Posted inଜାତୀୟ

ପରସିମନ ନେଇ ରାଜନୈତିକ ଦଳ-ସଂଗଠନଙ୍କ ସହିତ ଆଲୋଚନା ସଫଳ: ମୁଖ୍ୟ ନିର୍ବାଚନ କମିଶନର…

ନୂଆଦିଲ୍ଲୀ,୨୮।୩ : ଭାରତର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ମଙ୍ଗଳବାର କହିଛନ୍ତି ଯେ ଆସାମରେ ହେବାକୁ ଥିବା ନିର୍ବାଚନମଣ୍ଡଳୀଗୁଡିକର ପରସିମନକୁ ପ୍ରାୟ ସମସ୍ତ ରାଜନୈତିକ ଦଳ ଏବଂ ସଂଗଠନ ସମର୍ଥନ କରିଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, ସଂଗଠନଗୁଡିକ ଏହି ସୀମାକୁ ସମର୍ଥନ କରୁଥିବାବେଳେ ସେମାନେ କିଛି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ସିଇସି କହିଛନ୍ତି ଗୁଆହାଟୀରେ ପହଞ୍ଚିଥିବା ନିର୍ବାଚନ ଆୟୋଗ ଟିମ୍‌ ପ୍ରାୟ ୬୦ ଟି ସଂଗଠନ ସହିତ ନଅଟି ରାଜନୈତିକ ଦଳ (ଉଭୟ ଜାତୀୟ ତଥା ଆଞ୍ଚଳିକ)ଙ୍କୁ ଭେଟିଛନ୍ତି। ସମସ୍ତେ ତାଙ୍କୁ ଏହି ପ୍ରକ୍ରିୟା ଉପରେ ବହୁତ ଭଲ ପରାମର୍ଶ ଏବଂ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ ।

ସେ ସୂଚନା ଦେଇଛନ୍ତି ଯେ ଆସାମରେ ୨୦୦୮ ରେ ଡିଲିମିଟେଶନ ଆକ୍ଟ ୨୦୦୨ ଅନୁଯାୟୀ ଡେଲିମିଟେଶନ କରାଯାଇଥାନ୍ତା। କିନ୍ତୁ କିଛି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅବଶ୍ୟ, ୨୦୨୦ ରେ ଭାରତର ରାଷ୍ଟ୍ରପତି ଏହି ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଥିଲେ। ୨୦୦୧ ଜନଗଣନାକୁ ମୂଳ ବର୍ଷ ଭାବରେ ସ୍ଥିର କରାଯାଇଛି କାରଣ ଏହା ଭାରତୀୟ ସମ୍ବିଧାନର ଧାରା ୧୭୦ (ଖ) ଉପରେ ଆଧାରିତ। ପରାମର୍ଶଗୁଡିକ ୧୫ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସୀମା ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri