କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ ଏପର୍ଯ୍ୟନ୍ତ ସାମ୍ନା କରି ନାହିଁ। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ହାରାହାରି ୫ ପ୍ରତିଶତରୁ ଅଧିକ ଭୟଙ୍କର ରୂପର ସମ୍ମୁଖୀନ ହୋଇଛେ। ତେବେ ପୁଣି ଅଧିକ ସଂକ୍ରାମକ ଏବଂ ଅଧିକ ମାରାତ୍ମକ କରୋନା ଭାରିଆଣ୍ଟ୍‌ ଆସିବା ଏବେ ବାକି ରହିଛି।

ଏବେ ବି କରୋନାର ଭୟଙ୍କର ରୂପ ଆସିବା ବାକି ରହିଛି ବୋଲି ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ। ଆଗାମୀ ଦିନରେ ଏହା ଆସିବାର ଆଶଙ୍କା ରହିଛି।

ଏହା ପୂର୍ବରୁ ମଧ୍ୟ ବିଲ ଗେଟ୍‌ସ ଏଭଳି ଚେତାବନୀ ଦେଇଥିଲେ। ଡିସେମ୍ବର ୨୦୨୧ ରେ, ବିଲ ଗେଟ୍‌ସ ଚେତାବନୀ ଦେଇଥିଲେ ଯେ କରୋନା ମହାମାରୀର ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଥିଲେ ଯେ ୨୦୧୫ ମସିହାରେ ମୁଁ ଚେତାବନୀ ଦେଇଥିଲି ଯେ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ।

ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ବିଲ ଗେଟ୍‌ସ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ଏହି ମହାମାରୀର ବିପଦ ମଧ୍ୟରେ ରହିଛେ। ଏହାର ଏକ ନୂତନ ଭାରିଆଣ୍ଟ୍‌ ଅଧିକ ସଂକ୍ରାମକ ଏବଂ ସାଂଘାତିକ ହେବାର ଆଶଙ୍କା ରହିଛି।

ବିଲ ଗେଟ୍‌ସ କହିଛନ୍ତି ଯେ ସେ ଦୁନିଆକୁ ଭୟଭୀତ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ଏପର୍ଯ୍ୟନ୍ତ ଆମେ କରୋନାର ସବୁଠାରୁ ଖରାପ ପର୍ଯ୍ୟାୟର ସମ୍ମୁଖୀନ ହୋଇନାହୁଁ। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ ଠାରୁ ପୃଥିବୀରେ ପ୍ରାୟ ୬୨ ଲକ୍ଷ ଲୋକଙ୍କ ମୃତୂ୍ୟ ଘଟିଛି। ତେବେ କିଛି ଦିନ ଧରି ମୋଟ ସକ୍ରିୟ ମାମଲା ଏବଂ ମୃତୂ୍ୟ ସଂଖ୍ୟାରେ ହ୍ରାସ ଘଟିଛି। ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାବନୀ ଦେଇଥିଲେ ଯେ ଲୋକମାନେ କରୋନା ନେଇ ସତର୍କ ରହିବା ଜରୁରୀ। ସେ କହିଥିଲେ ଯେ ଅନେକ ଦେଶରେ ପରୀକ୍ଷଣରେ ହ୍ରାସ ଘଟିଛି, ଯେଉଁ କାରଣରୁ କରୋନା ପୁନର୍ବାର ଆତଙ୍କ ସୃଷ୍ଟିକରିବାର ଆଶଙ୍କା ରହିଛି ବୋଲି ସେ ସତର୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି...

ବରଗଡ଼ରେ କରୋନା ନେଲା ଆଉ ୧ ଜୀବନ, ୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୧୬।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାରେ ଜିଲାର ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏ...

ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ

ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍‌ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ...

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ...

କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା...

ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ୍‌,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ...

ଦୁଇ ଡୋଜ୍‌ ମଧ୍ୟରେ କମ ସମୟ ସୀମା ଦ୍ୱାରା ବଢ଼ିବ ପ୍ରତିରୋଧକ ଶକ୍ତି…

ନୂଆଦିଲ୍ଲୀ,୫।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...

ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା

ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ...

Advertisement
Archives

Model This Week