ବନ୍ଦ ନ ହେଉ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟ

ଯାଜପୁର ରୋଡ,୧୧ା୯(ଡି.ଏନ.ଏ.): ବ୍ୟାସସରୋବର ବିକାଶ କାର୍ଯ୍ୟ ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ର ରହିତାଦେଶକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏନ୍‌ଜିଟିରେ ଆବେଦନକାରୀଙ୍କୁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବିରୋଧ କରାଯାଇଛି। ଏହି ମର୍ମରେ ଶନିବାର ବ୍ୟାସନଗର ନୂଆମାର୍କେଟ ଚିଦାନନ୍ଦ ହଲ୍‌ଠାରେ କମିଟିର ସଭାପତି ହେମନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ଏଥିରେ କୁହାଯାଇଥିଲା ଯେ, ନାଗରିକ କମିଟିର ବାରମ୍ବାର ଦାବି ଫଳରେ ବ୍ୟାସସରୋବରକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ଓ ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ା ହେଲେ ସେହି କାମକୁ ବିରୋଧ କରାଯାଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି ା ଏହା ଠିକ୍‌ ନୁହେଁ, ପ୍ରଶାସନ ଏନ୍‌ଜିଟିରେ ଆଇନଗତ ସହାୟତା ପ୍ରଦାନ କରନ୍ତୁ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଉ ା ପ୍ରକୃତରେ ଯଦି କାହାର ଜମି ଯାଇଥାଏ ତାକୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ ବୋଲି ଉକ୍ତ ବୈଠକରେ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଜମି ଆଇନ ଅନୁସାରେ ପରିବର୍ତ୍ତନ କରି ଉକ୍ତ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର କରାଯାଇଛି। କେବଳ ଗ୍ରାମସଭାରେ କେତେକ ଅନିୟମିତତା ଦର୍ଶାଇ ଏନ୍‌ଜିଟିରେ ରିପୋର୍ଟ ଦାଖଲ ହେବାରୁ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଗ୍ରାମସଭାରେ ଅନିୟମିତତା ଅଭିଯୋଗ ଏକ ସଂଶୋଧନ କାର୍ଯ୍ୟ, ଏହା ବେଆଇନ ନୁହେଁ । ତେଣୁ ଏନ୍‌ଜିଟିର ଏହି ନିର୍ଦ୍ଦେଶ ପ୍ରତିବାଦରେ ଜିଲା ପ୍ରଶାସନ ଉପର କୋର୍ଟର ସହଯୋଗ ନେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ବେଆଇନ ଉତ୍ତୋଳନ ଉପରେ ଏନ୍‌ଜିଟି ୨୫ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ ଜିଲା ପ୍ରଶାସନ ତୁରନ୍ତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସେହିପରି ଏହି ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବରର ବିକାଶ ଅପରିହାର୍ଯ୍ୟ ଏବଂ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ହେବା ଉଚିତ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଏନ୍‌ଜିଟିରେ ନିର୍ଦ୍ଦେଶରେ ୨ ଦିନ ହେଲା ବ୍ୟାସସରୋବର ଉନ୍ନୟନ କାର୍ଯ୍ୟ ବନ୍ଦ ରହିବାରୁ ପ୍ରାୟ ଶତାଧିକ ଶ୍ରମିକ ସ୍ଥାନ ଛାଡି ଚାଲି ଯାଇଛନ୍ତି। ଏହାସହ ନିୟୋଜିତ ବିଭିନ୍ନ ମେଶିନଗୁଡିକୁ ସ୍ଥାନାନ୍ତର କରାଯାଇଛି। ଏବେ ବ୍ୟାସସରୋବର ଖାଁ ଖାଁ ଲାଗୁଛି। ବ୍ୟାସସରୋବର ଉପରେ ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଜଡିତ ରହିଥିବାରୁ ଏହାର ବିକାଶ ଅପରିହାର୍ଯ୍ୟ ବୋଲି ଦାବି କରାଯାଇଛି।

ବୈଠକରେ କମିଟିର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଦୁଷ୍ମନ୍ତ କୁମାର ନାୟକ, ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ସଦାଶିବ ଦାଶ, ହୃଷିକେଶ ସାହୁ, ଚନ୍ଦ୍ରମଣି ସାମଲ, ପଦ୍ମନାଭ ସ୍ବାଇଁ, ମହେଶ କୁମାର ଧଳ, ନାରାୟଣ ପ୍ରସାଦ ପତି, ନିତ୍ୟାନନ୍ଦ ମହାଳିକ, ରଜତ କୁମାର ରାଉତ, ମଦନ ମୋହନ ଜେନା, ଚନ୍ଦ୍ରଶେଖର ପଣ୍ଡା, ମନୋରନ ହରିଚନ୍ଦନ ସିଂ, ନାରାୟଣ କୁମାର ଧୀର, ଜ୍ଞାନରଞ୍ଜନ ରାଉତ, ଲୋକନାଥ ମଲ୍ଲିକ, ଗଣନାଥ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?