Posted inଖେଳ

ତାମିମ ଇକ୍‌ବାଲଙ୍କୁ ଜରିମାନା

ଦୁବାଇ,୩୦ା୫(ପି.ଟି.)-ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ତାମିମ ଇକବାଲଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ପ୍ରତିଶତ ଜରିମାନା କରାଯାଇଛି। ଢାକାଠାରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ମ୍ୟାଚରେ ଖରାପ ଭାଷା ପ୍ରୟୋଗ ପାଇଁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏକ ଅନ୍ତର୍ଜାତୀୟ ମ୍ୟାଚ ବେଳେ ଯଦି ଜଣେ ଖେଳାଳି ଅବା ସପୋର୍ଟ ଷ୍ଟାଫ୍‌ ଯଦି କାହାକୁ ଆକ୍ଷେପ କରି ଖରାପ ଭାଷା ବ୍ୟବହାର କରନ୍ତି ତେବେ ଏହାଦ୍ୱାରା ଆଇସିସି ଆଚରଣବିଧିର ଧାରା ୨.୩ ଉଲ୍ଲଂଘନ କରାଯାଇଥିବା ବିଚାର କରାଯିବ। ଜରିମାନା ବ୍ୟତୀତ ତାମିମଙ୍କୁ ଏକ ଡିମେରିଟ ପଏଣ୍ଟ ଦିଆଯାଇଛି। ଏହା ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ସାମିଲ କରାଯିବ। ୨୪ ମାସ ମଧ୍ୟରେ ତାମିମଙ୍କର ଏହା ହେଉଛି ପ୍ରଥମ ଅପରାଧ। ଶୁକ୍ରବାର ବାଂଲାଦେଶ ଇନିଂସର ୧୦ମ ଓଭରରେ ଏହି ଘଟଣା ଘଟିଥିଲା। ତାଙ୍କ କଟ୍‌ ବିହାଇଣ୍ଡ ଆଉଟ ବିରୋଧରେ ଡିଆର୍‌ଏସ୍‌ ଅପିଲ କରି ବିଫଳ ହେବାପରେ ଉତ୍ତେଜିତ ହୋଇ ସେ ଖରାପ ଭାଷାରେ ଗାଳି କରିଥିଲେ। ତାମିମ ନିଜ ଦୋଷ ସ୍ବୀକାର କରିବା ସହ ଆଇସିସି ମ୍ୟାଚ ରେଫରି ନିୟାମୁର ରସିଦଙ୍କ ଦ୍ୱାରା ପ୍ରସ୍ତାବିତ ଦଣ୍ଡ ବିଧାନକୁ ଗ୍ରହଣ କରି ନେଇଥିଲେ। ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ‘ଚୌକା କିଙ୍ଗ୍‌’, ୫୫ ବର୍ଷ ରେକର୍ଡ ଆଜି ବି ଅତୁଟ

ଇଂଲଣ୍ଡର ବାମହାତୀ ଓପନର୍‌ ଜନ ଏଡ୍ରିଚଙ୍କର ନାମରେ ଏକ ରେକର୍ଡ ଅଛି ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ସେ ଟେଷ୍ଟ ମ୍ୟାଚ୍‌ର ଏକ ଇନିଂସରେ...

ଇତିହାସ ରଚିଲେ ଆଭେଶ ଖାଁ

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ କ୍ରିକେଟର ପାଲଟିଛନ୍ତି ବୋଲର୍‌ ଆଭେଶ ଖାଁ। ୧୫ତମ ସଂସ୍କରଣ ପାଇଁ ଶନିବାର ଅନୁଷ୍ଠିତ ଖେଳାଳି...

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ...

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି।...

ଏହି ୨ କାରଣରୁ ଅଧିନାୟକ ପଦ ଛାଡିଛନ୍ତି କୋହଲି

ନୂଆଦିଲ୍ଲୀ,୧୨।୧୦: ଟି-୨୦ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ। କୋହଲି କିଛି ଦିନ ପୂର୍ବରୁ...

ପଠାନ ବ୍ରଦର୍ସଙ୍କ ବଦାନ୍ୟତା

ଭଦୋଦାରା, ୨୪।୩(ପି.ଟି.)- ଭାରତର ଦୁଇ ପୂର୍ବତନ କ୍ରିକେଟ ତଥା ଦୁଇ ଭାଇ ଇର୍ଫାନ ଓ ୟୁସୁଫ୍‌ ପଠାନଙ୍କ ବଦାନ୍ୟତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସାରା...

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

ଜାତୀୟ ସଫ୍ଟଟେନିସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୬।୬(ସ୍ପୋଟର୍‌ସ ବ୍ୟୁରୋ)- ମଧ୍ୟପ୍ରଦେଶର ଭୋପାଳଠାରେ ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪ତମ ଜାତୀୟ ଜୁନିୟର ସଫ୍ଟଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ରେ...

Advertisement
Archives

Model This Week