୯ ସ୍ତ୍ରୀରୁ ଛାଡ଼ପତ୍ର ଦେବେ ଜଣେ

ବ୍ରାସିଲିଆ, ୬ା୪: ଲାଟିନ୍‌ ଆମେରିକୀୟ ଦେଶ ବ୍ରାଜିଲର ଜଣେ ମଡେଲ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ‘ମୁକ୍ତ ପ୍ରେମ’ ନାଁରେ ପୂର୍ବରୁ ୯ ଥର ବିବାହ କରିସାରିଥିବା ମଡେଲ ଆର୍ଥର ଓ’ ଉରସୋ ଏବେ ଆଉ ଦୁଇଟି ବାହାହେବାକୁ ଯାଉଛନ୍ତି। ୯ ଜଣ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଆର୍ଥରଙ୍କୁ ଛାଡ଼ପତ୍ର ଦେବାକୁ ଯାଉଥିବାରୁ ତାଙ୍କ ସ୍ଥାନ ପୂରଣ କରିବାକୁ ମଡେଲ ଜଣକ ଅନ୍ୟ ଜଣଙ୍କୁ ବିବାହ କରିବେ। ଏହାସହ ଜୀବନରେ ୧୦ ସ୍ତ୍ରୀ ରଖିବା ଲକ୍ଷ୍ୟ ପୂରଣ ପାଇଁ ସେ ଦଶମ ବିବାହ ମଧ୍ୟ କରିବେ ବୋଲି ଆର୍ଥର କହିଛନ୍ତି।
ବିବାହ ପ୍ରଥାକୁ ବିରୋଧ କରି ମୁକ୍ତ ପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥର ବିବାହିତ ଥିବା ସତ୍ତ୍ୱେ ଗତ ବର୍ଷ ଆଉ ୮ ଜଣଙ୍କ ହାତ ଧରିଥିଲେ। ମିଡିଆକୁ ପ୍ରତିକ୍ରିୟା ଦେଇ ଆର୍ଥର କହିଛନ୍ତି, ସ୍ତ୍ରୀ ଆଗାଥା ତାଙ୍କ ଉପରେ ସମ୍ପୂର୍ଣ୍ଣ ଅଧିକାରୀ ଚାହୁଁଛନ୍ତି। କିନ୍ତୁ ତାହା ସମ୍ଭବ ନୁହେଁ। ଆମକୁ ମିଶି ରହିବାକୁ ପଡ଼ିବ। ଆଗାଥା ଅଲଗା ହେବାକୁ ଯାଉଥିବା ଜାଣି ବେଶ୍‌ ଦୁଃଖିତ। କିନ୍ତୁ ଏହାର କାରଣ ତାଙ୍କୁ ଅଧିକ କଷ୍ଟ ଦେଇଛି ବୋଲି ଆର୍ଥର କହିଛନ୍ତି। ୧୦ ସ୍ତ୍ରୀ ରଖିବାକୁ ତାଙ୍କର ସ୍ବପ୍ନ ରହିଛି ଏବଂ ସମସ୍ତଙ୍କଠାରୁ ସେ ପିଲା ଚାହାନ୍ତି ବୋଲି ଆର୍ଥର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରାଦର-ହକ୍କାନି ମୁହଁ।ମୁହିଁ

କାବୁଲ, ୧୬ା୯: ଆଫଗାନିସ୍ତାନକୁ କବ୍‌ଜା କରି ତାଲିବାନ୍‌ ସରକାର ସିନା ଗଢ଼ିଦେଲା କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ତାହାର ପରିଚାଳନା ଏହି ଆତଙ୍କବାଦୀ ଗୋଷ୍ଠୀ ପାଇଁ କାଠିକର...

ଶାନ୍ତି ଆଲୋଚନା ପାଇଁ ମସ୍କୋର ପ୍ରସ୍ତାବର ସକାରାତ୍ମକ ପ୍ରତିକ୍ରିୟା ଦେଇନାହିଁ ନାଟୋ: ପୁଟିନ…

ମସ୍କୋ,୨୧।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସଂସଦକୁ ମଙ୍ଗଳବାର ସମ୍ବୋଧିତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟିଏ ଦିନ...

ରେକ୍ଟମରୁ ବାହାରିଲା ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା

ପ୍ୟାରିସ୍‌ ୨୨।୧୨: ଫ୍ରାନ୍ସର ଟୋଉଲନରେ ଥିବା ସେଣ୍ଟେ ମୁସେ ହସ୍ପିଟାଲରେ ଜଣେ ୮୮ବର୍ଷୀୟ ବୃଦ୍ଧଙ୍କ ରେକ୍ଟମ (ମଳଦ୍ୱାର)ରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା ସଫଳତାର ସହ...

୩ ଗାଡ଼ି ଧକ୍କା: ୧୩ ମୃତ-୨୦ ଆହତ…

ଇସଲାମାବାଦ,୨୫।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ...

କାବୁଲ ମସ୍‌ଜିଦରେ ବିସ୍ଫୋରଣ: ୧୦ ମୃତ

କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ...

ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ

ଇସ୍‌ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ...

କାନାଡ଼ାରେ ଅଘୋଷିତ ଚାଇନା ପୋଲିସ ଥାନା, ତଦନ୍ତ ଆରମ୍ଭ…

ଟରୋଣ୍ଟୋ,୨୩।୧୧ : କାନାଡାର ଟରୋଣ୍ଟୋରେ ଅଘୋଷିତ ଚାଇନା ପୋଲିସ ଷ୍ଟେଶନ ଚଳାଇବା ମାମଲା ସାମ୍ନାକୁ ଆସିଛି। କାନାଡାର ରୟାଲ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ଘଟଣାର...

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌)...

Advertisement
Archives

Model This Week