ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ। ହୋଟେଲର ମାଲିକ ଥିଲେ ଜେସୋର ଜଲାର ଆୱାମି ଲିଗର ସାଧାରଣ ସମ୍ପାଦକ ଶାହିନ ଚକଲାଦର।

ଡେପୁଟି କମିଶନର ଅବରାରୁଲ ଇସଲାମ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରୁ ୨୦ବର୍ଷ ବୟସ୍କା ଚୟନ ଏବଂ ୧୯ବର୍ଷୀୟ ସେଜନ ହୁସେନ ବୋଲି ଜଣାପଡିଛି। ଡାକ୍ତରଖାନାର କର୍ମଚାରୀ ହାରୁନ ରସିଦ କହିଛନ୍ତି ଯେ ସେଠାରେ ଅତି କମରେ ୮୪ଜଣ ଲୋକ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର। ସହରର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଉତ୍ସବରେ ହଜାର ହଜାର ଲୋକ ଉତ୍ସବ ପାଳନ କରୁଥିଲେ। ଉତ୍ସବ ସମୟରେ କିଛି ଲୋକ ଚିତ୍ତରମୋର ଅଞ୍ଚଳର ଜବୀର ହୋଟେଲରେ ନିଆଁ ଲଗାଇ ଏହାର ଆସବାବପତ୍ର ଭାଙ୍ଗିଥିଲେ। ଏହି ସମୟରେ ପ୍ରଦର୍ଶନକାରୀମାନେ ଜିଲା ଆୱାମୀ ଲିଗ କାର୍ଯ୍ୟାଳୟ ଏବଂ ଶରଶା ଏବଂ ବେନାପୋଲ ଅଞ୍ଚଳରେ ଆଉ ତିନି ଜଣ ଆୱାମୀ ଲିଗ ନେତାଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ବାଂଲାଦେଶରେ ଅଗ୍ନିକାଣ୍ଡ ଏବଂ ହିଂସା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୩୦୦ଲୋକ ପ୍ରାଣ ହରାଇଛନ୍ତି। ସୋମବାର ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟରେ ଏଭଳି ଦାବି କରାଯାଇଛି। ତେବେ ମତ୍ୟୁ ସଂଖ୍ୟା ୩୦୦ବୋଲି ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ରବିବାର ବାଂଲାଦେଶ ରାସ୍ତାରେ ହିଂସା ଘଟିଥିବା ଏଏଫପି ରିପୋର୍ଟରେ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?