ପାକିସ୍ତାନ ଜେଲରେ ଆଠ ବର୍ଷ କାଟିଛନ୍ତି ତାଲିବାନର ନେତୃତ୍ୱ ନେବାକୁ ଯାଉଥିବା ମୁଲ୍ଲା

କାବୁଲ,୩ ।୯: ଆଫଗାନିସ୍ତାନରେ ଖୁବଶୀଘ୍ର ତାଲିବାନ ସରକାର ଗଠନ କରିବାକୁ ଯାଉଛି । କୁହାଯାଉଛି କି ଶୁକ୍ରବାର ସନ୍ଧ୍ୟା ଅଥବା ଦିନେ ଦୁଇଦିନ ମଧ୍ୟରେ ତାଲିବାନ ସରକାର ଗଠନ କରିବ । ଏହି ନୂଆ ସରକାରର ନେତୃତ୍ୱ ନେବାକୁ ଯାଉଥିବା ନେତା ତଥା ରାଜନୈତିକ ସିଷ୍ଟମର ସୂଚନା ମଧ୍ୟ ଦିଆଯିବ ବୋଲି କୁହାଯାଉଛି । ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ମୁଲ୍ଲା ଅବଦୁଲ ଗନି ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ ଅର୍ଥାତ୍ ସେ ଆଫଗାନିସ୍ତାନର ଅଲଗା ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ଥିର ହୋଇ ସାରିଛି । ଏବେ ପର୍ଯ୍ୟନ୍ତ ଲାଇନରେ ଥିବା ତାଲିବାନର ରାଜନୈତିକ ଚେହେରା ଥିବା ବରାଦର ଏହି ସଙ୍ଗଠନର ସହ ସଂସ୍ଥାପକ ଥିଲେ । ଏବେ ତାଙ୍କର ସ୍ଥାନ ସର୍ବୋଚ୍ଚ ନେତା ହେବାକୁ ଯାଉଥିବା ମୁଲ୍ଲା ହେବତୁଲ୍ଲା ଅଖୁଂଦଜାଦାଙ୍କ ପରେ ରହିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ୧୯୬୮ରେ ଆଫଗାନିସ୍ତାନର ଉରୁଜଗାନ ଅଞ୍ଚଳରେ ହୋଇଥିବା ବେଳେ ବରାଦର ଆରମ୍ଭରୁ ଧାର୍ମିକ ଭାବେ କଟ୍ଟର ପନ୍ଥି ଥିଲେ । ସେ ତାଲିବାନର ସଂସ୍ଥାପକ ମୁଲ୍ଲା ଉମରଙ୍କ ଶଳା । ୯/୧୧ ଆକ୍ରମଣ ପରେ ଯେତେବେଳେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ସେତେବେଳେ ତାଲିବାନର ସବୁ ବଡ ବଡ ନେତା ପାକିସ୍ତାନର ଶରଣ ନେଇଥିଲେ । ଏମାନଙ୍କ ମଧ୍ୟରେ ମୁଲ୍ଲା ଉମର ଓ ଅବଦୁଲ ଗନି ବରାଦର ଅନ୍ୟତମ । କୁହାଯାଏ ବରାଦରଙ୍କୁ ପାକିସ୍ତାନ ୨୦୧୦ରେ କରାଚିରୁ ଗିରଫ କରିଥିଲା । ଏହାର ସୂଚନା ଗୋଟିଏ ସପ୍ତାହ ପରେ ମିଳିଥିଲା । ଏହାପରେ ବରାଦରଙ୍କୁ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ଜେଲରେ ରହିବାକୁ ପଡିଥିଲା । ଏହାପରେ ଆମେରିକାକୁ ଅନୁରୋଧ କରି ତାଙ୍କୁ ଛାଡି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?