Posted inଜାତୀୟ

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ସତ୍ୟେନ୍ଦ୍ରଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୨ା୮: ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରତୀୟ ସୂଚନା ସେବା(ଆଇଆଇଏସ୍‌)ର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଏବଂ ୟୁନେସ୍କୋ, ୟୁନିସେଫ୍‌, ୟୁଏନ୍‌ଡିପି ଆଦି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସିବିସି ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍‌ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର୍‌ ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କ ଭୂମିକା ସ୍ବୀକୃତି ଲାଭ କରିଥିଲା। ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର୍ଯ୍ୟାନ୍ବୟନରେ ସତ୍ୟେନ୍ଦ୍ର ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ସତ୍ୟେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଇଣ୍ଡିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ମୋଦି

ନୂଆଦିଲ୍ଲୀ,୧୯।୧୧: ଦେଶର ବିକାଶରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଇଣ୍ଡିଆ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର...

ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା

ନୂଆଦିଲ୍ଲୀ,୨୯।୮: ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ...

ହାରିଗଲେ ଯୋଗୀ ସରକାରଙ୍କ ୧୧ ହେଭିଓ୍ବେଟ

ଲକ୍ଷ୍ନୌ,୧୨।୩: ୨୭୩ ସିଟ ପାଇ ଉତ୍ତରପ୍ରଦେଶରେ ଭାଜପା ମେଣ୍ଟ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛି। ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଥିବା ୧୧ଜଣ...

ଏଆଇଏଡିଏମ୍‌କେରୁ ୧୭ ନେତା ବହିଷ୍କୃତ

ଚେନ୍ନାଇ, ୧୫।୬(ଆଇଏଏନ୍‌ଏସ୍‌): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍‌କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଛି। ସିସୋଡିଆ ରବିବାର ଏକ୍ସାଇଜ ପଲିସି...

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ...

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ...

Advertisement
Archives

Model This Week