Posted inଖେଳ

ଇତିହାସ ରଚିପାରନ୍ତି ବୁମ୍‌ରା

ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ ୨୫ରୁ ଅର୍ଥାତ୍‌ ଆଜିଠୁ ଆରମ୍ଭ ହେବ। ଇଂଲଣ୍ଡ ଦଳ ବିପକ୍ଷ ତୃତୀୟ ମ୍ୟାଚ ଟିମ ଇଣ୍ଡିଆର ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କ ପାଇଁ ସ୍ବତନ୍ତ୍ର। ସେ ଏହି ମ୍ୟାଚରେ ଭାରତ ଲାଗିଦ୍ରୁତତମ ୧୦୦ ଉଇକେଟ ପାଇଁ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ବୁମରା ଏହା କରିବାରେ ସଫଳ ହୁଅନ୍ତି, ତେବେ ସେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କୁ ପଛରେ ପକାଇ ଦେବେ।
ବୁମ୍‌ରା ଏବେ ଭଲ ଫର୍ମରେ ଅଛନ୍ତି ଏବଂ ସେ ୨୨ଟି ମ୍ୟାଚରେ ୯୫ ଉଇକେଟ ନେଇଛନ୍ତି। ହେଡିଙ୍ଗଲେରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ନିଜର ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବେ। ୧୯୮୩ ମସିହାରେ ଭାରତ ପାଇଁ ବିଶ୍ୱକପ ଜିତିଥିବା ଅଧିନାୟକ କପିଲ ଦେବ ୨୫ଟି ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ଯଦି ବୁମରା ଏହି ସଫଳତା ହାସଲ କରନ୍ତି, ତେବେ ସେ ଭେଙ୍କଟେଶ ପ୍ରସାଦଙ୍କ ୯୫ ଉଇକେଟ ଏବଂ ମନୋଜ ପ୍ରଭାକରଙ୍କ ୯୬ ଟେଷ୍ଟ ଉଇକେଟ ମଧ୍ୟ ଅତିକ୍ରମ କରିବେ। ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ବୁମ୍‌ରାଙ୍କ ପାଇଁ ବହୁତ ଭଲ ଥିଲା। ଏହି ମ୍ୟାଚ୍‌ରେ ସେ କେବଳ ବୋଲିଂରେ ଭଲ କରି ନ ଥିଲେ, ବରଂ ବ୍ୟାଟିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲିନ୍‌ ବୋଲ୍ଡ ହେବା ପରେ ବି ନଟ୍‌ଆଉଟ୍‌ ରହିଲେ ବ୍ୟାଟ୍ସମ୍ୟାନ୍‌: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍‌...

ଷ୍ଟିଭେନ୍‌ ଟେଲର ଓଡ଼ିଶା ଏଫ୍‌ସି ଅଧିନାୟକ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସପ୍ତମ ସଂସ୍କରଣ ପାଇଁ ଓଡ଼ିଶା ଏଫ୍‌ସି ନୂଆ ଅଧିନାୟକ ନିଯୁକ୍ତ କରିଛି। ପୂର୍ବତନ ନ୍ୟୁ କ୍ୟାସେଲ ଡିଫେଣ୍ଡର...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ...

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ...

ସିଂହ କଦାପି ଭୁଲେନି ଶିକାର କରିବା

ଜୟପୁର,୧୭।୩: କଥାରେ ଅଛି ସିଂହ କଦାପି ଭୁଲେନି ଶିକାର କରିବା। ଠିକ୍‌ ସେହିଭଳି ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ...

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ...

ଏକାଠି ଖେଳିପାରିବେ ନାହିଁ ଭାରତ-ପାକିସ୍ତାନ ଖେଳାଳି : ବିସିସିଆଇ

ନୂଆଦିଲ୍ଲୀ,୨୭।୧୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ଅଫିସିଆଲ...

ଗୁଜରାଟ -ମୁମ୍ବାଇ ଉଦ୍‌ଘାଟନୀ ମୁକାବିଲା

ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

Advertisement
Archives

Model This Week