ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର ଗଠନକୁ ନେଇ ଶନିବାର ହୋଇଥିବା ବୈଠକ ପରେ ତାଲିବାନ ନେତା କହିଛନ୍ତି ସରକାରରେ ସାମିଲ ହେଉଥିବା ନାଁର ଘୋଷଣା ସରକାର ଗଠନ ସହ ହେବ । ଅନୁମାନ କରାଯାଉଛି କି ତାଲିବାନର ସହ ସଂସ୍ଥାପକ ମୁଲ୍ଲା ବରାଦର ଏହି ନୂଆ ସରକାରର ନେତୃତ୍ୱ ନେବେ । ତାଲିବାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୋହା ସ୍ଥିତ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ଚେୟାରମ୍ୟାନ ମୁଲ୍ଲା ଅବଦୁଲ ଗନି ବରଦାରଙ୍କୁ ସରକାରଙ୍କ ମୁଖ୍ୟ କରିବାକୁ ସାର୍ବଜନୀନ ଘୋଷଣା ଶୀଘ୍ର କରାଯିବ । ମୁଲ୍ଲା ବରାଦରଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଅବ୍ୱାସ ଷ୍ଟେନକଜଇଙ୍କର ମଧ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ତାଲିବାନ ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇମାନୁଲ୍ଲାହ ସାମଗାନି କହିଛନ୍ତି ସମସ୍ତ ବଡ ବଡ ନେତା କାବୁଲ ପହଞ୍ଚି ସାରିଛନ୍ତି । ଆଉ ନୂଆ ସରକାର ଗଠନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସରକାର ଗଠନକୁ ନେଇ ଆପୋଷ ସହମତି ହୋଇ ସାରିଛି । ଆଉ ଏବେ ମନ୍ତ୍ରିମଣ୍ଡଳକୁ ନେଇ କିଛି ଆବଶ୍ୟକ କଥାବାର୍ତ୍ତା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ୧.୪ କୋଟିରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ…

ଓ୍ବାଶିଂଟନ, ୨୬।୭ : ମହାମାରୀ ଆରମ୍ଭରୁ, ଆମେରିକାର ୧.୪ କୋଟିରୁ ଅଧିକ ଶିଶୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକୀୟ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଏଏପି)...

ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି...

ମହାକାଶରେ ବେଜୋସ୍‌ଙ୍କ ୧୧ ମିନିଟ୍‌

ଓ୍ବାଶିଂଟନ୍‌, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ମଙ୍ଗଳବାର ତାଙ୍କ...

ଚାଇନା-ପାକିସ୍ତାନ ସେନା ମନ୍ତ୍ରଣା

ଇସ୍‌ଲାମାବାଦ,୨୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ନୂଆଦିଲ୍ଲୀ ଓ ଇସ୍‌ଲାବାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ମଙ୍ଗଳବାର ଏନେଇ ପାକିସ୍ତାନ ଓ ଚାଇନା ସେନା ମଧ୍ୟରେ ମନ୍ତ୍ରଣା ହୋଇଛି। ଚାଇନା...

୬ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଭିଲଓ୍ବାଡ଼ାରେ କର୍ଫ୍ୟୁ

ଆଜମେର/ଜୟପୁର,୨୨।୩: ରାଜସ୍ଥାନର ଭିଲଓ୍ବାଡ଼ାରେ ୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଶୁକ୍ରବାର ସନ୍ଧ୍ୟାରୁ କର୍ଫ୍ୟୁ ଜାରି ହୋଇଛି।...

ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ...

ଚାଇନାର ବଡ଼ଭାଇ ପଣିଆ, ତାଲିବାନ୍‌ ସରକାରକୁ ମାନ୍ୟତା ଦେବାକୁ ଜୋର୍‌ସୋର୍‌ ଉଦ୍ୟମ…

ବେଜିଂ,୨୩।୯: ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ଅର୍ନ୍ତଜାତୀୟ ମାନ୍ୟତା ଦେବାକୁ ଚାଇନା ବଡ଼ଭାଇ ପଣିଆ ଦେଖାଇବା ଆରମ୍ଭ କରିଛି। ଏନେଇ ଚାଇନା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଜାରି...

ଫସିଛନ୍ତି ୫ ହଜାର ଲୋକ

କୁଆଲାଲମ୍ପୁର/ମାନିଲା, ୨୧ା୧୨: ମାଲେସିଆରେ ଶୁକ୍ରବାରଠାରୁ ବର୍ଷା ଲାଗି ରହିଥିବାରୁ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୭ ଜଣଙ୍କ...

Advertisement
Archives

Model This Week