୍ନେହ,ଶ୍ରଦ୍ଧା ଥିଲା ଓ ଯେଉଁମାନେ ଆମକୁ ଭୋଟ ଦେଇଥାଆନ୍ତେ ତାକୁ ରୋକିଦେଲେ। ଅର୍ଥାତ୍‌ ବିଜେଡି-ବିଜେଡି କଳିରେ କଂଗ୍ରେସ ଡୁବିଗଲା। ହେଲେ ବିଜେଡିର କେଉଁ ନେତାମାନେ ବବିଙ୍କ ବିରୋଧରେ ଯାଇ ଏମିତି କାମ କରିଥିଲେ ସେମାନଙ୍କ ନାଁ ତାରା କହିନାହାନ୍ତି। ସେମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ନେତା ଅଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଭିନ୍ନ ରହିବ। ସେଠାରେ ଦଳ ୧ ନମ୍ବରରେ ରହିବ ବୋଲି କହିଛନ୍ତି। ପଦ୍ମପୁରରେ ଆମ ନେତା ସତ୍ୟଭୂଷଣ ସାହୁ ଗତ ନିର୍ବାଚନରେ ୩୨ ହଜାର ଭୋଟ ପାଇଥିଲେ। ତାଙ୍କର ସେଠାରେ ଦବଦବା ରହିଛି। ନିଶ୍ଚିତ ଭାବେ କଂଗ୍ରେସ ସେଠାରେ ୧ ନମ୍ବରରେ ରହିବ। ସେଠାରେ କେହି କଂଗ୍ରେସ ଭୋଟ ନେଇପାରିବେନାହିଁ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୨୩ରେ ଓସିଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପ୍ରିଲିମ୍‌ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ମେ’ ୨୩ରେ ବାଲେଶ୍ୱର,...

ସରକାରୀ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବ୍ରହ୍ମପୁର ଅଫିସ୍‌,୬ା୧୨- ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି କୃଷି ଏବଂ କୃଷକ ଓ ଦେଶ ବଞ୍ଚାଅ ଡାକରା ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ...

ଜୈବ ଇନ୍ଧନ ସମ୍ମିଳନୀ – ୨୦୧୯ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ; ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୯ (ବ୍ୟୁରୋ): ସିଆଇଆଇ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜାଦାତା କରିବା...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଯାଜପୁର ଅଫିସ,୧୯ା୪: ଯାଜପୁର ଜିଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ...

ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି...

ଜାନୁୟାରୀ ୮ରୁ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୮ରୁ ମଙ୍ଗଳାଯୋଡିରେ ଆରମ୍ଭ ହେବ ତୃତୀୟ ଚିଲିକା ଜାତୀୟ ପକ୍ଷୀ ମହୋତ୍ସବ ବା ନ୍ୟାଶନାଲ ଚିଲିକା ବାର୍ଡସ ଫେଷ୍ଟିଭାଲ-୨୦୨୧। ଅଧିକରୁ ଅଧିକ...

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ...

ପୂରଣ ହେବ ଦୃଷ୍ଟିହୀନ ମଧୁମିତାଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ, ,୧୫।୩ ଏଥର ହାର୍‌ମୋନିୟମ ଉପରେ ଚାଲିବ ଅଙ୍ଗୁଳି। ଜନ୍ମରୁ ଆଖି ନାହିଁ ବୋଲି ଯେଉଁ ଅବସୋସ ରହିଯାଇଛି, ସେହି କ୍ଷତକୁ ଅନେକାଂଶରେ ଉପଶମ...

Advertisement
Archives

Model This Week