ଦୃଷ୍ଟିପଡ଼ୁ

କୋଭିଡ୍‌-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍‌ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌)ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବାପା, ମା’ କିମ୍ବା ଉଭୟଙ୍କୁ କୋଭିଡ୍‌ ଓ ଅଣ କୋଭିଡ୍‌ ରୋଗରେ ହରାଇ ଅନାଥ ହୋଇଥିତ୍ତ୍ବା ଶିଶୁଙ୍କ ସଂଖ୍ୟା ୩୦,୦୭୧। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ପିଲା ଅନାଥ ହୋଇଥିବା ବେଳେ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ବିଭିନ୍ନ ରାଜ୍ୟରେ କୋଭିଡ୍‌ଜନିତ ମୃତକଙ୍କ ସଂଖ୍ୟାର ପୁନଃ ଆକଳନ କରାଯାଉଥିବା ହେତୁ ଅନାଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ପିଲାଙ୍କ ପାଇଁ କେନ୍ଦ୍ର କେଉଁ ପ୍ରକାର କଲ୍ୟାଣକାରୀ ଯୋଜନା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍ବାଧୀନ ଭାବେ, ଏହି ପିଲାଙ୍କ ପାଇଁ ନିଜସ୍ବ ଯୋଜନା ଘୋଷଣା କଲେଣି। ୨୦୧୮ରେ ୟୁନିସେଫ୍‌ ତଥ୍ୟରେ ବିଭିନ୍ନ କାରଣରୁ ଅନାଥଙ୍କ ସଂଖ୍ୟା ପାଖାପାଖି ୩ କୋଟି ରହିଥିତ୍ଲା। କୋଭିଡ୍‌ ମହାମାରୀ ଏହାକୁ ବଢ଼ାଇ ଦେଇଛି। ମହାମାରୀରେ ଅନାଥଙ୍କ ପାଇଁ ଏବେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଇଛିି ତାହା ସ୍ବାଗତଯୋଗ୍ୟ, କିନ୍ତୁ ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର, ଆସାମ, ନାଗାଲାଣ୍ଡ, ମଣିିପୁର ଆଦି ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ଉପୁଜୁଥିବା ଯୋଗୁ ଅନେକ ପିଲା ଅନାଥ ହେବା ଶୁଣାଯାଉଛି। ୧୮ ବର୍ଷରୁ କମ୍‌ ଅନାଥ ପିଲାଙ୍କର ଏକ ସ୍ବତନ୍ତ୍ର ଗଣନା କରାଯିବା ସହ ସରକାରୀ ଏବଂ ସାମାଜିକ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି। କାରଣ ୩ କୋଟିରୁ ଊର୍ଦ୍ଧ୍ୱ ପିଲାଙ୍କୁ ଯଦି ଭାରତର ସମାଜ ସମ୍ପୂର୍ଣ୍ଣ ଭୁଲିଯାଏ, ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହିତ ଦେଶରେ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri