ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା ତାମ୍ପରା ହ୍ରଦ ଏବେ ବିପଦରେ। ହ୍ରଦର ଅନ୍ୟ ପାର୍ଶରେ ରହିଛି ବଙ୍ଗୋପସାଗର। ଏହି ଉଭୟ ଜଳାଶୟ ମଧ୍ୟ ଭାଗରେ ରହିଛି ବିଶାଳ ଝାଉଁ ଏବଂ ଭାଲିଆ ଅରଣ୍ୟ। କିନ୍ତୁ ବିଗତ କିଛିମାସ ହେଲା ଏହି ଅରଣ୍ୟରେ ଅହେତୁକ ବୃକ୍ଷଛେଦନ ଚାଲିଛି। କାରଣ ହେଉଛି ସହରର ଉପକଣ୍ଠରେ ଥିବା ଭାରତୀୟ ବିରଳ ମୃତ୍ତିକା ଲିମିଟେଡ (ଆଇ.ଆର୍‌.ଇ.ଏଲ.) ଦାରା କାର୍ଯ୍ୟରତ ବିରଳ ମୃତ୍ତିକା ସନ୍ଧାନ ଯନ୍ତ୍ର। ସ୍ଥାନେ ସ୍ଥାନେ ଏହି ମେଶିନ ସାମୁଦ୍ରିକ ବାଲି ଖୋଲିବାରେ ଲାଗିଛନ୍ତି।
କିନ୍ତୁ ଏହି ଆଳରେ ହଜାର ହଜାର ବୃକ୍ଷ ବଳି ପଡ଼ିଚାଲିଛି। ଏହି ପ୍ରକ୍ରିୟା ପ୍ରାକୃତିକ ସନ୍ତୁଳନ ଦୋହଲାଇ ଦେଇପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଯେଉଁ ଭଳି ଅଳ୍ପ କିଛି ଦୂରରେ ଥିବା ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘନ କରି ଜନବସତି ଉପରକୁ ମାଡ଼ିବାର ଭୟ ସୃଷ୍ଟି କରୁଛି, ସେହିପରି ପରିସ୍ଥିତି ଏଠାରେ ବି ଦେଖିବାକୁ ମିଳିପାରେ।

ଛତ୍ରପୁର ପୌରପରିଷଦ ଉପକଣ୍ଠ ମାଟିଖାଲ ଗ୍ରାମରେ ଥିବା ଆଇ.ଆର୍‌.ଇ.ଏଲ. ଶିଳ୍ପ କାରଖାନା ଦାରା ଉତ୍ପାଦିତ ବିରଳ ରସାୟନ ସମୁଦ୍ର କୁଳିଆ ବାଲି ଖନନ କରି ପ୍ରସ୍ତୁତ କରାଯାଏ। ଅନେକ ବର୍ଷ ଧରି ଏହି ଖନନ କାର୍ଯ୍ୟ ଚାଲି ଆସିଛି। କିନ୍ତୁ ଏହି ପ୍ରସ୍ତୁତି ପ୍ରଣାଳୀ ବୃକ୍ଷଲତା ନ ଥିବା ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ସାରିଦେବା ପରେ ଏବେ ଅରଣ୍ୟ ସଫା କରିବାରେ ବ୍ୟସ୍ତ। ଯେତିକି ପରିମାଣର ବୃକ୍ଷ କଟା ହେଉଛି, ତା ଠାରୁ ଖୁବ କମ ସଂଖ୍ୟାରେ ବୃକ୍ଷରୋପଣ କରିବା ଦେଖିବାକୁ ମିଳିଛି। ଏହି ପରି କାର୍ଯ୍ୟଶୈଳୀ ଉପରେ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଫଳରେ ଅସାଭାବିକ ବର୍ଷା ହେଉଛି। କେବଳ ଲଘୁଚାପଜନିତ ବର୍ଷାକୁ ଛାଡ଼ି ଦେଲେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଖୁବ କମ ହେଉଛି। ଯାହାଦ୍ୱାରା ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଅରଣ୍ୟ ସେମାନଙ୍କୁ ସମୁଦ୍ରର କରାଳ ରୂପରୁ ରକ୍ଷା କରୁଥିଲା। ସ୍ବାଭାବିକଠାରୁ ଅଧିକ ବର୍ଷା ବି ହେଉଥିଲା। ଅସଂଖ୍ୟ ପଶୁପକ୍ଷୀ ଏଠାରେ ବସବାସ କରିଥିଲେ। ବୃକ୍ଷଛେଦନ ଦ୍ୱାରା ବର୍ତ୍ତମାନ ପଶୁପକ୍ଷୀ ଆଉ ଦେଖା ଯାଉ ନାହାଁନ୍ତି। ହେଲେ ଦିନ ଏମିତି ବି ଆସିପାରେ ଯେବେ ଛତ୍ରପୁର ସହରରୁ ତାମ୍ପରା ହ୍ରଦ ପାର ହୋଇ ସମୁଦ୍ର ସ୍ପଷ୍ଟ ଭାବେ ଦେଖାଯିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଗଛ ସମ୍ପୂର୍ଣ୍ଣ ଭାବେ ଯଦି ନଷ୍ଟ ହୋଇଯାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ ଏବଂ ସମୁଦ୍ର କୂଳ ଲଙ୍ଘନ କରି ଛତ୍ରପୁର ପର୍ଯ୍ୟନ୍ତ ଆସିବା ବିପଦ ରହିଛି।

ଅଞ୍ଚଳବାସୀଙ୍କ ଭିତରେ ଏକ ଭୟର ବାତାବରଣ ଖେଳିଯାଇଛି। ଆର୍ଯ୍ୟପଲ୍ଲୀ ଏବଂ ପୋଡ଼ମପେଟା ଦୁଇ ପାର୍ଶରେ ତାମ୍ପରା ହ୍ରଦ ଥିବା ବେଳେ ସମୁଦ୍ର ଅତିକ୍ରମ କରିବାର ସମ୍ଭାବନା ଅଧିକ ରହୁଛି। ଆଇ.ଆର୍‌.ଇ.ଏଲ.ର ଏହି କାର୍ଯ୍ୟଶୈଳୀ ଉପରେ ସରକାର ଅଙ୍କୁଶ ଲଗାଇବାକୁ ଗ୍ରାମବାସୀ ଜିଲାପାଳଙ୍କ ପାଖରେ ଗୁହାରି କରିଛନ୍ତି। ପ୍ରଶାସନ ତତ୍ପରତାର ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି ମଧ୍ୟ କରିଛନ୍ତି। ନଚେତ ବଙ୍ଗୋପସାଗର କୂଳ ଲଂଘି ଜନବସତି ଛାରଖାର କରିବାରେ ବିଳମ୍ବ କରିବ ନାହିଁ ବୋଲି ସେମାନେ ଆଶଙ୍କା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?