ନୂଆବର୍ଷ କେମିତି ହେବ ସୁଖମୟ: ଅବଲମ୍ବନ କରନ୍ତୁ ଏପରି ଉପାୟ…

ହାତଗଣତି ଆଉ କେତୋଟି ଦିନ ପରେ ଆମେ ସମସ୍ତେ ସ୍ବାଗତ କରିବା ନୂଆବର୍ଷ ୨୦୨୨କୁ। ନୂତନବର୍ଷଟି କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, କେଉଁ କେଉଁ ଉପାୟ ଅବଲମ୍ବନ କଲେ ନୂଆବର୍ଷଟି ସୁଖମୟ ହୋଇଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତିଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

*ନଡ଼ିଆକୁ ଯେହେତୁ ଶ୍ରୀଫଳ ବୋଲି କୁହାଯାଇଥାଏ, ତେଣୁ ନଡ଼ିଆ ଭାଙ୍ଗି ନୂତନ ବର୍ଷକୁ ସ୍ବାଗତ କଲେ ସବୁକିଛି ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

*ଟଙ୍କାର ଅଭାବ ଦେଖାଯାଉଥିଲେ, ନୂଆବର୍ଷ ଦିନ ଘରକୁ ମୟୂରପୁଚ୍ଛଟିଏ କିଣିଆଣନ୍ତୁ। ଆଉ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

*ନୂଆବର୍ଷରେ ଘରେ ମନିପ୍ଲାଣ୍ଟ ଗଛ ଲଗାଇବା ବି ଶୁଭ ହୋଇଥାଏ।

*ଲାଫିଙ୍ଗ୍‌ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକଭାବେ ଗ୍ରହଣ କରାଯାଏ। କିନ୍ତୁ ଏହାକୁ ନିଜେ ନ କିଣି ବରଂ କାହାଠାରୁ ଗିଫ୍ଟ ଆକାରରେ ପାଇଲେ ଶୁଭଫଳ ମିଳିଥାଏ।

*ନୂଆବର୍ଷରେ ପ୍ରଭୁ ହନୁମାନଙ୍କର ପ୍ରତିମାକୁ ଘରର ମୁଖ୍ୟଦ୍ୱାରରେ ସ୍ଥାପନା କଲେ, ଘର ମଧ୍ୟକୁ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରି ପାରି ନ ଥାଏ। ପ୍ରଭୁ ସଙ୍କଟମୋଚନ ଘର ପ୍ରତି ଆସୁଥିବା ସବୁ ବିପଦକୁ ଖଣ୍ଡନ କରି ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହିଁକି ହୁଏ ଅର୍ଶ

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ...

କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର...

ବର୍ଷାଦିନିଆ ପୋଷାକ

ବର୍ଷାଦିନେ ପାଣିପାଗକୁ ଲକ୍ଷ୍ୟ କରି ପୋଷାକ ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବା ସହିତ ପରିବେଶକୁ ଉପଭୋଗ କରିହେବ। ତେଣୁ ଏହି ଋତୁରେ କିଭଳି ପୋଷାକ ଚୟନ କରିବେ...

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ...

ବହୁତ ଭଲ ବନ୍ଧୁ ହୋଇଥାନ୍ତି ଏହି ରାଶିର ଯୁବତୀ: ବିପଦ ପଡ଼ିଲେ ବି ଛାଡ଼ି ନ ଥାନ୍ତି ହାତ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମଜାତକରୁ ବ୍ୟକ୍ତିର ସ୍ବଭାବ ଏବଂ ତାର ଜୀବନ ବିଷୟରେ ବହୁତ କିଛି ଜଣାପଡ଼ିଥାଏ। ରାଶିଦ୍ୱାରା ମଣିଷ ଜୀବନ ସହ ଜଡ଼ିତ ଅନେକ କିଛି...

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର...

କରୋନା ଓ ମାତୃତ୍ୱ

”ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା...

Advertisement
Archives

Model This Week