୨ ପ୍ରକାର ଭାକ୍ସିନ୍‌ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…

ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍‌ ପକ୍ଷରୁ କୁହାଯାଇଛି ଯେ, ୨ ପ୍ରକାର ଭାକ୍ସିନ୍‌ ନେଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ତେବେ ଭାକ୍ସିନ୍‌ ମିକ୍ସିଂ ପୂର୍ବରୁ ଏସମ୍ପର୍କରେ ଅଧିକ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ଶନିବାର ସୂଚନା ଦେଇଛନ୍ତି। ଭାକ୍ସିନ୍‌ ମିକ୍ସିଂ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ବିରୋଧରେ ନିଶ୍ଚିତ ଭାବେ ପ୍ରଭାବଶାଳୀ ସାବ୍ୟସ୍ତ ହେବାର ଆଶା ରହିଛି। ମାତ୍ର ଏନେଇ ଅଧିକ ତଥ୍ୟ ଜରୁରୀ। ପୃଥିବୀର କେତେକ ଦେଶରେ ଏନେଇ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଏନେଇ ବିଟ୍ରେନ୍‌ରେ ହୋଇଥିବା ଭାକ୍ସିନ୍‌ ମିକ୍ସିଂ ପରୀକ୍ଷାର ରିପୋର୍ଟ ଲାନସେଟ୍‌ ପତ୍ରିକାରେ ପ୍ରକାଶ ପାଇଥିଲା। ଲୋକଙ୍କୁ ପ୍ରଥମ ଡୋଜ୍‌ କୋଭିଶିଲ୍ଡ ଦିଆଯିବା ପରେ ଦ୍ୱିତୀୟ ଡୋଜ୍‌ ଫାଇଜର ଦିଆଯାଇଥିଲା। ଲୋକଙ୍କଠାରେ କେତେକ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ତେବେ ଏହାର ଚୂଡ଼ାନ୍ତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇ ନାହିଁ। ସେହିପରି ପୂର୍ବରୁ ସ୍ପେନ୍‌ରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ସମାନ ଭାକ୍ସିନ୍‌ ଡୋଜ୍‌ ନେବା ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଭାକ୍ସିନ୍‌ ମିକ୍ସିଂ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହାର ସମ୍ପୂର୍ଣ୍ଣ ସଫଳତା ରିପୋର୍ଟ ଆସିବା ପରେ ହିଁ ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଥିବା ସେ ଗୁଲେରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ନୌଶେରା ସେକ୍ଟରରେ ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର, ୨୬।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଶନିବାର ପୂର୍ବାହ୍ନ ୧୧ଟା ୧୫ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ...

କାର୍‌ରେ ଏକା ଥିଲେ ବି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜଧାନୀ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ...

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ...

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର...

ଗଛତଳେ ଚିକିତ୍ସିତ ହେଉଛନ୍ତି ୧୫ରୁ ଅଧିକ କରୋନା ଆକ୍ରାନ୍ତ

ଭିଜିଆନଗରମ୍‌, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନ...

ଆଇଏନ୍‌ଏସ୍ ଭେଲା: ନୌସେନାର ଶକ୍ତି, ବୃଦ୍ଧି କରିବ ସମୁଦ୍ରର ‘ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ,୨୫ ।୧୧: ଦେଶ ଲଗାତାର ଭାବେ ତା’ର ସେନା ଶକ୍ତିକୁ ବୃଦ୍ଧି କରି ଚାଲିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଝାନ୍‌ସୀରେ...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଛି। ସିସୋଡିଆ ରବିବାର ଏକ୍ସାଇଜ ପଲିସି...

ଲଭ୍‌ ଜିହାଦ୍‌ ବିରୋଧରେ ହେବ କଡ଼ା ଆଇନ

ଭୋପାଳ, ୧୮ା୧୧: ଲଭ୍‌ ଜିହାଦ୍‌ ବିରୋଧରେ ଖୁବ୍‌ଶୀଘ୍ର କଠୋର ଆଇନ ଆସିବ। ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ବିଲ୍‌ ଆସିବ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ...

Advertisement
Archives

Model This Week