Posted inଜାତୀୟ

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ। ଏବେ ସେ ମହିଳାମାନଙ୍କୁ ସହାୟତା କରିବା ଲାଗି ନିଆରା ଅଫର ଦେଇଛନ୍ତି। ତାଙ୍କ ଶୁକ୍ରାଣୁ ବ୍ୟବହାର କରିବାକୁ ଇଚ୍ଛୁକ  ଥିବା ମହିଳାମାନଙ୍କୁ ଡ୍ୟୁରୋଭ୍‌ ମାଗଣା ଆଇଭିଏଫ୍‌ ଚିକିତ୍ସାର ଅଫର ଦେଇଛନ୍ତି। ମସ୍କୋସ୍ଥିତ ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍‌ ସହଯୋଗରେ ସେ ବ୍ୟକ୍ତିଗତ ଭାବେ ଏହି ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।
କ୍ଲିନିକର ୱେବସାଇଟ୍‌ରେ ତାଙ୍କର ନିଆରା ଅଫର ବିଷୟରେ ସୂଚନା ଦେଇ ସିଇଓ କହିଛନ୍ତି, ଏହି ଅଫର ହେଉଛି ବିଶ୍ୱର ଲୋକପ୍ରିୟ ତଥା ସଫଳ ଶିଳ୍ପପତି ପାଭେଲ ଡୁରୋଭଙ୍କ ଶୁକ୍ରାଣୁ ବ୍ୟବହାର କରି ମା’ ହେବାର।  କିନ୍ତୁ ଏଥିପାଇଁ ତୁମର ବୟସ ୩୭ ବର୍ଷରୁ କମ ହେବା  ଉଚିତ। ଏହି ଅଫର ସୀମିତ ସମୟ ପାଇଁ ଅଟେ। ସର୍ତ୍ତ ହେଉଛି ଯେ ଆପଣ କେବଳ ଆମର କ୍ଲିନିକରେ ଏହି ସୁବିଧା ପାଇବେ।
ଡୁରୋଭ କହିଛନ୍ତି ଯେ ଏହା ପଛରେ ତାଙ୍କର ଅନ୍ୟ ଉଦ୍ଦେଶ୍ୟ ନାହିଁ। ସେ କେବଳ ଲୋକଙ୍କୁ ପରିବାର  ବଢ଼ାଇବାରେ ସାହାଯ୍ୟ କରିବାକୁ ଚାହାଁନ୍ତ। ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ କହିଛି ଯେ ଏଥିରେ ସମ୍ପୃକ୍ତ ମହିଳାମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଯେଉଁଥିରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଇଚ୍ଛୁକ ମହିଳାମାନେ ଯୋଗାଯୋଗ କରିପାରିବେ ଏବଂ ପରାମର୍ଶ ପାଇଁ ନିଯୁକ୍ତି ନେଇପାରିବେ।
ପାଭେଲ ଡୁରୋଭ ୧୦୦ ରୁ ଅଧିକ ପିଲାଙ୍କ ପିତା!
ପୂର୍ବରୁ ସିଇଓ ଡୁରୋଭ ପ୍ରକାଶ କରିଥିଲେ ଯେ ଗତ ୧୫ ବର୍ଷ ମଧ୍ୟରେ ତାଙ୍କ ଶୁକ୍ରାଣୁରୁ ୧୦୦ରୁ ଅଧିକ ପିଲା ଜନ୍ମ ହୋଇଛନ୍ତି। ଏହା ପରେ ସେ ଆହୁରି ମଧ୍ୟ କହିଥିଲେ ଯେ ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧକୁ ରଖିବାକୁ ଯାଇ ସେ କିପରି ଶୁକ୍ରାଣୁ ଦାତା ହୋଇଥିଲେ।  ବିବାହ  ନ କରି ବି  ଶହେ ସନ୍ତାନର ଜୈବିକ ପିତା ହୋଇଛନ୍ତି।
ଡୁରୋଭ କହିଥିଲେ, ତାଙ୍କର ଜଣେ ବନ୍ଧୁଙ୍କ ଫର୍ଟିଲିଟି(ପ୍ରଜନନ) ପ୍ରଜନନ ସମସ୍ୟା  ରହିଥିଲା। ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ଥିଲେ। ଏପରି ପରିସ୍ଥିତିରେ ବନ୍ଧୁ ତାଙ୍କୁ ଶୁକ୍ରାଣୁ ଦାନ କରିବାକୁ ଅନୁରୋଧ କରିଥିଲେ। ପ୍ରଥମେ ସେ ଏହାକୁ ହାସ୍ୟାସ୍ପଦ ବୋଲି ଭାବିଥିଲେ। ପରେ ସେ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ଏହା ପରେ ବି ସେ ଶୁକ୍ରାଣୁ ଦାନ ଜାରି ରଖିଥିଲେ। ୨୦୨୪ ସୁଦ୍ଧା ୧୨ ଟି ଦେଶରେ ତାଙ୍କ ଶୁକ୍ରାଣୁରୁ ୧୦୦ ରୁ ଅଧିକ ପିଲା ଜନ୍ମ ହୋଇଥିବା ସେ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?