Posted inଜାତୀୟ

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦିଲ୍ଲୀ ଗସ୍ତନେଇ ପ୍ରଶାନ୍ତ କିଶୋର ପ୍ରଶ୍ନ ଉଠାଇ କହିଛନ୍ତି ଯେ କେବଳ ନେତାମାନଙ୍କୁ ଭେଟିବା ଏବଂ ଏକାଠି ଚା’ ପିଇଲେ ଜାତୀୟ ରାଜନୀତିରେ ପରିବର୍ତ୍ତନ ହୁଏ ନାହିଁ ଅବା ବିରୋଧୀ ଏକତା ସୃଷ୍ଟି ହୁଏନା । ତାଙ୍କର ଏହି ପଦକ୍ଷେପ ଜନସାଧାରଣଙ୍କ ପାଇଁ କୌଣସି ପରିବର୍ତ୍ତନ ଆଣିବ ନାହିଁ।

ଅପରପକ୍ଷରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ନୀତୀଶ କୁମାର ବିହାରରେ ଭାଜପା ଛାଡି ମହାମେଣ୍ଟରେ ଯୋଗ ଦେଇ କହିଥିଲେ ଯେ ଏହା ଏକ ରାଜ୍ୟ ଭିତ୍ତିକ ଘଟଣା। ଏହାର ଅନ୍ୟ ରାଜ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେ କହିଥିଲେ ଯେ ପୂର୍ବରୁ ମହାରାଷ୍ଟ୍ରରେ ଏକ ମହାମେଣ୍ଟ ସରକାର ଥିଲେ, କିନ୍ତୁ ବର୍ତ୍ତମାନ ସେଠାରେ ଏକ ଏନଡିଏ ସରକାର ଅଛନ୍ତି। କିନ୍ତୁ ଏହା ବିହାର ଉପରେ ପ୍ରଭାବ ପକାଇ ନାହିଁ। ପିକେ କହିଛନ୍ତି ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ଅଯଥା ଗୁରୁତ୍ୱ ଦିଆଯାଇଛି ଏବଂ ଏହାର ଜାତୀୟ ରାଜନୀତିରେ ପ୍ରଭାବ ପଡ଼ିବ ନାହିଁ।

ନୀତୀଶ ବିହାରରେ କୌଣସି ବିକାଶ କରିନାହାଁନ୍ତି। ବିହାର ଏବେ ମଧ୍ୟ ଏକ ପଛୁଆ ରାଜ୍ୟ। ଯଦି ନୀତୀଶ ସରକାରୀ ସୁରକ୍ଷା ବିନା ରାସ୍ତାକୁ ବାହାରିବେ ତେବେ ସେ କ’ଣ ବିକାଶ ହୋଇଛି ତାହା ବୁଝ ପାରିିବେ। ନୀତୀଶ ୧୦ ବର୍ଷ ଧରି ରାଜନୈତିକ ବିଜେତା ଭାବେ ସ୍ବଂୟକୁ ଦେଖାଉଛନ୍ତି ଏବଂ କ୍ଷମତା ଚେୟାରରେ ଲାଗି ରହିଛନ୍ତି। କ୍ଷମତା ଚେୟାରରେ ଲାଗି ରହିଲେ କିଛି ମଧ୍ୟ ଘଟିବ ନାହିଁ। ତୁମକୁ ତୃଣମୂଳସ୍ତରରେ କାମ କରିବାକୁ ପଡିବ । ଏବେ ଜନସାଧାରଣଙ୍କ ସହଯୋଗରେ ନୀତୀଶ ବିହାରରେ ଜିତିବା କଷ୍ଟକର। ନୀତୀଶ କୁମାରଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି।
ଏହା ସହିତ ପ୍ରଶାନ୍ତ ରାହୁଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧୀ ସେହି ରାଜ୍ୟ ଗସ୍ତ କରିବା ଉଚିତ ଯେଉଁଠାରେ ଭାଜପା କଂଗ୍ରେସ ସାମ୍ନାରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?