୧୩ରେ ତପୋବନ ମେଳା

ଢେଙ୍କାନାଳ ଅଫିସ, ୩୧।୧୦: ମହିମା ଧର୍ମର ଆଦିପୀଠ ତପୋବନରେ ଆସନ୍ତା ୧୩ ତାରିଖରେ ବାର୍ଷିକ ମେଳା ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏ ନେଇ ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ଆଣି ନ ଥିଲେ ତତ୍କାଳ କୋଭିଡ୍‌ ପରୀକ୍ଷା ହେବ। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମେଳା ପୂର୍ବରୁ ପୀଠକୁ ଯାଇଥିବା ରାସ୍ତା ମରାମତି କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅସ୍ଥାୟୀ ପାଇଖାନା ସହିତ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେବ। ଭାରପ୍ରାପ୍ତ ଉପଜିଲାପାଳ ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ଡେପୁଟି କଲେକ୍ଟର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ମହିମା ସନ୍ନ୍ୟାସୀ ବାବା ରଘୁନାଥ ଦାସ, ବାବା କରୁଣାକର ଦାସ, ସୁଶାନ୍ତ ବାବା, ଜ୍ଞାନୀ ବାବା, ବାବା ନିରାକାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପୀଠରେ ସୋଲାର ଲାଇଟ୍‌ ଲଗାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମକରୁନି ଏଚ୍‌ଆଇଭି ପରୀକ୍ଷଣ ମେଶିନ

ଢେଙ୍କାନାଳ ଅଫିସ, ୧୬।୭: କରୋନା ସଙ୍କଟ ସମୟରେ ବଡ଼କଷ୍ଟରେ ଆୟୋଜନ କରାଯାଉଛି ରକ୍ତଦାନ ଶିବିର। ରକ୍ତ ଭଣ୍ଡାରକୁ ସଂଗୃହୀତ ଆସୁଛି ରକ୍ତ। ହେଲେ ଏହା ରୋଗୀଙ୍କ କାମରେ...

ସ୍ବାବଲମ୍ବୀ କରିଛି ସିଲେଇ

ଢେଙ୍କାନାଳ ଅଫିସ, ୫।୧୨ ମହିଳା ସ୍ବାବଲମ୍ବୀ ହେଲେ ସୁଦୃଢ଼ ହେବ ପରିବାରର ଆର୍ଥିକସ୍ଥିତି। ଏ କଥାକୁ ଘରେ ଘରେ ପହଞ୍ଚାଇବାକୁ ଅନବରତ ଉଦ୍ୟମ କରୁଛି ଢେଙ୍କାନାଳ...

କରୋନାରେ ଆଖିବୁଜିଲେ ଯୁବକ

ହିନ୍ଦୋଳ,୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ୪ନଂ ୱାର୍ଡ ନୂଆପାଣିସାହି ଗ୍ରାମର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହେଲେ ଜିତେନ୍ଦ୍ର ପଟ୍ଟନାୟକ (୩୫)। ସେ...

ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ

କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪...

କେନାଲ ବୁଡ଼ି ଜଣେ ମୃତ

ପରଜଙ୍ଗ, ୮।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗ୍ରାମର ଜଣେ ବୃଦ୍ଧ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବସନ୍ତ ବେହେରା (୫୯)।...

ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ

କାମାକ୍ଷାନଗର, ୨ ।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ...

Advertisement
Archives

Model This Week