Posted inଫୁରସତ

ଏହି ପରିବାରର ସମସ୍ତ ସଦସ୍ୟ ଡେଙ୍ଗା, ଉଚ୍ଚତା ଜାଣିଲେ…

ପୁଣେ,୨୮ା୧୧: ଏମିତି ଏକ ପରିବାର, ଯାହାର ପ୍ରତ୍ୟେକ ସଦସ୍ୟ ଡେଙ୍ଗା। ସେମାନେ ଯେଉଁଆଡ଼େ ଯାଆନ୍ତି ଯେତେ ଜନଗହଳି ହୋଇଥାଉନା କାହିଁକି ସମସ୍ତଙ୍କ ଭିତରେ ବାରି ହୋଇପଡ଼ନ୍ତି। ଏହି ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣି। ବୟସ ୫୨ ହୋଇଥିବା ବେଳେ ତାଙ୍କ ଉଚ୍ଚତା ୭ ଫୁଟ ଦେଢ଼ ଇଞ୍ଚ, ସେହିପରି ୪୬ ବର୍ଷୀୟା ସ୍ତ୍ରୀ ସଂଯୋତଙ୍କ ଉଚ୍ଚତା ୬ ଫୁଟ ଅଢ଼େଇ ଇଞ୍ଚ,ତାଙ୍କର ଦୁଇ ଝିଅ ୨୨ ବର୍ଷୀୟା ଶ୍ରୀଗୁଳା ଏବଂ ୧୬ ବର୍ଷୀୟା ସାନିଆ। ସେମାନଙ୍କ ଉଚ୍ଚତା ଯଥାକ୍ରମେ ୬ ଫୁଟ ୧ ଇଞ୍ଚ ଏବଂ ଏବଂ ୬ ଫୁଟ ୪ ଇଞ୍ଚ।

୧୯୮୯ରେ ବିବାହ କରିବା ପରେ ଲିମ୍‌କା ବୁକ ଅଫ୍‌ ରେକର୍ଡସ ଦ୍ୱାରା ଏହି ଦମ୍ପତି ଭାରତର ଉଚ୍ଚତମ ଦମ୍ପତି ଭାବେ ମୁକୁଟ ପିନ୍ଧିଥିଲେ।

ଶରଦ କହିଛନ୍ତି, ବିବାହ ପାଇଁ ପ୍ରଥମେ ସମସ୍ୟା ଦେଖା ଦେଇଥିଲା। ଏପରିକି ତାଙ୍କୁ ଏହି ଡେଙ୍ଗା ଯୋଗୁ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼ିଥିଲା। ଶରଦ କିଶୋର ଅବସ୍ଥାରେ ନିଜର ଶକ୍ତି କ୍ରୀଡ଼ାରେ ଲଗାଇ ଦେଶ ପାଇଁ ବାସ୍କେଟବଲ ଖେଳିବା ଶେଷ କରିଥିଲେ। କିନ୍ତୁ ସଂଯୋତ ଗାଁରେ ରହୁଥିଲେ। ଏହି ଦୁହିଁଙ୍କ ମଧ୍ୟରେ ଦେଖାସାକ୍ଷାତ ହେବା ପରେ ପ୍ରେମ ହୋଇଥିଲା। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କର ଦୁଇ ଝିଅ ଜନ୍ମ ହେଲେ। ସେମାନେ ଯେତେବେଳେ ବଢ଼ିଲେ ତାଙ୍କର ଉଚ୍ଚତା ମଧ୍ୟ ବଢ଼ିବାକୁ ଲାଗିଲା। ଶରଦ କୁହନ୍ତି, ଏବେ ଆଉ ଲାଜ ଲାଗୁନି କି କାହା ଥଟ୍ଟା ପରିହାସକୁ ଖାତିର ନାହିଁ। ଆମେ ନୂତନ ଆଶା ପାଇଁ ଏବେ ଉତ୍ସାହିତ। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନାଁ ରଖିବାକୁ ଚେଷ୍ଟା ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri