Posted inଜାତୀୟ

ଆମ୍ମାଙ୍କ ବିନା ଏଥର ହେବ ତାମିଲନାଡୁ ନିର୍ବାଚନ: ଅଣ୍ଟା ଭିଡିଲାଣି ଭାଜପା

ଚେନ୍ନାଇ,୨୭ ।୨: ଏଥର ତାମିଲନାଡୁ ବିଧାନସଭା ନିର୍ବାଚନ ନୂଆ କଳେବର ନେଇ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । ଏଥର ନିର୍ବାଚନରେ ଦଶକ ଦଶକ ଧରି ନିଜର ଉପସ୍ଥିତି ଜାହିର କରୁଥିବା କରୁନାନିଧି ଥିବେ ନା ତାଙ୍କ ବିରୋଧି ଜୟାଲଳିଥା । କିଛିଦିନ ପୂର୍ବରୁ ଲାଗୁଥିଲା କି ରାଜ୍ୟରେ ଏଥର ସେଲିବ୍ରିଟିଙ୍କ ରାଜନୀତି ଦେଖିବାକୁ ମିଳିବ । ହେଲେ ଶେଷ ସମୟରେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରୁ ଦୂରେଇ ଯିବା ଓ କମଲ ହାସନଙ୍କ ସାମାନ୍ୟ ଅନୁପସ୍ଥିତି ବି ଏହି ଅଲୋଚନାରେ ବ୍ରେକ୍ ଲଗାଇଛି । ଅନ୍ୟପଟେ କରୁଣାନିଧି ଓ ଜୟଲଳିଥାଙ୍କ ଅନୁପସ୍ଥିତିରେ ବି ଦ୍ରମୁକ ଓ ଅନ୍ନାଦ୍ରମୁକ ମଧ୍ୟରେ ଲଢେଇ ହେବ । ପୂର୍ବଭଳି ଦୁଇଦଳ ନିଜ ପୁରୁଣା ସାଥିଙ୍କୁ ନେଇ ମଇଦାନକୁ ଓହ୍ଲାଇବେ । ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା) ବି ଅନ୍ନାଦ୍ରମୁକର ସାହାରା ନେଇଛି, କଂଗ୍ରେସ ଡିଏମ୍‌କେରୁ ବଳ ଗୋଟାଇବ ବୋଲି କୁହାଯାଉଛି । ପୂର୍ବ ରେକର୍ଡ କହୁଛି ତାମିଲନାହଉରେ ପ୍ରତି ନିର୍ବାଚନରେ ସରକାର ବଦଳାଇବାର ପରମ୍ପରା ରହିଛି । ଏବେ ଆଲୋଚନା ହେଉଛି କି ଏଥର ଆମ୍ମାଙ୍କ ବିନା ତାମିଲନାଡୁ ରାଜନୀତିରେ ହୁଏତ କିଛି ନୂଆ ଘଟଣା ଘଟିପାରେ । ଅନ୍ୟପଟେ ଭାଜପା ଏବେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଅନୁମାନ କରାଯାଉଛି । କିନ୍ତୁ ୨୦୧୪ ଲୋକ ସଭା ନିର୍ବାଚନରେ ଭାଜପା ବିଜୟୀ ହେବା ପରେ ଏଠାରେ ଗଡ ବନାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲା । ଦ୍ରାବିଡ ରାଜନୀତି ଆଗରେ ଫେଲ୍ ମାରିଥିଲା ଭାଜପା । ୨୦୧୪ରେ ଭାଜପାକୁ ୫.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ମାତ୍ର ଦୁଇ ପ୍ରତିଶତ ଭୋଟରେ ମନ ବୁଝାଇଥିଲା ଭାଜପା । ହେଲେ ଏଥର ଭାଜପା ତାମିଲନାଡୁ ବିଧାନସଭା ଉପରେ ନିଜର କାୟା ବିସ୍ତାର କରିବାକୁ ଏବେଠାରୁ ଚେଷ୍ଟା ଆରମ୍ଭ କଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri