କନ୍ୟାରତ୍ନ କର ଯତ୍ନ

ଶିଶୁକନ୍ୟାଙ୍କ ପ୍ରତି ଅନାଦର ଭାବ ଏବେ ବି ସମାଜରେ ବଳବତ୍ତର ରହିଛି। ଭ୍ରୂଣ ନିରୂପଣ ଓ ଗର୍ଭପାତ ଦ୍ୱାରା ବହୁ ଶିଶୁକନ୍ୟାଙ୍କ ଜୀବନ ଯାଉଛି ଓ ଏହି ସଂଖ୍ୟା ବୃଦ୍ଧିିପାଉଛି ବୋଲି ଅନ୍ତଃରାଷ୍ଟ୍ରୀୟ ମେଡିକାଲ ଜର୍ନାଲ ଦି ଲାନ୍‌ସେଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ଗବେଷଣାତ୍ମକ ରପୋର୍ଟ ଇଣ୍ଟର୍‌ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେଶନ୍‌ ସାଇନ୍ସ (ଆଇଆଇପିଏସ୍‌) ଅଧୀନ ପବ୍ଲିକ୍‌ ହେଲ୍‌ଥ୍‌ ଆଣ୍ଡ୍‌ ମୋର୍ଟାଲିଟି ଷ୍ଟଡିଜ୍‌ର ପ୍ରାଧ୍ୟାପିକା ନନ୍ଦିତା ସାଇକିଆ ଏବଂ ତାଙ୍କ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ୨୦୨୧ର ୫ମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)କୁ ଦେଖିଲେ ଏହାର ଗୁରୁତ୍ୱ ରହିଥିବା ମନେକରାଯାଏ। ଭାରତର ସାମଗ୍ରିକ ଲିଙ୍ଗଗତ ଅନୁପାତରେ ବୃଦ୍ଧି ହୋଇଥିଲେ ମଧ୍ୟ ଜନ୍ମ ସମୟରେ ଲିଙ୍ଗଗତ ଅନୁପାତ କମ୍‌ ଅର୍ଥାତ ୧୦୦୦ ଶିଶୁପୁତ୍ର ତୁଳନାରେ ୯୫୨ ଶିଶୁକନ୍ୟା ଜନ୍ମ ହେଉଛନ୍ତି ବୋଲି ଉକ୍ତ ସର୍ଭେ ପ୍ରକାଶ କରିଥିଲା। ଏନ୍‌ଏଫ୍‌ଏଚ୍‌ଏସ୍‌ ଏବଂ ଏବକାର ଲାନ୍‌ସେଟ ରିପୋର୍ଟ ପୁଅ ଓ ଝିଅ ମଧ୍ୟରେ ରହିଥିବା ବାଛବିଚାର ଶେଷ କରିବାକୁ ଅଧିକ ପଦକ୍ଷେପ ନେବା ଲାଗି ଚେତାଇ ଦେଇଛି। ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ପାଇଁ କଠୋର ନିୟମ ଅଣାଯାଇଥିତ୍ଲେ ମଧ୍ୟ ଏହା ଶତ ପ୍ରତିଶତ ସଫଳ ହୋଇପାରି ନାହିଁ । ଭାରତରେ ୨୦୧୩-୧୭ ମଧ୍ୟରେ ଜନ୍ମ ପୂର୍ବରୁ ୩ କୋଟି ୭୦ ଲକ୍ଷରୁ ଅଧିକ ଭ୍ରୂଣହତ୍ୟା କରାଯାଇଥିବା ୟୁୁନାଇଟେଡ ନେଶନ୍ସ ପପୁଲେଶନ ଫଣ୍ଡ( ୟୁଏନ୍‌ପିଏଫ୍‌) ରିପୋର୍ଟ (୨୦୨୦)ରୁ ଜଣାପଡ଼ିଛି। ଏହି ଧାରା ବାସ୍ତବିକ ଚିନ୍ତାଜନକ। କେବଳ ଏତିକି ନୁହେଁ ଦେଶରେ ୫ବର୍ଷରୁ କମ୍‌ ଶିଶୁପୁତ୍ରଙ୍କ ତୁଳନାରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ମଧ୍ୟ ଅଧିକ। ଏଭଳି ସ୍ଥିତି ଲାଗି ରହିଲେ ତାହା ସାମାଜିକ ଭାରସାମ୍ୟକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।
ଗର୍ଭସ୍ଥ ଭ୍ରୂଣ ନିରୂପଣ ଓ ହତ୍ୟା ରୋକିବା ଲାଗି ୧୯୯୪ରେ ପ୍ରି କନସେପ୍‌ସନ ଆଣ୍ଡ୍‌ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍‌ସ ଟେକ୍‌ନିକ୍‌ସ(ପିସି ଆଣ୍ଡ୍‌ ପିଏନ୍‌ଡିଟି) ଆଇନ ଅଣାଯାଇଥିଲା। ଏହି ଆଇନ ଲାଗୁ ହେଲେ ମଧ୍ୟ ଏହାରି ଗଳାବାଟରେ ସବୁ କିଛିି ଚାଲୁଛି। ଲିଙ୍ଗ ନିରୂପଣ ରୋକିବା ପ୍ରୟାସରେ ବିଫଳତା କେନ୍ଦ୍ରର ଅନୁଧ୍ୟାନ ପ୍ରକ୍ରିୟାର ଅଭାବ ଯୋଗୁ ଘଟୁଛି। ଦେଖିବାକୁ ଗଲେ ପିସି ଆଣ୍ଡ୍‌ ପିଏନ୍‌ଡିଟି ଆଇନ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବାବେଳେ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ରୋକିବା ଲାଗି କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନା ରହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ହାତରେ। ଏହା ବ୍ୟତୀତ ଜନ୍ମ ପଞ୍ଜୀକରଣ ରହିଛି ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ। ଏହି ତିନୋଟି ମନ୍ତ୍ରଣାଳୟ ମଧ୍ୟରେ ତାଳମେଳ ରହୁ ନ ଥିବା ଯୋଗୁ ଭ୍ରୂଣହତ୍ୟା ରୋକାଯାଇପାରୁନାହିଁ କି ଲାଗୁ କରାଯାଉଥିବା ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ । ଜନ୍ମିତ ଶିଶୁକନ୍ୟା ମଧ୍ୟ ଅବହେଳାର ଶିକାର ହେଉଛନ୍ତି। ଏହି କାରଣରୁ ୧୫ ବର୍ଷରୁ କମ୍‌ ବାଳିକାଙ୍କ ମଧ୍ୟରୁ ୪୬%ଙ୍କଠାରେ ରକ୍ତହୀନତା ଦେଖାଯାଇଛିି ବୋଲି ଏସଆର୍‌ଏଲ୍‌ ଡାଇଗ୍ନୋଷ୍ଟିିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଭ୍ରୂଣହତ୍ୟାଠାରୁ ଆରମ୍ଭକରି ରକ୍ତହୀନତା ଶିକାର ହେବା ପର୍ଯ୍ୟନ୍ତ ସବୁଥିରେ ବ୍ୟବସ୍ଥାର ଯେତିକି ଦୋଷ ରହୁଛି ତା’ଠାରୁ ବେଶି ଦାୟୀ ହେଉଛି ଆମ ସାମାଜିକ ଚିନ୍ତାଧାରା । ଝିଅ ପୁଅ ସମାନ ବୋଲି କୁହାଯାଉଛି, ହେଲେ ବାସ୍ତବତା ଭିନ୍ନ। ଲିଙ୍ଗଗତ ବାଛବିଚାର ଉପରେ ସାମାଜିକ ସ୍ତରରେ ଅଙ୍କୁଶ ଲଗାଯାଇପାରିଲେ ଏଥିରେ ଅନେକ କିଛି ପରିବର୍ତ୍ତନ ଆସିବ। ଶିକ୍ଷାର ବିକାଶ ମଧ୍ୟ ଏହାକୁ ଦୂର କରିବାରେ ସାହାଯ୍ୟ କରିବ। କେବଳ ‘ବେଟି ବଚାଓ, ବେଟି ପଢ଼ାଓ’ ଧ୍ୱନିରେ ସୀମିତ ରହିଲେ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ହୋଇଯିବ। ବିକଶିତ ଦେଶ ହେବା ଲାଗି ଭାରତକୁ ପୁରୁଷ ଓ ମହିଳାଙ୍କ ସମ ଭାଗୀଦାରି ଅପରିହାର୍ଯ୍ୟ। ଏଥିପାଇଁ ଶିଶୁକନ୍ୟାଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର। ଜନ୍ମ ସମୟର ଲିଙ୍ଗଗତ ଅନୁପାତ ହ୍ରାସ ଏକ ସାଇଲେଣ୍ଟ ଏମର୍ଜେନ୍ସି। ଏହା ଉପରେ ଅଧାପନ୍ତରିଆ ପଦକ୍ଷେପରୁ ସୁଫଳ ମିଳିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri