ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଲା ତାଲିବାନ୍‌, ପାକିସ୍ତାନ ପାଇଁ ପାଲଟିବ ବୁମେରାଂ…

କାବୁଲ,୨୪।୮: ତାଲିବାନ ଆତଙ୍କବାଦୀମାନେ ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଏହାକୁ ସେମାନେ ପାକିସ୍ତାନ ପଠାଇ ଦେଇଛନ୍ତି। ମାତ୍ର ଭାରତ ବିରୋଧରେ ଏହାର ବ୍ୟବହାର ପୂର୍ବରୁ ପାକିସ୍ତାନରେ ଆତଙ୍କ ସୃଷ୍ଟି କରାଯିବ ବୋଲି କେତେକ ଉଚ୍ଚପଦସ୍ଥ ଭାରତୀୟ ସେନା ଅଧିକାରୀ କହିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ପାଇଁ ବୁମେରାଂ ପାଲଟିବ ବୋଲି ସେନା ଅଧିକାରୀମାନେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଭାରତରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀକୁ ମଧ୍ୟ ଅସ୍ତ୍ର ଯୋଗାଇବାର ସମ୍ଭାବନା ରହିଛି, କିନ୍ତୁ ସେମାନଙ୍କ ସହ ମୁକାବିଲା କରିବାକୁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେନା ଅଧିକାରୀ କହିଛନ୍ତି। ଅଧିକାରୀମାନଙ୍କୁ ମିଳିଥିବା ଇନପୁଟ ଅନୁସାରେ ଲୁଟ ହୋଇଥିବା କେତେକ ଛୋଟ ଅସ୍ତ୍ର ପାକିସ୍ତାନକୁ ପଠାଯାଉଛି। କିନ୍ତୁ ତାଲିବାନର ବିଜୟ ଯେପରି ଆତଙ୍କବାଦୀ ଗୋଷ୍ଠୀକୁ ଉତ୍ସାହିତ କରିଛି, ଏହି ଅସ୍ତ୍ରଶସ୍ତ୍ରକୁ ହିଂସା ପାଇଁ ପାକିସ୍ତାନ ବିରୋଧରେ ବ୍ୟବହାର କରାଯିବାର ବଡ଼ ସମ୍ଭାବନା ଅଛ ବୋଲି ସେନା ଅଧିକାରୀମାନେ ସୂଚନା ଦେଇଛନ୍ତି। ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏମ୍‌-୧୬ ଏବଂ ଏମ୍‌-୪ ଆସଲ୍ଟ ରାଇଫଲ, ଇସ୍ପାତ କୋର ବୁଲେଟ,ବୁଲେଟ ପ୍ରୁଫ ଉପକରଣ, ନାଇଟ ଭିଜନ ଗଗଲ୍ସ୍‌ ବହୁ ସଂଖ୍ୟକ ସ୍ନାଇପର ରାଇଫଲ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା...

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି।...

ପୁଟିନ୍‌ଙ୍କୁ ବିଦେଶରେ ଗିରଫ ଅର୍ଥ ‘ଯୁଦ୍ଧ ଘୋଷଣା’

ମସ୍କୋ,୨୩।୩: ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହା ଏବେ ସାରା ବିଶ୍ୱରେ...

ରୁଷିଆକୁ ରୋକିବାକୁ ଏକମାତ୍ର ବିକଳ୍ପ

ଓ୍ବାଶିଂଟନ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ରୁଷିଆ...

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩...

ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା...

‘ମୋ’ ଜୀବନ ପ୍ରତି ବିପଦ ଅଛି’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ରବିବାର ଅପରାହ୍ନରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ସମର୍ଥନମାନଙ୍କୁ...

ନେପାଳକୁ ଟିମ୍‌ ପଠାଇଲେ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ...

Advertisement
Archives

Model This Week