କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ ଏପର୍ଯ୍ୟନ୍ତ ସାମ୍ନା କରି ନାହିଁ। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ହାରାହାରି ୫ ପ୍ରତିଶତରୁ ଅଧିକ ଭୟଙ୍କର ରୂପର ସମ୍ମୁଖୀନ ହୋଇଛେ। ତେବେ ପୁଣି ଅଧିକ ସଂକ୍ରାମକ ଏବଂ ଅଧିକ ମାରାତ୍ମକ କରୋନା ଭାରିଆଣ୍ଟ୍‌ ଆସିବା ଏବେ ବାକି ରହିଛି।

ଏବେ ବି କରୋନାର ଭୟଙ୍କର ରୂପ ଆସିବା ବାକି ରହିଛି ବୋଲି ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ। ଆଗାମୀ ଦିନରେ ଏହା ଆସିବାର ଆଶଙ୍କା ରହିଛି।

ଏହା ପୂର୍ବରୁ ମଧ୍ୟ ବିଲ ଗେଟ୍‌ସ ଏଭଳି ଚେତାବନୀ ଦେଇଥିଲେ। ଡିସେମ୍ବର ୨୦୨୧ ରେ, ବିଲ ଗେଟ୍‌ସ ଚେତାବନୀ ଦେଇଥିଲେ ଯେ କରୋନା ମହାମାରୀର ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଥିଲେ ଯେ ୨୦୧୫ ମସିହାରେ ମୁଁ ଚେତାବନୀ ଦେଇଥିଲି ଯେ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ।

ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ବିଲ ଗେଟ୍‌ସ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ଏହି ମହାମାରୀର ବିପଦ ମଧ୍ୟରେ ରହିଛେ। ଏହାର ଏକ ନୂତନ ଭାରିଆଣ୍ଟ୍‌ ଅଧିକ ସଂକ୍ରାମକ ଏବଂ ସାଂଘାତିକ ହେବାର ଆଶଙ୍କା ରହିଛି।

ବିଲ ଗେଟ୍‌ସ କହିଛନ୍ତି ଯେ ସେ ଦୁନିଆକୁ ଭୟଭୀତ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ଏପର୍ଯ୍ୟନ୍ତ ଆମେ କରୋନାର ସବୁଠାରୁ ଖରାପ ପର୍ଯ୍ୟାୟର ସମ୍ମୁଖୀନ ହୋଇନାହୁଁ। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ ଠାରୁ ପୃଥିବୀରେ ପ୍ରାୟ ୬୨ ଲକ୍ଷ ଲୋକଙ୍କ ମୃତୂ୍ୟ ଘଟିଛି। ତେବେ କିଛି ଦିନ ଧରି ମୋଟ ସକ୍ରିୟ ମାମଲା ଏବଂ ମୃତୂ୍ୟ ସଂଖ୍ୟାରେ ହ୍ରାସ ଘଟିଛି। ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାବନୀ ଦେଇଥିଲେ ଯେ ଲୋକମାନେ କରୋନା ନେଇ ସତର୍କ ରହିବା ଜରୁରୀ। ସେ କହିଥିଲେ ଯେ ଅନେକ ଦେଶରେ ପରୀକ୍ଷଣରେ ହ୍ରାସ ଘଟିଛି, ଯେଉଁ କାରଣରୁ କରୋନା ପୁନର୍ବାର ଆତଙ୍କ ସୃଷ୍ଟିକରିବାର ଆଶଙ୍କା ରହିଛି ବୋଲି ସେ ସତର୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri