କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ବିଷୟରେ କିଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କହିଛନ୍ତି। ଏହା ସହ ସେ ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏଥିରେ ସେ ଆହତ ହୋଇଥିବା ଦେଖାଯାଇଛି।
କିଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖିଛନ୍ତି, ମୋତେ ୫ ଜଣ ଲୋକ ଆକ୍ରମଣ କରିଥିଲେ, ମୋର ଡାହାଣ ହାତର ଆଙ୍ଗୁଠି ଛୁରିରେ ଆଘାତ ଲାଗିଥିଲା। ଏହା ବ୍ୟତୀତ ମୋତେ ଠେଙ୍ଗାରେ ପିଟିଥିଲେ। ମୋର ୫ଟି ଷ୍ଟିଚ ପଡିଛି। ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ମୁଁ ଦୁଇ ଜଣଙ୍କୁ ପିଟିବା ସହ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲି ଏବଂ ସେଠାରୁ ପଳାଇ ଯାଇଥିଲି। ମୋ ପାଇଁ ପ୍ରାର୍ଥନା କରନ୍ତୁ। ଏପ୍ରିଲ ୨୯ରେ ନିଜ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କିଲି ଏହି ଘଟଣା ବିଷୟରେ କହିଥିଲେ।
କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ କିଲି ପଲ ଏବଂ ତାଙ୍କ ଭଉଣୀ ନୀମା ପାଲଙ୍କ ଲିପ ସିଙ୍କିଂ କଳାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଉଭୟଙ୍କର ଭାରତୀୟ ସଙ୍ଗୀତ ପ୍ରତି ଏକ ଉତ୍ସାହ ଅଛି। ଏହି କ୍ରେଜ ପାଇଁ ସେମାନେ ବହୁତ ଲୋକପ୍ରିୟ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ପରେ ଉଭୟଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।
ଇନଷ୍ଟାଗ୍ରାମରେ କିଲି ପଲଙ୍କର ଏବେ ୩୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଭାରତରେ ତାଙ୍କର ଲୋକପ୍ରିୟତାର କାରଣ ହେଉଛି ବଲିଉଡ ଗୀତଗୁଡ଼ିକରେ ଲିପ ସିଙ୍କ କରନ୍ତି। ବଲିଉଡର ଗୀତ ଏବଂ ସଂଳାପକୁ ଲିପ ସିଙ୍କ କରି ଉଭୟ ଭାଇଭଉଣୀ ଭାରତୀୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଇନଷ୍ଟାଗ୍ରାମରେ କିଲିଙ୍କୁ ଫଲୋ କରନ୍ତି।

kili


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ...

କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ...

ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ ଏହା ଜାଣି କ’ଣ କହିଲେ ତାଙ୍କ ବାପା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ରରେ ଉତ୍ତରପ୍ରଦେଶର ଝାନ୍ସିରେ ରହୁଥିବା ଶ୍ରେୟା ଶୁକ୍ଲା ନାୟିକା ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ...

ହାଇଆଲର୍ଟ: ତୁରନ୍ତ କାବୁଲ ବିମାନ ବନ୍ଦର ଛାଡ଼ି ଚାଲି ଯାଆନ୍ତୁ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏଣୁ ତୁରନ୍ତ ବିମାନ ବନ୍ଦର ଛାଡ଼ି ଚାଲିଯାଆନ୍ତୁ। ଆମେରିକା...

ସଲମାନଙ୍କୁ ସମର୍ଥନ କଲେ ରାକ୍ଷୀ

ମୁମ୍ବାଇ,୨୪ା୩: ଦବଙ୍ଗ ଖାନ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ଜଣେ ଖବରଦାତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ କୋର୍ଟ ସମନ ଜାରି କରିଛନ୍ତି। ଏପ୍ରିଲ ୨ରେ...

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

ଚାଇନା ଧୂଳିଝଡ଼ ନେଇ ଜାପାନ-ଦକ୍ଷିଣ କୋରିଆରେ ସଙ୍କଟ…

ବେଜିଂ/ଟୋକିଓ/ସିଓଲ,୧୨।୪ : ପ୍ରାୟ ଏକ ମାସ ହେବ ଚାଇନାରେ ଏକ ଧୂଳିଝଡ଼ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଝଡ଼ ପଡୋଶୀ ଦେଶ ଜାପାନ ଏବଂ ଦକ୍ଷିଣ...

ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ

ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା...

Advertisement
Archives

Model This Week