ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର ଯତ୍ନ ନେବା ଓ ତା’ର ସୁରକ୍ଷା କରିବା। କାରଣ ପରିବେଶ ପ୍ରଦୂଷଣଜନିତ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛେ ସେଥିରୁ ମୁକୁଳିବାକୁ ହେଲେ ବହୁ ପରିମାଣରେ ଗଛ ଲଗାଇବା ଆବଶ୍ୟକ। ବିନା ବିଚାରରେ ଆମେ ଗଛଲତାଗୁଡିକୁ କାଟିଚାଲିଛେ। ଜଙ୍ଗଲରେ ନିଆଁ ଲଗାଇ ଗଛଲତାଗୁଡିକୁ ପୋଡି ମାରି ଦେଉଛେ। ନିଜେ ସଚେତନ ହେବା ସହିତ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ। ଗଛ ବଞ୍ଚିଲେ, ଆମେ ବଞ୍ଚିବା। ଏହି ଧାରଣା ସମସ୍ତଙ୍କ ମନକୁ ଛୁଇଁବା ଦରକାର। ଗଛର ଉପକାରିତା ବିଷୟରେ ଯଦି ଆଲୋଚନା କରିବା ତେବେ ମଣିଷ ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ମୌଳିକ ଉପାଦାନଗୁଡିକ ଏହି ବୃକ୍ଷରାଜି ପ୍ରଦାନ କରନ୍ତି। ମଣିଷର ଖାଦ୍ୟ, ବସ୍ତ୍ର, ବାସଗୃହ ସହିତ ଜଳ ଓ ବାୟୁ ସବୁ ପ୍ରାଣୀଜଗତର ବଞ୍ଚିବା ପାଇଁ ଆବଶ୍ୟକ। ଶ୍ୱାସକ୍ରିୟା ପାଇଁ ଆବଶ୍ୟକ ଅମ୍ଳଜାନ ଗଛଠାରୁ ମିଳିଥାଏ। ଯେଉଁ ସ୍ଥାନଗୁଡ଼ିକରେ ଗଛନାହିଁ। ସେଠାରେ ବିଶୁଦ୍ଧ ଅମ୍ଳଜାନ ପାଇବା କଷ୍ଟକର ହୋଇପଡ଼େ। ପରିବେଶକୁ ଭାରାକ୍ରାନ୍ତ କରୁଥିବା ଅଙ୍ଗାରକାମ୍ଳକୁ ଗ୍ରହଣ କରିନେଇ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଗଛର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଜଳ କଥା ଯଦି ଆଲୋଚନା କରିବା ତେବେ,ଏହା ମଧ୍ୟ ଏହି ଗଛଗୁଡ଼ିକ ଦ୍ୱାରା ସୃଷ୍ଟି ହୋଇଥାଏ। ଗଛଲତା ବର୍ଷା ହେବାରେ ମୁଖ୍ୟ ଭୂମିକା ନିଭାଇଥାଆନ୍ତି। ଗଛଲତା ନ ଥିବା ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ହୋଇଥାଏ ।
ଅନେକ ଲୋକ ଏହି ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ସେମାନଙ୍କର ଜୀବିକା ନିର୍ବାହ କରନ୍ତି। ମୁଖ୍ୟତଃ ପାହାଡ ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଗୁଡିକ ଉପରେ ବେଶି ନିର୍ଭରଶୀଳ।
ଏତେ ସବୁ ଉପକାରିତା ଥିବା ସତ୍ତ୍ୱେ ଗଛଲତା ଉପରେ ମଣିଷର ଅତ୍ୟାଚାର ବଢି ବଢି ଚାଲିଛି। ବର୍ତ୍ତମାନ ସମୟର ସବୁଠାରୁ ବଡ ସମସ୍ୟା ହେଲା ଜଙ୍ଗଲ ନିଆଁ। ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ। ଆଦିବାସୀମାନେ ମହୁଲ ସଂଗ୍ରହ ପାଇଁ ମହୁଲଗଛ ମୂଳକୁ ନିଆଁ ଲଗାଇ ସଫା କରନ୍ତି। ସେହି ନିଆଁ ଜଙ୍ଗଲକୁ ବ୍ୟାପିଯାଏ। ପୋଡୁ ଚାଷ ପାଇଁ ମଧ୍ୟ ଜଙ୍ଗଲର ବିଭିନ୍ନ ଜାଗାକୁ ନିଆଁ ଲଗାଇ ସଫା କରିଦିଅନ୍ତି। ଏହା ଫଳରେ ଅନେକ ଛୋଟ ବଡ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଏ। କାଠ ମାଫିଆମାନେ ମୂଲ୍ୟବାନ କାଠ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଇ ସଫା କରିଦିଅନ୍ତି। ଏଗୁଡିକ ବ୍ୟତୀତ ଆଜିକାଲି ବହୁ ପରିମାଣରେ ଗଞ୍ଜେଇ ଚାଷ ଜଙ୍ଗଲ ମଧ୍ୟରେ କରାଯାଉଛି। ଅବକାରୀ ବିଭାଗର ଧରପଗଡ଼ରୁ ମୁକ୍ତିପାଇଁ ଜଙ୍ଗଲକୁ ନିରାପଦ ସ୍ଥାନ ବୋଲି ବିବେଚନା କରି ମାଫଆମାନେ ଜଙ୍ଗଲକୁ ପ୍ରଥମେ ନିଆଁ ଲଗାଇ ସଫା କରନ୍ତି। ବନୀକରଣ ପାଇଁ ଜଙ୍ଗଲରେ ଯେଉଁ ଗଛ ଲଗାଯାଇଥାଏ, ତାହା ସଫଳ ହୋଇ ନ ଥାଏ। ସେହି ବିଫଳତାକୁ ଲୁଚାଇବା ପାଇଁ, ପ୍ରମାଣ ନଷ୍ଟ ଲାଗି ଜଙ୍ଗଲରେ ନିଆଁ ଲଗାଇଦିଅନ୍ତି। ଏହିପରି ବିଭିନ୍ନ କାରଣରୁ ଗଛଲତାଗୁଡ଼ିକୁ ନଷ୍ଟ କରିଦେବା ଫଳରେ, ସେମାନଙ୍କଠାରୁ ପାଉଥିବା ବିଭିନ୍ନ ଉପକାର ପାଇବାରେ ସମସ୍ୟା ଦେଖାଦେଉଛି। ସବୁବେଳେ ଗଛର ସୁରକ୍ଷା ଚିନ୍ତା ନ କରି ସେମାନଙ୍କର ଧ୍ୱଂସ ସାଧନ କରିବା ଦ୍ୱରା ନିଜ ବେକରେ ନିଜେ କୁରାଢ଼ି ମାରିବା ପରି ହେଉଛି।
ଗଛଟିଏ ଲଗାଇବା ଯେତିକି ଆବଶ୍ୟକ ତା’ଠାରୁ ବେଶି ଆବଶ୍ୟକ ଗଛଟିଏ ବଞ୍ଚାଇବା। ସବୁବର୍ଷ ଯେତିକି ଗଛ ଲଗାଯାଉଛି, ଯଦି ସେଥିରୁ ୧୦ ଭାଗ ବଞ୍ଚିରହନ୍ତା ତା’ହେଲେ ଅନେକ ସଫଳତା ମିଳିପାରନ୍ତା। ତାହା କିନ୍ତୁ ହେଉ
ନାହିଁ। ଦୁଃଖର କଥା ଏବର୍ଷ ଯେଉଁଠାରେ ୧୦୦ ଗଛ ଲାଗିଛି, ଆର ବର୍ଷକୁ ପୁଣି ସେହି ସ୍ଥାନରେ ୧୦୦ ଗଛ ଲାଗୁଛି। ତେବେ କିଛି ବି ସଫଳତା ଆମେ ପାଇପାରୁନାହିଁ। ଖାଲି ସରକାରୀ ଅର୍ଥର ବିନିଯୋଗ ହେଉଛି। ନିଜ ଘରେ ଗଛଟିଏ ଲଗାଇଲେ ଯେପରି ତା’ର ଯତ୍ନ ନେଉଛୁ, ସରକାର ମଧ୍ୟ ଯେତେ ଗଛ ଲଗାଉଛନ୍ତି ସେଗୁଡିକର ଉପଯୁକ୍ତ ଯତ୍ନନେଲେ, ବନୀକରଣ ସଫଳ ହେବା ସହିତ ପରିବେଶ ପ୍ରଦୂଷଣକୁ ବହୁ ପରିମାଣରେ ରୋକାଯାଇ ପାରନ୍ତା। ଆମେ ସମସ୍ତେ ଖାଲି ଗଛପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛେ। ପାଟିରେ ଖାଲି ମିଠା କଥା କହୁଛେ। ଗଛକୁ ନେଇ ଅନେକ କାହଣୀ ତିଆରିକରି ପାରୁଛେ, କିନ୍ତୁ ବାସ୍ତବ ଚିତ୍ର ଅଲଗା। ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପରିବେଶ କଥା ଚିନ୍ତା କରିବା କଥା। ପରିବେଶକୁ ନେଇ ବୈଜ୍ଞାନିକମାନେ ଯେଉଁ ଆକଳନ କଲେଣି, ଆଗାମୀ କିଛି ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୫୦ ଡିଗ୍ରୀ ପାର ହୋଇ ଶୀର୍ଷକୁ ଛୁଇଁବ। ସବୁ କାମକୁ ପଛରେ ପକାଇ, ଗଛ ଲଗାଇବା ଓ ତା’ର ଉପଯୁକ୍ତ ଯତ୍ନ ନେବାକୁ ପ୍ରାଧାନ୍ୟ ଦେବା ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟହେବା ଆବଶ୍ୟକ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ:୯୯୩୮୭୫୮୩୫୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?