Posted inଫୁରସତ

ଏହି ପରିବାରର ସମସ୍ତ ସଦସ୍ୟ ଡେଙ୍ଗା, ଉଚ୍ଚତା ଜାଣିଲେ…

ପୁଣେ,୨୮ା୧୧: ଏମିତି ଏକ ପରିବାର, ଯାହାର ପ୍ରତ୍ୟେକ ସଦସ୍ୟ ଡେଙ୍ଗା। ସେମାନେ ଯେଉଁଆଡ଼େ ଯାଆନ୍ତି ଯେତେ ଜନଗହଳି ହୋଇଥାଉନା କାହିଁକି ସମସ୍ତଙ୍କ ଭିତରେ ବାରି ହୋଇପଡ଼ନ୍ତି। ଏହି ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣି। ବୟସ ୫୨ ହୋଇଥିବା ବେଳେ ତାଙ୍କ ଉଚ୍ଚତା ୭ ଫୁଟ ଦେଢ଼ ଇଞ୍ଚ, ସେହିପରି ୪୬ ବର୍ଷୀୟା ସ୍ତ୍ରୀ ସଂଯୋତଙ୍କ ଉଚ୍ଚତା ୬ ଫୁଟ ଅଢ଼େଇ ଇଞ୍ଚ,ତାଙ୍କର ଦୁଇ ଝିଅ ୨୨ ବର୍ଷୀୟା ଶ୍ରୀଗୁଳା ଏବଂ ୧୬ ବର୍ଷୀୟା ସାନିଆ। ସେମାନଙ୍କ ଉଚ୍ଚତା ଯଥାକ୍ରମେ ୬ ଫୁଟ ୧ ଇଞ୍ଚ ଏବଂ ଏବଂ ୬ ଫୁଟ ୪ ଇଞ୍ଚ।

୧୯୮୯ରେ ବିବାହ କରିବା ପରେ ଲିମ୍‌କା ବୁକ ଅଫ୍‌ ରେକର୍ଡସ ଦ୍ୱାରା ଏହି ଦମ୍ପତି ଭାରତର ଉଚ୍ଚତମ ଦମ୍ପତି ଭାବେ ମୁକୁଟ ପିନ୍ଧିଥିଲେ।

ଶରଦ କହିଛନ୍ତି, ବିବାହ ପାଇଁ ପ୍ରଥମେ ସମସ୍ୟା ଦେଖା ଦେଇଥିଲା। ଏପରିକି ତାଙ୍କୁ ଏହି ଡେଙ୍ଗା ଯୋଗୁ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼ିଥିଲା। ଶରଦ କିଶୋର ଅବସ୍ଥାରେ ନିଜର ଶକ୍ତି କ୍ରୀଡ଼ାରେ ଲଗାଇ ଦେଶ ପାଇଁ ବାସ୍କେଟବଲ ଖେଳିବା ଶେଷ କରିଥିଲେ। କିନ୍ତୁ ସଂଯୋତ ଗାଁରେ ରହୁଥିଲେ। ଏହି ଦୁହିଁଙ୍କ ମଧ୍ୟରେ ଦେଖାସାକ୍ଷାତ ହେବା ପରେ ପ୍ରେମ ହୋଇଥିଲା। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କର ଦୁଇ ଝିଅ ଜନ୍ମ ହେଲେ। ସେମାନେ ଯେତେବେଳେ ବଢ଼ିଲେ ତାଙ୍କର ଉଚ୍ଚତା ମଧ୍ୟ ବଢ଼ିବାକୁ ଲାଗିଲା। ଶରଦ କୁହନ୍ତି, ଏବେ ଆଉ ଲାଜ ଲାଗୁନି କି କାହା ଥଟ୍ଟା ପରିହାସକୁ ଖାତିର ନାହିଁ। ଆମେ ନୂତନ ଆଶା ପାଇଁ ଏବେ ଉତ୍ସାହିତ। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନାଁ ରଖିବାକୁ ଚେଷ୍ଟା ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri