Posted inଜାତୀୟ

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ। ଏବେ ସେ ମହିଳାମାନଙ୍କୁ ସହାୟତା କରିବା ଲାଗି ନିଆରା ଅଫର ଦେଇଛନ୍ତି। ତାଙ୍କ ଶୁକ୍ରାଣୁ ବ୍ୟବହାର କରିବାକୁ ଇଚ୍ଛୁକ  ଥିବା ମହିଳାମାନଙ୍କୁ ଡ୍ୟୁରୋଭ୍‌ ମାଗଣା ଆଇଭିଏଫ୍‌ ଚିକିତ୍ସାର ଅଫର ଦେଇଛନ୍ତି। ମସ୍କୋସ୍ଥିତ ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍‌ ସହଯୋଗରେ ସେ ବ୍ୟକ୍ତିଗତ ଭାବେ ଏହି ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।
କ୍ଲିନିକର ୱେବସାଇଟ୍‌ରେ ତାଙ୍କର ନିଆରା ଅଫର ବିଷୟରେ ସୂଚନା ଦେଇ ସିଇଓ କହିଛନ୍ତି, ଏହି ଅଫର ହେଉଛି ବିଶ୍ୱର ଲୋକପ୍ରିୟ ତଥା ସଫଳ ଶିଳ୍ପପତି ପାଭେଲ ଡୁରୋଭଙ୍କ ଶୁକ୍ରାଣୁ ବ୍ୟବହାର କରି ମା’ ହେବାର।  କିନ୍ତୁ ଏଥିପାଇଁ ତୁମର ବୟସ ୩୭ ବର୍ଷରୁ କମ ହେବା  ଉଚିତ। ଏହି ଅଫର ସୀମିତ ସମୟ ପାଇଁ ଅଟେ। ସର୍ତ୍ତ ହେଉଛି ଯେ ଆପଣ କେବଳ ଆମର କ୍ଲିନିକରେ ଏହି ସୁବିଧା ପାଇବେ।
ଡୁରୋଭ କହିଛନ୍ତି ଯେ ଏହା ପଛରେ ତାଙ୍କର ଅନ୍ୟ ଉଦ୍ଦେଶ୍ୟ ନାହିଁ। ସେ କେବଳ ଲୋକଙ୍କୁ ପରିବାର  ବଢ଼ାଇବାରେ ସାହାଯ୍ୟ କରିବାକୁ ଚାହାଁନ୍ତ। ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ କହିଛି ଯେ ଏଥିରେ ସମ୍ପୃକ୍ତ ମହିଳାମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଯେଉଁଥିରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଇଚ୍ଛୁକ ମହିଳାମାନେ ଯୋଗାଯୋଗ କରିପାରିବେ ଏବଂ ପରାମର୍ଶ ପାଇଁ ନିଯୁକ୍ତି ନେଇପାରିବେ।
ପାଭେଲ ଡୁରୋଭ ୧୦୦ ରୁ ଅଧିକ ପିଲାଙ୍କ ପିତା!
ପୂର୍ବରୁ ସିଇଓ ଡୁରୋଭ ପ୍ରକାଶ କରିଥିଲେ ଯେ ଗତ ୧୫ ବର୍ଷ ମଧ୍ୟରେ ତାଙ୍କ ଶୁକ୍ରାଣୁରୁ ୧୦୦ରୁ ଅଧିକ ପିଲା ଜନ୍ମ ହୋଇଛନ୍ତି। ଏହା ପରେ ସେ ଆହୁରି ମଧ୍ୟ କହିଥିଲେ ଯେ ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧକୁ ରଖିବାକୁ ଯାଇ ସେ କିପରି ଶୁକ୍ରାଣୁ ଦାତା ହୋଇଥିଲେ।  ବିବାହ  ନ କରି ବି  ଶହେ ସନ୍ତାନର ଜୈବିକ ପିତା ହୋଇଛନ୍ତି।
ଡୁରୋଭ କହିଥିଲେ, ତାଙ୍କର ଜଣେ ବନ୍ଧୁଙ୍କ ଫର୍ଟିଲିଟି(ପ୍ରଜନନ) ପ୍ରଜନନ ସମସ୍ୟା  ରହିଥିଲା। ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ଥିଲେ। ଏପରି ପରିସ୍ଥିତିରେ ବନ୍ଧୁ ତାଙ୍କୁ ଶୁକ୍ରାଣୁ ଦାନ କରିବାକୁ ଅନୁରୋଧ କରିଥିଲେ। ପ୍ରଥମେ ସେ ଏହାକୁ ହାସ୍ୟାସ୍ପଦ ବୋଲି ଭାବିଥିଲେ। ପରେ ସେ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ଏହା ପରେ ବି ସେ ଶୁକ୍ରାଣୁ ଦାନ ଜାରି ରଖିଥିଲେ। ୨୦୨୪ ସୁଦ୍ଧା ୧୨ ଟି ଦେଶରେ ତାଙ୍କ ଶୁକ୍ରାଣୁରୁ ୧୦୦ ରୁ ଅଧିକ ପିଲା ଜନ୍ମ ହୋଇଥିବା ସେ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri