ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ, ପ୍ରଥା ପରମ୍ପରା ଓ ପର୍ବପର୍ବାଣି ଆଦି ସବୁଥିରେ ରହିଛି ସର୍ଜନଶୀଳ ଦୃଷ୍ଟିଭଙ୍ଗୀ। ସ୍ଥାପତ୍ୟ କଳା ପାଇଁ ଓଡ଼ିଆ ଜାତି ବିଶ୍ବ ବିଖ୍ୟାତ। ଦ୍ବାଦଶ ଶତାବ୍ଦୀ ବେଳକୁ ମନ୍ଦିର ସ୍ଥାପତ୍ୟ କଳାରେ ତା’ର ଉତ୍କର୍ଷ ଚରମସୀମାରେ ପହଞ୍ଚି ସାରିଥିଲା, ଯା’ର ସର୍ବଶ୍ରେଷ୍ଠ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର। କୋଣାର୍କର ସୂକ୍ଷ୍ମ ଭାସ୍କର୍ଯ୍ୟରୁ ବାରିହୁଏ ଉତ୍କଳୀୟ ଶିଳ୍ପୀର ହାତଯଶ। କଳାର ଦରବାରରେ ଏ ଜାତି ଏମିତି ମନ୍ଦିର ଗଢ଼ିପାରେ, ଯାହାର ପ୍ରତିଟି କାରୁକାର୍ଯ୍ୟରେ ଉଛୁଳିପଡ଼େ କାମ ବିମୋହିତ ଆଧ୍ୟାତ୍ମିକ ଉଲ୍ଲାସ। ବିଶ୍ବ ଅଧ୍ୟାତ୍ମ ବଡ଼ଦାଣ୍ଡରେ ସେ ଏମିତିକା ଅଧାଗଢ଼ା ଠାକୁର ଗଢ଼ିପାରେ, ଯେଉଁ ଠାକୁର ମଧ୍ୟରେ ସ୍ବତଃ ସମାହିତ ହୋଇଯାଏ ସବୁ ଧର୍ମ,ସବୁ ମତ ଓ ସବୁ ପଥ। ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ କେବଳ ମନ୍ଦିରର ଦିଅଁ ନୁହନ୍ତି, ସେ ଓଡ଼ିଆ ଜାତିର ଆତ୍ମା, ଯିଏ ହାତ ନ ଥାଇ ବି ମହାବାହୁ, ପାଦ ନ ଥାଇ ବି ହୋଇପାରନ୍ତି ପଦ୍ମପାଦ। ଓଡ଼ିଆ ଜାତି ଭକ୍ତି ଭିତରେ ଖଞ୍ଜିଦେଇପାରେ ଅକଳ୍ପନୀୟ ଶକ୍ତି,ଯେଉଁ ଶକ୍ତି ନେଇ ଭକ୍ତ ଅଟକାଇ ଦିଏ ଭଗବାନଙ୍କ ରଥ। ଓଡ଼ିଆ କବି ଶବ୍ଦ କୋଣାର୍କର ଶିଳ୍ପୀ। କବିତାର ଭାବକୁ ସେ ଏମିତି ଈଶ୍ୱରୀକରଣ କରିଦିଏ ଯେ ଶବ୍ଦ ନ ପାଇଲେ ଲେଖନୀ ଧରି ପଦ ପୂରଣ କରିଦିଅନ୍ତି ନିଜେ ଈଶ୍ୱର। ସେଥିପାଇଁ ଗୀତ ଗୋବିନ୍ଦ ଛୋଟିଆ କାବ୍ୟଟିଏ ହେଲେ ବି ତା’ର କାନ୍ତକୋମଳ ଓ ମଧୁର ପଦାବଳୀ ଦ୍ବାରା ପ୍ରଭାବିତ ସମଗ୍ର ଭାରତୀୟ କାବ୍ୟ ବାଙ୍‌ମୟ। କେଇଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ଆକାଶକୁ ଚାହଁି ବହୁ ଜଟିଳ ତତ୍ତ୍ବର ସରଳ ସୂତ୍ର ଆବିଷ୍କାର କରିପାରେ ଏହି ମାଟିର ଖଗୋଳ ବିଜ୍ଞାନୀ। ଏହି ମାଟିରେ ଜନ୍ମ ନେଇଛି ଦଶମିକ ଭଗ୍ନାଂଶ, ଯାହା ଗଣିତ ଶାସ୍ତ୍ରକୁ ଏକ ଯୁଗାନ୍ତକାରୀ ଅବଦାନ ବୋଲି ସ୍ବୀକାର କରିଛି ସାରା ବିଶ୍ବ। ଏହି ଆଧ୍ୟାତ୍ମିକ ଭୂଇଁକୁ ଆତ୍ମପ୍ରକାଶ କରିଛି ଅଭିନବ ଧର୍ମଧାରା ମହିମାଧର୍ମ। ଜାତିସଂଘର ଲଲାଟ ପଟରେ ଲିପିବଦ୍ଧ ହୋଇ ରହିଛି ଓଡ଼ିଆ କବିର ମହାନ୍‌ ବାଣୀ -”ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।“
ଏକଦା ଲେଖନୀ ସାହାଯ୍ୟରେ ତାଳପତ୍ରରେ ଲିପିବଦ୍ଧ ହୋଇଥିଲା ଆମ ସିଦ୍ଧ ସାହିତ୍ୟ, ବୋଧ ସାହିତ୍ୟ, ତନ୍ତ୍ର ସାହିତ୍ୟ, ଲୋକ ସାହିତ୍ୟ ତଥା ରାମାୟଣ ଓ ମହାଭାରତ ଭଳି ପ୍ରାଚୀନ ପୋଥି। ତାଳପତ୍ରରେ ଅକ୍ଷର ଲେଖିବା,ଚିତ୍ର ଆଙ୍କିବା ତଥା ମଣ୍ଡଳ ଓ ରେଖା ଅଙ୍କନ କରିବାରେ ଆମ ପୂର୍ବଜମାନେ ଥିଲେ ଅସାଧାରଣ ଦକ୍ଷତାର ଅଧିକାରୀ। ଆମ ପୋଥି ସଂରକ୍ଷଣ ବ୍ୟବସ୍ଥା ଖୁବ୍‌ ଉଚ୍ଚକୋଟୀର। ପୋଥିରେ ନିମପତ୍ର ଓ ହଳଦୀ ଲେପଦେଇ ଏବଂ ନିୟମିତ ବ୍ୟବଧାନରେ ଖରାରେ ଶୁଖାଇରଖିବା ପାଇଁ ଓଡ଼ିଶାର ପୁରପଲ୍ଲୀରେ ରହିଛି ପୋଥିଘର, ପୋଥି ଆସ୍ଥାନ, ପୋଥି ଖଟୁଲି, ପୋଥି ବିମାନ, ପୋଥି ପେଟରା ଓ ପୋଥି ବ୍ୟାସାସନ ଇତ୍ୟାଦି। ଶିଳ୍ପକଳା ଓଡ଼ିଆ ଜାତିର ଅସ୍ଥି ମଜ୍ଜାଗତ। ଯେଉଁଠି ପଥରର ପ୍ରାଚୁର୍ଯ୍ୟ, ସେହି ଏକାମ୍ରରେ ଓଡ଼ିଆ ଶିଳ୍ପୀ ଶତାବ୍ଦୀରେ ଗଢ଼ିଥିଲା ହଜାର ହଜାର ମନ୍ଦିର। ପ୍ରତିଟି ପଥରଖଣ୍ଡରେ ଲେଖିଥିଲା କଳାର କବିତା।
ଏ ଜାତି ସୁନା ରୁପାରେ କରିପାରେ ତାରକସି କାମ। ରୁପା ତାରକସି ପାଇଁ ସିଲ୍‌ଭର ସହର କଟକ ବିଶ୍ବବିଖ୍ୟାତ। ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶ୍ବ ଦେଖିଛି ଓଡ଼ିଆ ତାରକସି କାମର ଝଲକ। ପଥର ଖୋଦନ ଓଡ଼ିଆ ଜାତିର ଏକ ପୁରାତନ ଶିଳ୍ପ। ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ବତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପଥରକାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପୁରାତନ ପ୍ରସ୍ତର କଳାକୃତି ମଧ୍ୟରେ ଅନ୍ୟତମ। କଂସା ଓ ପିତଳ ହାଣ୍ଡି ଉପରେ ସୁନ୍ଦର ଖୋଦନ ଓଡ଼ିଆ ସୂକ୍ଷ୍ମକଳାର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ। ସେଥିପାଇଁ ଓଡ଼ିଶାର ଘରେ ଘରେ ଦେଖିବାକୁ ମିଳେ ଧାତୁ ନିର୍ମିତ କଳାକୃତି। ଓଡ଼ିଶାରେ ଏପରି କାରିଗର ଅଛନ୍ତି, ଯିଏ ଗୋରୁର ଶିଙ୍ଗରୁ ତିଆରି କରିପାରନ୍ତି ପାନିଆ,ଫୁଲ ଓ କଲମ ଷ୍ଟାଣ୍ଡ ଆଦି ନାନା ପ୍ରକାର ଜିନିଷ। ଓଡ଼ିଶାରେ କାଠ ଖୋଦେଇ କାମ ମଧ୍ୟ ବହୁ ଭାବରେ ଲୋକପ୍ରିୟ। ଜଳ ଉପରେ ଭାସମାନକ୍ଷମ କାଠ ଚିହ୍ନଟ ଓ ତା’ର ସ୍ଥାୟିତ୍ୱ ସମ୍ପର୍କରେ ଦୀର୍ଘ ଅଭିଜ୍ଞତା ରଖିଥିବା କଳିଙ୍ଗର ବର୍ଦ୍ଧକୀକୁ ଜଣା କାଠରେ ବୋଇତ ନିର୍ମାଣର ସ୍ବଦେଶୀ ଜ୍ଞାନକୋଶଳ। ସଂସ୍କୃତ ଭାଷାରେ ରଚିତ ‘ଯୁକ୍ତିକଳ୍ପ’ ନିୟମ ଆଧାରରେ ସେ ଏକାଧିକ ବୋଇତକୁ ଯୋଡ଼ି ନିର୍ମାଣ କରିପାରେ ବିଶାଳକାୟ ଓ ସୁଦୃଶ୍ୟ ବୋଇତ। ଓଡ଼ିଆଣୀ ମାଟିକାନ୍ଥ ଚଟାଣ ଉପରେ ପକାଉଥିବା ଚାଉଳବଟା ଝୋଟିଚିତା କେବଳ ଗୃହର ସାଜସଜ୍ଜା ନୁହେଁ, ବରଂ ବସ୍ତୁବାଦୀ ଓ ରହସ୍ୟବାଦ ମଧ୍ୟରେ ସମ୍ପର୍କ ସ୍ଥାପନ କରୁଥିବା କିଛି ଅର୍ଥପୂର୍ଣ୍ଣ ସଙ୍କେତ।
ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବ ଭାବନା ଆଦି ସବୁଠି ରହିଛି ଅନନ୍ୟ କଳାତ୍ମକ ପରିପ୍ରକାଶ। ହସ୍ତଶିଳ୍ପ ଓ ହସ୍ତତନ୍ତରେ ପ୍ରସାରିତ ହୋଇଛି ଓଡ଼ିଶାର ସୂକ୍ଷ୍ମ କଳାରୂପ। ସମ୍ବଲପୁର ବୟନକଳାର ଗୁଣବତ୍ତା ଓ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ପାରମ୍ପରିକ। ସମ୍ବଲପୁରୀ ବାନ୍ଧକଳା ବିଶ୍ବ ପ୍ରସିଦ୍ଧ, ଯାହା ଲୋକରୁଚି, ଲୋକ ଚଳଣି ଓ ଲୋକ ଅଭିବ୍ୟକ୍ତିକୁ ନେଇ ସମୃଦ୍ଧ ଓ ରୁଦ୍ଧିମନ୍ତ। ଉପକୂଳ ଓଡ଼ିଶାରେ ମାଣିଆବନ୍ଧ, ନୂଆପାଟଣା ଅଞ୍ଚଳରେ ଖଣ୍ଡୁଆ, ପିପିଲିର ଚାନ୍ଦୁଆ ଶିଳ୍ପରେ ରହିଛି ଓଡ଼ିଆ ଜାତିର ସର୍ଜନାତ୍ମକ କଳାର ନମୁନା। ପଟ୍ଟଚିତ୍ର ଓଡ଼ିଶାର ଏକ ସ୍ବତନ୍ତ୍ର ଓ ମର୍ଯ୍ୟାଦାବନ୍ତ କଳା। ଏହାର ଇତିହାସ ଅତ୍ୟନ୍ତ ପ୍ରାଚୀନ ଏବଂ ଅଦ୍ୟାାବଧି ମୌଳିକ ଭାବରେ ଭାସ୍ବର। ପଟ୍ଟଚିତ୍ରରେ ଓଡ଼ିଶାର ସାଂସ୍କୃତିକ ଚିତ୍ରାବଳୀର ମହିମାନ୍ବିତ ରୂପ ଅନ୍ତରାଳରେ ରହିଛି ତା’ର ଶୈଳୀଗତ ଅବବୋଧ। ପଟ୍ଟଚିତ୍ର ନିମନ୍ତେ ରଙ୍ଗ ପ୍ରସ୍ତୁତି ଓ ତା’ର ପ୍ରୟୋଗ କଳା ମଧ୍ୟ ଅନନ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ପଟ୍ଟଚିତ୍ରର ଆଧାର। ତେଣୁ ଜଗନ୍ନାଥ ସଂସ୍କୃତି ସହ ପଟ୍ଟଚିତ୍ର ପରମ୍ପରା ଓତପ୍ରୋତ ଭାବରେ ଜଡ଼ିତ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି କେଉଁ ସ୍ମରଣାତୀତ କାଳରୁ ଓଡ଼ିଆ ଜନଜୀବନରେ ପ୍ରବାହିତ ହୋଇଛି ଏକ ସମନ୍ବୟାତ୍ମକ ସାଂସ୍କୃତିକ ସ୍ରୋତ। ଏହା ଯେତିକି ଭକ୍ତି ଭାବାପନ୍ନ, ସେତିକି କଳାତ୍ମକ ଚେତନାରେ ରସାଣିତ। ସର୍ଜନଶୀଳତାରେ ସିକ୍ତ ଓଡ଼ିଆ ଜାତି ଜଗନ୍ନାଥ କ୍ଷେତ୍ରକୁ କ୍ଷେତ୍ର ନ କହି କହିଲା ଶ୍ରୀକ୍ଷେତ୍ର। ମନ୍ଦିରକୁ ମନ୍ଦିର ନ କହି କହିଲା ଶ୍ରୀମନ୍ଦିର। ପ୍ରସାଦକୁ ପ୍ରସାଦ ନ କହି କହିଲା ମହାପ୍ରସାଦ। ମହାପ୍ରଭୁଙ୍କ ମାହାତ୍ମ୍ୟ ଓ ମହନୀୟତାକୁ ମର୍ମେ ମର୍ମେ ଅନୁଭବ କରିଥିବା ଓଡ଼ିଆ ଜାତିର ମଗଜରୁ ଉତୁରି ଆସିଲା ନୀଳକନ୍ଦର, ନିର୍ମାଲ୍ୟ, କୈବଲ୍ୟ କଣିକା, ଶରଧାବାଲି ଓ କଳ୍ପବଟ ଆଦି ଅନେକ ସୁନ୍ଦର ଶବ୍ଦ। କେବଳ ଆଧ୍ୟାତ୍ମିକ ଭାବ ଓ ଭାବନାରେ ନୁହେଁ,ନଦୀଠାରୁ ନକ୍ଷତ୍ର ଏବଂ ଭୂମିଠାରୁ ଭୂଧର ପର୍ଯ୍ୟନ୍ତ କ୍ଷେତ୍ରରେ ସେ ଚୟନ କଲା କଳା ବିଭୂଷିତ ନାମ। ସର୍ଜନଶୀଳତାର ତୁଙ୍ଗିମା ଆରୋହଣକରି ନଦୀକୁ କହିଲା ମହାନଦୀ ଓ ସମୁଦ୍ରକୁ କହିଲା ମହୋଦଧି। ନଦୀର ନାମ ଦେଲା ସୁବର୍ଣ୍ଣରେଖା, ସାଳନ୍ଦୀ,ତାମସା, ଋଷିକୁଲ୍ୟା, ଚିତ୍ରୋତ୍ପଳା , ମହେନ୍ଦ୍ରତନୟା ଇତ୍ୟାଦି। ଉଭୟ ଗୁଣାତ୍ମକ ଓ କଳାତ୍ମକ ଦିଗକୁ ଦୃଷ୍ଟିରେ ରଖି ପାହାଡ଼ ପାଇଁ ଚୟନକଲା ମେଘାସନ,ସ୍ବର୍ଣ୍ଣଚୂଡ଼, ଦେଓମାଳି, ମହେନ୍ଦ୍ରଗିରି,ମଣିକର୍ଣ୍ଣିକା, ଗୋନାସିକା ଓ ଗୋକର୍ଣ୍ଣିକା ଏବଂ ଏମିତି ଆହୁରି ଅନେକ ସୁନ୍ଦର ନାମ। ଗ୍ରାମ ଓ ନଗର ନାମକରଣରେ ମଧ୍ୟ ବୋଳି ହୋଇଗଲା ସମ୍ଭ୍ରାନ୍ତୀୟ ଛାପ। ଜନପଦର ନାମ ଦେଲା ଅସ୍ତରଙ୍ଗ, ନିଶ୍ଚିନ୍ତକୋଇଲି, ମଧୁବନ, ଚନ୍ଦ୍ରାବାଲି, ଚାନ୍ଦବାଲି ଓ ଆହୁରି କେତେ କ’ଣ। କାବ୍ୟ କବିତାର ଶୀର୍ଷକ ଚୟନରେ ମଧ୍ୟ ସେହି ନାନ୍ଦନିକ ଭାବ। ଯେଉଁ ମାଟିରେ ଉପେନ୍ଦ୍ର ଭଞ୍ଜଙ୍କ ଭଳି କବିସମ୍ରାଟ, ସଙ୍ଗୀତ ସମ୍ରାଟ ଓ ଶବ୍ଦସମ୍ରାଟ ଜନ୍ମ ନିଅନ୍ତି, ସେହି ଜାତି କେବଳ ତା’ର କାବ୍ୟର ନାମ ରଖିପାରେ ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ରହସ୍ୟ ମଞ୍ଜରୀ ଓ ଚନ୍ଦ୍ରଭାଗା ଇତ୍ୟାଦି। ଇତିହାସର ଆବର୍ତ୍ତନ ଓ ବିବର୍ତ୍ତନ ମଧ୍ୟରେ ଓଡ଼ିଶା କଳିଙ୍ଗ, କଙ୍ଗୋଦ, କୋଶଳ ଓ ମହାକାନ୍ତାର ଆଦି ନାମରେ ପରିଚିତ ହୋଇଥିଲେ ମଧ୍ୟ ଶେଷରେ ଆମ ପୂର୍ବଜମାନଙ୍କ ସର୍ଜନଶୀଳ ଚିନ୍ତନ ଯୋଗୁ ଗଠନହେଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଯାହା ଓଡ଼ିଆ ଜାତିର ନାନ୍ଦନିକ ଦିଶା ଓ ଦର୍ଶନର ଦର୍ପଣ।

ଡ.ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ
ମୋ: ୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri