କଞ୍ଚାମାଲ ଅଭାବ ନେଇ ଆଲୋଚନା

ରସୁଲପୁର,୩୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁରେ ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ପହଞ୍ଚତ୍ ଏକ ସମୀକ୍ଷା ବୈଠକ କରିଛନ୍ତି। ମା’ ତାରିଣୀ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟାଳୟ ପରିସରରେ ବୁଣାକାର ସଂଘ ନେତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତନ୍ତଶାଳାକୁ କଞ୍ଚାମାଲ ଅଭାବ ଉପରେ ଉପନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କଞ୍ଚାମାଲ ଅଭାବ ଯୋଗୁ ବହୁ ତନ୍ତଶାଳା ବନ୍ଦ ହୋଇଯାଇଛି। କାରିଗର କାର୍ଯ୍ୟଶୂନ୍ୟ ହୋଇପଡ଼ିଛନ୍ତି। ରୋଜଗାର ଠପ୍‌ ହୋଇଯାଇଛି। ଟସର ଲୁଗା ବ୍ୟତୀତ ଅନ୍ୟ ବସ୍ତ୍ର ବୁଣିବାକୁ କାରିଗର ଆଗ୍ରହ ପ୍ରକାଶ କରୁନାହାନ୍ତି। ଟସର ଲୁଗା ବଜାରରେ ଚାହିଦା ରହୁଛି, ଅନ୍ୟସବୁକୁ ବିକ୍ରିକରିବାରେ ସମସ୍ୟା ହେଉଛି। ଏହି ସବୁ କାରଣରୁ କାରିଗର ଟସର କୋଷା ଅଭାବରୁ କାମ ପାଉନାହାନ୍ତି। ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ କାରିଗର ହାତବାନ୍ଧି ବସିଛନ୍ତି ବୋଲି ବୁଣାକାର ନେତା ରମେଶ ଦାସ, ଅଶୋକ କୁମାର ଗୁଇଁ, ମକରଧ୍ୱଜ ଗୁଇଁ, ସାମନ୍ତ ଦାସ, ସୁରେନ୍ଦ୍ର ଦାସ, ପୀତବାସ ସୁର, ନରେନ୍ଦ୍ର ବେହେରା, କୁଳମଣି ଗୁଇଁ, ପ୍ରଶାନ୍ତ କୁମାର ଦାସଙ୍କ ସମେତ ୧୭ଟି ସମିତିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପନିର୍ଦ୍ଦେଶକକ ମହାନ୍ତି, ଏସ୍‌ଆର୍‌ ପ୍ରକାଶ ପାତ୍ର, ବୟନ ନିରୀକ୍ଷକ ତରିଣୀ ଛାଟୋଇ ଓ ଦୁଷ୍ମନ୍ତ ପାତ୍ର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବୁଣାକାର ସହାୟତାର ସଦୁପଯୋଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ସହାୟତା ପାଇଁ ଅନଲାଇନ ଜରିଆରେ ଅବେଦନ କରିଥିବା ବୁଣାକାର ପରିବାର ମଧ୍ୟରୁ ଯୋଗ୍ୟଙ୍କୁ ଚିହ୍ନଟ କରାଯାଇ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପିଏଚ୍‌ଓଆଇ ଯୋଜନା ଜରିଆରେ ବୁଣାକାରଙ୍କୁ ତନ୍ତ, ଜାକଡ, ଡବି ଆଦି ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରୁ ବଞ୍ଚତ୍ତ ଥିବା ଅନ୍ୟମାନଙ୍କୁ ପର୍ଯ୍ୟାୟ କ୍ରମରେ ତନ୍ତଶାଳା ଯନ୍ତ୍ରାଂଶ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ବୈଷୟିକ ସହାୟକ ଶ୍ରୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଞ୍ଚାମାଲ ଅଭାବ ସମ୍ପର୍କରେ ଉପନିର୍ଦ୍ଦେଶକ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରତିକୂଳ ପାଣିପାଗ ପାଇଁ କୋଷା ଚାଷରେ କ୍ଷତି ହୋଇଛି। ଏହାଛଡା କୋଷା ଯୋଗାଣ କରୁଥିବା ସଂସ୍ଥା ସେରିଫେଡର ବୋର୍ଡ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବାରୁ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ପରେ ଆଚରଣ ବିଧି ଉଠିଗଲେ ଟସର କୋଷା ଅଭାବୀକରଣ ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri