ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର ମୃତ ଦେହକୁ ସହର ସାରା ବୁଲାଇଥିଲେ । ମାସ ମାସ ଧରି ହିଂସାର ବାତାବରଣ ଲାଗି ରହିବା ପରେ ପାଖାପାଖି ୨୦ ବର୍ଷ ପରେ ଆଫଗାନ ମାଟିରେ ଏବେ ରାଜ୍ କରିଛି ତାଲିବାନ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହାର ହୋଇଥିବା ହେଲିକପ୍ଟରଟି କୁଆଡେ ଆମେରିକାର । ଦାବି କରାଯାଉଛି କି ଏହି ଭିଡିଓଟି ଆଫଗାନିସ୍ତାନର । ଏଥିରେ ଆମେରିକାର ବ୍ଲାକହଙ୍କ ହେଲିକପ୍ଟର ଉଡୁଥିବା ଦେଖାଯାଉଛି । ଯେଉଁଥିରେ ରଶିରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖାଯାଇଛି । ଏହାକୁ କେହି ଜଣେ ଖବରଦାତା ଅବା ମିଡିଆ କର୍ମୀ ଶେୟାର କରିଥିବା କୁହାଯାଉଛି । ଏଥିପାଇଁ ଅନେକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି । ତେବେ ହେଲିକପ୍ଟରରେ ଝୁଲୁଥିବା ବ୍ୟକ୍ତି ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ କିଛି ଗଣମାଧ୍ୟମ ଏହା ଜଣେ ମୃତ ବ୍ୟକ୍ତିଙ୍କ ଶରୀର ବୋଲି କହୁଛନ୍ତି । ଯାହାଙ୍କୁ ତାଲିବାନ ହତ୍ୟା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ...

ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ପଜିଟିଭ ଆସିଲା ଟେଷ୍ଟ ରିପୋର୍ଟ

ସାନ ଡିଏଗୋ (କାଲିଫର୍ନିଆ), ୩୦।୧୨: କୋଭିଡ୍‌-୧୯ ଭାଇରସର ମୁକାବିଲା ପାଇଁ ଅନୁମତି ପାଇଥିବା ଫାଇଜର ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଆମେରିକାର କାଲିଫର୍ନିଆର ଦକ୍ଷିଣାଞ୍ଚଳରେ...

କରୋନା ହେଲେ ବେଲଗାମ: ୩ ମାସରେ ଆମେରିକାରେ ୯୪ ଲକ୍ଷ ଲୋକ ହେବେ ସଂକ୍ରମିତ !

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଆମେରିକାରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କରୋନା...

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ...

ଆମେରିକା-ଇରାନ ଅଘୋଷିତ ଯୁଦ୍ଧ: କାହା ପାଖରେ ରହିଛି କେତେ ଅସ୍ତ୍ରଶସ୍ତ୍ର ?

ଓ୍ବାଶିଂଟନ/ତେହେରାନ,୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ ନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଯଦି ଉଭୟ...

କୁକୁର ସହ ଖେଳୁ ଖେଳୁ ଭାଙ୍ଗିଲା ବାଇଡେନ୍‌ଙ୍କ ଗୋଡ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କୁକୁର ସହ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସିଏନ୍‌ଏନ୍‌ର ଏକ...

ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୨୨।୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ପଡ଼ୋଶୀ ଦେଶକୁ ଉପହାର ଆକାରରେ ୨ ନିୟୁତ କୋଭିଡ୍‌-୧୯ କୋଭିଡିଲ୍ଡ...

କାମିଲା ପରବର୍ତ୍ତୀ ରାଣୀ ହେବେ

ଲଣ୍ଡନ,୭।୨: ପ୍ରିନ୍ସ ଚାଲର୍‌ସ ବ୍ରିଟେନର ରାଜା ହେଲେ ଡଚେସ୍‌ ଅଫ୍‌ କର୍ନଓ୍ବାଲ କାମିଲା ରାଣୀ ହେବେ ବୋଲି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

Advertisement
Archives

Model This Week