Posted inଜାତୀୟ

ବାତ୍ୟା ବୁରେଭିରେ ଚାଲିଗଲା ୭ ଜୀବନ: ବ୍ୟାପକ କ୍ଷୟକ୍ଷତି

ଚେନ୍ନାଇ, ୫।୧୨-ତାମିଲନାଡୁରେ ତାଣ୍ଡବ ମଚାଇଥିବା ସାମୁଦ୍ରିକ ବାତ୍ୟା ବୁରେଭିରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ପ୍ରବଳ ବର୍ଷା ଯୋଗୁ ମାଟି ଘର ନଷ୍ଟ ହୋଇଥିବାବେଳେ ଅନେକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ବାତ୍ୟାରେ ଘର ଓ ଗୋରୁଗାଈ ହରାଇଥିବା ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ପ୍ରତ୍ୟେକ ଗୋରୁ ମାଲିକଙ୍କୁ ଗୋରୁ ପାଇଁ କ୍ଷତିପୂରଣ ହିସାବରେ ୩୦,୦୦୦, ଗୋଟିଏ ବାଛୁରୀ ପାଇଁ ୧୬,୦୦୦ ଏବଂ ଗୋଟିଏ ଛେଳି ପାଇଁ ୩୦୦୦ ଟଙ୍କା ପ୍ରଦାନ କରାଯିବ। ସାମୁଦ୍ରିକ ବାତ୍ୟା ବୁରେଭି ଯୋଗୁ ରାଜ୍ୟରେ ୧୯୬ ଗୋରୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ରିଲିଫ୍‌ ଓ ପୁନଃନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏନ୍‌ଡିଆରଏଫ ଟିମ ଏଥିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ନ୍ୟାୟ ବ୍ୟବସ୍ଥାରେ ଅଲିଭା ଦାଗ

ନୂଆଦିଲ୍ଲୀ, ୬ା୭: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଯୋଗୁ ଦେଶରେ ହିଂସାତ୍ମକ ବିକ୍ଷୋଭ ଏବଂ ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟାକାଣ୍ଡ ଆଦି ପାଇଁ ସୁପ୍ରିମକୋର୍ଟ...

ଅବିବାହିତଙ୍କ ସଂଖ୍ୟା ବୃଦ୍ଧି : ବିବାହ ଓ୍ବେବସାଇଟ୍‌ ଆରମ୍ଭ କରିବ ପଞ୍ଚାୟତ…

କନ୍ନୁର, ୧୬।୮ : କେରଳର କନ୍ନୁର ଜିଲାର ପିନାରାଇ ଗ୍ରାମ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଞ୍ଚାୟତ ଏହା ଉପରେ ଉଦବେଗ ପ୍ରକାଶ...

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ...

ପାକିସ୍ତାନ ଜେଲ୍‌ରେ ୩୨୪ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍‌ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି।...

କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଞ୍ଚି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି...

ମଙ୍ଗଳବାର ଲକ୍‌ଡାଉନ୍‌କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେମାବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍‌...

ଭାଜପା ନେତା ଜିତୁ ଚୌଧୁରୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୨୧ ।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । ନିକଟରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଥମି ନ ଥିବା...

Advertisement
Archives

Model This Week