ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍‌ରେ ସରକାରୀ କର୍ମଚାରୀ…

କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି। କାନ୍ଧାହାରର ସ୍ପିନ ବୋଲଡାକ ଜିଲାର ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ତାଲିବାନ୍‌ ସଦସ୍ୟମାନେ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ଦ୍ୱାରା ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଥିବା ଖବର ପ୍ରକାଶ ପାଇବା ପରେ ଆଫଗାନିସ୍ତାନର ସ୍ବତନ୍ତ୍ର ମାନବାଧିକାର ଆୟୋଗ ଏହି ଘଟଣାର ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରିଥିଲା। କେତେକ ପୀଡିତ ପରିବାରଙ୍କର ସାକ୍ଷାତ୍‌କାର କରାଯାଇଥିଲା।
ଆୟୋଗର ଅନୁସନ୍ଧାନରୁ ଜଣାପଡିଛି ଯେ, ତାଲିବାନ ଅବସର ଗ୍ରହଣ କରିଥିବା ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘରେ ଲୁଟ୍‌ପାଟ୍‌ କରିଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ସ୍ପିନ ବୋଲଡାକ ଜିଲାକୁ ପୁଣି ଥରେ ସୈନ୍ୟ ବାହିନୀ ଦଖଲ କରିଥିବାରୁ ସୁରକ୍ଷା ବାହିନୀକୁ ଅଭିବାଦନ ଜଣାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଲିବାନ ପକ୍ଷରୁ ଏଭଳି ପ୍ରତିଶୋଧ ନିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ତାଲିମାନ୍‌ ସଦସ୍ୟମାନେ ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘର ସମେତ ବହୁ ସ୍ଥାନୀୟ ଲୋକଙ୍କ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ୧୪ ଜୁଲାଇରେ ସ୍ପିନ ବୋଲଡାକ ନିଜ ଦଖଲକୁ ନେଇଥିଲା। ଜିଲାକୁ ସରକାରୀ ଦଖଲକୁ ଫେରାଇ ଆଣିବା ପାଇଁ ସାମରିକ ଅପରେସନ ଆରମ୍ଭ କରଯାଇଥିଲା। ଏହାକୁ କିଛି ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିଲେ।
ଏଭଳି ଲୋକଙ୍କୁ ଖୋଜିବା ପରେ ତାଲିବାନ ସେମାନଙ୍କୁ ଘରୁ ବାହାର କରି ହତ୍ୟା କରିଥିଲା। ବର୍ତ୍ତମାନ ସୁଦ୍ଧା କେତେକ ବାସିନ୍ଦାମାନଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୧୬ ଜୁଲାଇରୁ ଇତିମଧ୍ୟରେ ତାଲିବାନ ଦ୍ୱାରା ଜିଲାର ୪୦ ଜଣଙ୍କୁ ହତ୍ୟା କରାଯାଇଥିବା ଆୟୋଗ ଚିହ୍ନଟ କରିଛି। ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ସଂଗଠନର ସଦସ୍ୟମାନେ ସାଧାରଣ ନାଗରିକ କିମ୍ବା ସାଧାରଣ କାର୍ଯ୍ୟ ବ୍ୟବସ୍ଥାର କୌଣସି କ୍ଷତି କରିବେ ନାହିଁ। କିନ୍ତୁ ସାମ୍ପ୍ରତିକ ଘଟଣାରୁ ଜଣାପଡୁଛି ଯେ, ତାଲିବାନର ପ୍ରତିଶ୍ରୁତି ଏବଂ କାର୍ଯ୍ୟରେ ତାଳମେଳ ରହୁନାହିଁ। ଅର୍ଜାତୀୟ ମାନବିକ ଅଧିକାର ଏବଂ ଏହାର ନୀତି ପାଳନ ପ୍ରତି ତାଲିବାନର କୌଣସି ବ୍ୟବହାରିକ ପ୍ରତିବଦ୍ଧତା ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍‌…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି।...

ଜାତିସଂଘ ପକ୍ଷରୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର…

ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ...

ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌

ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର...

ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି...

ଡୋରିଆନ ସାମୁଦ୍ରିକ ଝଡ଼ ପାଇଁ ୬ଶହ ବିମାନ ବାତିଲ

ଓ୍ବାଶିଂଟନ,୨।୯: ମାଡି ଆସୁଛି ସାମୁଦ୍ରିକ ଝଡ଼ ଡୋରିଆନ। ଏହା ଉତ୍ତର ବାହାମସରେ ଲ୍ୟାଣ୍ଡଫଲ୍‌ କରିବାର ଅନୁମାନ କରାଯାଉଛି। ଏହା ଆମେରିକାରେ ତାଣ୍ଡବ ରଚିବ ବୋଲି କହିଛି...

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି।...

ସୂର୍ଯ୍ୟ ବାହ୍ୟଭାଗକୁ ଛୁଇଁଲା ନାସା ସ୍ପେସ୍‌କ୍ରାଫ୍ଟ

ଓ୍ବାଶିଂଟନ୍‌, ୧୫ା୧୨: ଏ ପର୍ଯ୍ୟନ୍ତ ଅସମ୍ଭବ ବୋଲି ମନେ ହେଉଥିବା କାମକୁ ସମ୍ଭବ କରି ଦେଖାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ପାର୍କର...

କରୋନା ସଙ୍କଟରେ ୩ ସଂକ୍ରମଣର ଦୋହରା ମାଡ଼…

ଜେନେଭା, ୨୩।୫ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଙ୍କଟରେ ଯୁଝୁ ଥିବା ପୃଥିବୀ ଉପରେ ୩ ସଂକ୍ରମଣର ଦୋହରା ମାଡ଼...

Advertisement
Archives

Model This Week