ଟମାଟୋ ଫେସ୍‌ପ୍ୟାକ୍‌

ଟମାଟୋ ସ୍କିନ୍‌ ପାଇଁ ବହୁତ ଉପକାରୀ। ଯେତେବେଳେ ଆପଣ ଭାବୁଛନ୍ତି କି ଆପଣଙ୍କ ତ୍ୱଚା ଟିକେ ସଫା ଦେଖାଯିବ ସେତେବେଳେ ଆପଣ ଟମାଟୋର ସାହାଯ୍ୟ ନେଇପାରିବେ। ଆପଣ ଯଦି ଚାହୁଁଛନ୍ତି ଫେୟାର ତ୍ୱଚା ତେବେ ଟମାଟୋ ଫେସିଆଲ୍‌କୁ ଆପଣାଇପାରିବେ…

ଷ୍ଟେପ୍‌-୧: କ୍ଲିଜିଂ
ଫେସିଆଲ ପୂର୍ବ ଷ୍ଟେପ୍‌ କ୍ଲିଜିଙ୍ଗ। ଏଥିପାଇଁ ଟମାଟୋ ରସ ଓ କଞ୍ଚାକ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ କଟନ୍‌ ବଲ ସାହାଯ୍ୟରେ ବେକ ଏବଂ ମୁହଁରେ ଲଗାନ୍ତୁ।
ଷ୍ଟେପ୍‌-୨: ସ୍କ୍ରବିଂ
ଫେସିଆଲର ଦ୍ୱିତୀୟ ଷ୍ଟେପ୍‌ ସ୍କ୍ରବିଂ। ଏଥିପାଇଁ ଆପଣ ଅଧା ଟମାଟୋ ନିଅନ୍ତୁ। ଏହି କଟାଯାଇଥିବା ଟମାଟୋ ଫାଳରେ କିଛି ଚିନି ଲଗାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଧୀରେ ଧୀରେ ସ୍କ୍ରବ୍‌ କରି ମସାଜ୍‌ କରନ୍ତୁ। ଏହି ଷ୍ଟେପ୍‌କୁ ଜୋର୍‌ରେ କରନ୍ତୁ ନାହିଁ, ଚିନିର ଦାନା ଆପଣଙ୍କୁ ଅସୁବିଧାରେ ପକାଇପାରେ।
ଷ୍ଟେପ୍‌-୩: ଷ୍ଟିମିଂ
ଟମାଟୋର ଫେସିଆଲର ତୃତୀୟ ଷ୍ଟେପ୍‌ ଷ୍ଟିମିଂ କରନ୍ତୁ। ଏଥିପାଇଁ ଇଲେକ୍‌ଟ୍ରିକ୍‌ ଫେସିଆଲ ଷ୍ଟିମରକୁ ନିଅନ୍ତୁ, ଏହାକୁ ୫ମିନିଟ୍‌ ପର୍ଯ୍ୟନ୍ତ ଗରମ ହେବାକୁ ଛାଡ଼ିଦିଅନ୍ତୁ। ଏବେ ଆପଣଙ୍କ ମୁହଁକୁ ପାଖାପାଖି ୫ରୁ ୭ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ।
ଷ୍ଟେପ୍‌-୪
ଟମାଟୋ ଫେସିଆଲର ଚତୁର୍ଥ ଷ୍ଟେପ୍‌ରେ ଆପଣଙ୍କୁ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଟମାଟୋ ରସ, ଚନ୍ଦନ ପାଉଡ଼ର ଓ ମହୁ ଆବଶ୍ୟକ ହୋଇଥାଏ। ଏହିସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ। ପୁଣି ଏହାକୁ ଆପଣ ନିଜ ମୁହଁରେ ଏବଂ ବେକରେ ଲଗାନ୍ତୁ। ଏହାକୁ ୧୫ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?