ଶାଶୁଘର ଭିତରକୁ ଗଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୬ା୧: ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦର ଅନ୍ତ ଘଟିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତପସ୍ବିନୀ ଗୁରୁବାର ରାତିରେ ଶାଶୁଘରେ ପ୍ରବେଶ କରିଛନ୍ତି । ତପସ୍ବିନୀ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିବେ ଓ ଡା. ସୁମିତ ତାଙ୍କ ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା ଲେଖାଏ ପ୍ରତି ମାସରେ ଦେବେ ବୋଲି ଗତ ୪ ତାରିଖରେ ଜିଲା ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତପସ୍ବିନୀ ଘରର ଉପର ମହଲାରେ ରହିବେ ବୋଲି ତାଙ୍କ ଶ୍ବଶୁର ପ୍ରମୋଦ ସାହୁ କହିଥିଲେ।

ଏଥିରେ ତପସ୍ବିନୀ ପ୍ରଥମେ ରାଜି ନ ହୋଇ ପୂର୍ବଭଳି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଘର ବାରଣ୍ଡାରେ ବସି ରହିଥିଲେ। ସେପଟେ ଶ୍ୱଶୁର ଗୁରୁବାର ଲୋକ ଲଗାଇ ଉପର ମହଲା ସଫାସୁତରା କରାଇଥିଲେ। ହେଲେ ସନ୍ଧ୍ୟାରେ ଉପର ମହଲାକୁ ଜଣେ ଯୁବକ ଆସି ଫାଟକରେ ତାଲା ପକାଇବା ସହ ପ୍ରମୋଦ ସାହୁ ତାଙ୍କୁ ସେହି ଘର ଭଡାରେ ଦେଇଛନ୍ତି ବୋଲି କହିଥିଲେ। ଏହାକୁ ନେଇ ତପସ୍ବିନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିିଥିଲେ । ପରେ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ ବେହେରା ଓ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ମାନସ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଅଦାଲତଙ୍କ ରାୟରେ ସୁମିତଙ୍କ ଘରେ ତପସ୍ବିନୀ ରହିବେ ବୋଲି ଉଲ୍ଲେଖ ନ ଥିବା କହିବାରୁ ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ହେବାପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅସୀମ ପଣ୍ଡା, ଜିଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ତହସିଲଦାର ରିବନାରାୟଣ ମିଶ୍ର, ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୩ ଘଣ୍ଟା ଆଲୋଚନା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତପସ୍ବିନୀଙ୍କୁ ନେଇ ତାଙ୍କ ଶାଶୁ ଘର ଉପର ମହଲାରେ ଛାଡ଼ିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ବାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ଆସିଷ୍ଟାଣ୍ଟ ସେସନ୍‌ ଜଜ...

ପାଉଁଶରେ ପୋତାହେବ ଜଳାଶୟ, ବଢୁଛି ଜନ ଅସନ୍ତୋଷ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ଭୂତଳ ଜଳସ୍ତର ନିୟନ୍ତ୍ରଣ, ଜଳ ସଂରକ୍ଷଣ ସହ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ରାଜ୍ୟ ସରକାର ପୋଖରୀ ଖନନ କରୁଛନ୍ତି।...

ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା କଳାହାଣ୍ଡି ଶିକ୍ଷା ବିଭାଗ

ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ...

ଶୁକ୍ରବାର ହେବ ନାଏବ ସରପଞ୍ଚ ନିର୍ବାଚନ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ନାଏବ...

୪୦୦ ଲିଟର ଦେଶୀ ରନ୍ଧା ମଦ ସହ କାର୍‌ ଜବତ, ଜଣେ ଗିରଫ

ଭଦ୍ରକ ଅଫିସ,୨୬।୧- ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ଆଖୁଆପଦା ନିକଟରୁ ଜିଲା ଅବକାରୀ ବିଭାଗ ମଙ୍ଗଳବାର ଗୋଟିଏ ଇଣ୍ଡିଗୋ କାର୍‌(ଓଆର୍‌-୦୨ଏୟୁ-୦୪୪୦)ରୁ ୪୦୦ ଲିଟର ଦେଶୀ ରନ୍ଧା ମଦ...

ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ...

ପ୍ରକଳ୍ପ ନ ଥାଇ ଅର୍ଥ ହରିଲୁଟ୍‌

ଯାଜପୁର ଅଫିସ,୨୩ା୧୨:ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି ା ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ା...

Advertisement
Archives

Model This Week