ପ୍ରସ୍ଫୁଟିତ ହେବେ ପ୍ରତିଭା

ଅନୁଗୋଳ ଅଫିସ, ୯ା୭
ବଦଳିବ ଅନୁଗୋଳ କ୍ରିକେଟ୍‌ର ଭାଗ୍ୟ। ପ୍ରସ୍ଫୁଟିତ ହେବେ ଜିଲା କ୍ରିକେଟ୍‌ ପ୍ରତିଭା। ଉଜ୍ଜ୍ୱଳ ହେବ ଏଠାକାର ଖେଳାଳିଙ୍କ ଭବିଷ୍ୟତ। ଏପରି ସମ୍ଭାବନା ସୃଷ୍ଟି କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)। ସହରର କଦମପଡ଼ିଆରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ କ୍ରିକେଟ୍‌ ଏକାଡେମୀ। ଟର୍ଫ ପିଚ୍‌ରେ ପ୍ରଶିକ୍ଷଣ ଦେବାକୁ ରହିବେ ଉନ୍ନତ ପ୍ରଶିକ୍ଷକ। ଅନୁଗୋଳରୁ ଜାତୀୟ, ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ପାଇଁ ଆରମ୍ଭ ହେବ ଉଦ୍ୟମ। ଏଥିପାଇଁ ଓସିଏ କର୍ମକର୍ତ୍ତାମାନେ ଗୁରୁବାର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି। ଅନୁଗୋଳ କ୍ରିକେଟ୍‌ ଆସୋସିଏଶନ ସହ ଆଲୋଚନା ମଧ୍ୟ କରିଛନ୍ତି।
ଅନୁଗୋଳରେ କ୍ରିକେଟ୍‌ ପ୍ରତିଭାଙ୍କ ଅଭାବ ନାହିଁ। ପୂର୍ବରୁ ଜିଲାର ଅନେକ ଖେଳାଳି ରାଜ୍ୟ ପାଇଁ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ଜାତୀୟସ୍ତରୀୟ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଛି। ୧୯୯୭ ଓ ୨୦୦୦ ମସିହାରେ କଳାହାଣ୍ଡି କପ୍‌ ଅନୁଗୋଳରେ ଖେଳାଯାଇଛି। ରଣଜୀ ଟ୍ରଫି ସହ ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ମଧ୍ୟ କଦମ ପଡ଼ିଆରେ ଅନୁଷ୍ଠିତ ହୋଇଛି। ୨୦୧୧ରେ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ଖେଳାଯାଇଛି। ହେଲେ ପରବର୍ତ୍ତୀ ସମୟରେ ଉପଯୁକ୍ତ ଧ୍ୟାନ ଦିଆ ନ ଯିବାରୁ ଦୁର୍ବଳ ହୋଇପଡ଼ିଛି ଅନୁଗୋଳ କ୍ରିକେଟ୍‌ ଓ ଏହାର ଭିତ୍ତିଭୂମି। ଏହି କ୍ରୀଡ଼ା ପ୍ରତି ପ୍ରବଳ ଆଗ୍ରହ ଥିଲେ ବି ପ୍ରୋତ୍ସାହନ, ପ୍ରଶିକ୍ଷଣ ସୁଯୋଗରୁ ବଞ୍ଚିତ ହୋଇଛନ୍ତି ଏଠାକାର ଖେଳାଳି। ତେବେ ବିଳମ୍ବରେ ହେଲେ ମଧ୍ୟ ଅନୁଗୋଳ କ୍ରିକେଟକୁ ଆଗେଇ ନେବାକୁ ଓସିଏ ପକ୍ଷରୁ କ୍ରିକେଟ୍‌ ଏକାଡେମୀ ପ୍ରତିଷ୍ଠା ଯୋଜନା କରାଯାଇଛି। ଆସନ୍ତା ୧୯ ତାରିଖରେ କଦମ ପଡ଼ିଆରେ ଏହାର ଭିତ୍ତିପ୍ରସ୍ତର ପଡ଼ିବାକୁ ଯାଉଛି। ଏହା ଜିଲାର ଖେଳାଳିଙ୍କ ପାଇଁ ବୃହତ ସୁଯୋଗ ସୃଷ୍ଟି କରିବ। ଜାତୀୟସ୍ତରୀୟ ମ୍ୟାଚ ଖେଳାଯିବା ଭଳି ଟର୍ଫ ଉଇକେଟ୍‌ ନିର୍ମାଣ କରାଯିବ। ଏଥିପାଇଁ ପିଚ୍‌ କ୍ୟୁରେଟରଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି। ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଥିବା ୩ ପ୍ରଶିକ୍ଷକଙ୍କୁ ଓସିଏ ପକ୍ଷରୁ ତାଲିମ ଦିଆଯାଇଛି। ପ୍ରତିଭା ଆଧାରରେ ହିଁ ୧୪ ବର୍ଷରୁ କମ୍‌ ଦଳ ପାଇଁ ଖେଳାଳି ଚୟନ କରାଯିବ। ସିନିୟର ଦଳ ପାଇଁ ମଧ୍ୟ ସମାନ ପନ୍ଥା ଆପଣାଯିବ। ଆଠମଲ୍ଲିକ ଓ ପାଲଲହଡ଼ା ଭଳି ଅଞ୍ଚଳରୁ ଆସୁଥିବା ପିଲାଙ୍କୁ ଏକାଡେମୀରେ ରଖାଯାଇ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହେବ। ଏଥିପାଇଁ ଓସିଏ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଗ୍ରାଉଣ୍ଡ କମିଟି ଅଧ୍ୟକ୍ଷ ଧୀରେନ ପଲେଇ, କମିଟି ସଦସ୍ୟ ଡାନିଏଲ ରାଉତ, ଦେବାଶିଷ ପାଢ଼ୀ, ପିଚ୍‌ କ୍ୟୁରେଟର ହୃଷୀକେଶ ସିଂହ, ଇଞ୍ଜିନିୟର କମିଟିର ଆଲୋକ କୁମାର ପ୍ରମୁଖ କଦମପଡ଼ିଆ ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହ ଅନୁଗୋଳ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା, ଅରୁଣ ପଶୁପାଳ, କୋଷାଧକ୍ଷ ରଞ୍ଜନ କୁମାର ଧୀରସାମନ୍ତ ଓ ଜୟକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ଦଳ ପାଇଁ ଖୋଜା ହେବେ ଖେଳାଳି
ବହୁ ବର୍ଷ ହେବ ଓଡ଼ିଶାରୁ କୌଣସି କ୍ରିକେଟ୍‌ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ ନିକଟରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଅନ୍ତର୍ଜାତୀୟସ୍ତରର ଖେଳାଳି ବାହାରି ନ ପାରିବା ଦୁଃଖର ବିଷୟ। ତେଣୁ ତୃଣମୂଳସ୍ତରରୁ ପ୍ରତିଭା ଚୟନ ପାଇଁ ରାଜ୍ୟର ୧୫ଟି ସ୍ଥାନରେ କ୍ରିକେଟ୍‌ ଏକାଡେମୀ ପ୍ରତିଷ୍ଠା କରାଯିବ।
-ଅକ୍ଷୟ କୁମାର ସାମନ୍ତ, ଉପସଭାପତି, ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ
କ୍ରିକେଟ୍‌ ପ୍ରତି ଆକର୍ଷଣ ବଢ଼ିବ
ଅନୁଗୋଳରେ କ୍ରିକେଟ୍‌ ଏକାଡେମୀ ପ୍ରତିଷ୍ଠା ହେଲେ ଏହି ଖେଳ ପ୍ରତି ଅଧିକରୁ ଅଧିକ ପିଲା ଆକଷର୍ର୍ିତ ହେବେ। ଉନ୍ନତ ପ୍ରଶିକ୍ଷଣ ନ ପାଇ ଯେଉଁ ପିଲାମାନେ ଏହି ଖେଳରୁ ଦୂରେଇ ଯାଇଥିଲେ, ସେମାନେ ମଧ୍ୟ ପିଚ୍‌କୁ ଫେରିଆସିବେ। ଓସିଏର ଏଭଳି ପଦକ୍ଷେପ କ୍ରିକେଟରେ ଭଲ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହୋଇପାରିବ। ଜିଲାରୁ କିଭଳି ଅଧିକ ପ୍ରତିଭା ବାହାରିପାରିବେ ସେ ନେଇ ଜିଲା କ୍ରିକେଟ୍‌ ଆସୋସିଏଶନ୍‌ କାର୍ଯ୍ୟ କରିବ।
-ସାଗର ମିଶ୍ର, ସମ୍ପାଦକ, ଅନୁଗୋଳ କ୍ରିକେଟ୍‌ ଆସୋସିଏଶନ
ପାଇଥିବା ପ୍ରଶିକ୍ଷଣ କାମରେ ଲଗାଇବି
ପୂର୍ବରୁ ଓଡ଼ିଶା ପାଇଁ ମ୍ୟାଚ ଖେଳିଛି। ସେ ସମୟରେ ଖେଳାଳିମାନଙ୍କୁ ଅତ୍ୟନ୍ତ କଠୋର ପରିଶ୍ରମ କରିବାକୁ ପଡ଼ୁଥିଲା। ଏବେ ଅତି ସହଜରେ ସମସ୍ତ ପ୍ରଶିକ୍ଷଣ ମିଳିଯାଉଛି। ଅନୁଗୋଳରେ କ୍ରିକେଟ୍‌ ଏକାଡେମୀ ହେବା ପରେ ଯେଉଁ ଖେଳାଳିମାନେ ଏଠାରେ ପ୍ରଶିକ୍ଷଣ ନେବାକୁ ଆସିବେ, ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କଟକରେ ଏଥିପାଇଁ ତାଲିମ ନେଇ ଆସିଥିବାରୁ ପିଲାମାନଙ୍କୁ ପ୍ରସ୍ତୁତ କରିବାରେ ଅସୁବିଧା ହେବ ନାହିଁ।
-ମିଲନ ସାହୁ, ପ୍ରଶିକ୍ଷକ, ଅନୁଗୋଳ
ଖେଳାଳିଙ୍କ ପାଇଁ ସୁଯୋଗ ରହିବ
ଅନୁଗୋଳରେ କ୍ରିକେଟ ଏକାଡେମୀ ହେବା ଗର୍ବର ବିଷୟ। ଏହାଦ୍ୱାରା ଜିଲାରୁ ଅଧିକ କ୍ରିକେଟ୍‌ ପ୍ରତିଭା ସୃଷ୍ଟି ହେବାର ସୁଯୋଗ ରହିବ। ବହୁ ପୂର୍ବରୁ ଏ ଦିଗରେ ଧ୍ୟାନ ଦିଆଯିବାର ଥିଲା। ବିଳମ୍ବରେ ହେଲେ ମଧ୍ୟ ଏହାକୁ ସମସ୍ତେ ସ୍ବାଗତ କରିବେ। ଭଲ ପ୍ରଶିକ୍ଷଣ ନେବା ପରେ ଚୟନକର୍ତ୍ତାମାନେ ପ୍ରଦର୍ଶନ ଦେଖିବାକୁ ନିଶ୍ଚିତ ଅନୁଗୋଳ ଆସିବେ। ଆଗାମୀ ଦିନରେ ଜାତୀୟ ଦଳ ପାଇଁ ଏଠାରୁ ଖେଳାଳି ଖୋଜାଯିବା ଜାଣି ଖୁସି ଲାଗୁଛି।
-ରାକେଶ ଗୋଚ୍ଛାୟତ, ପୂର୍ବତନ କ୍ରିକେଟର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri