ରେଭ୍‌ ପାର୍ଟି ଉପରେ କଡ଼ା ନଜର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପାର୍ବଣ ଭିଡ଼ ଓ ସଂକ୍ରମଣ ଏଡ଼ାଇବା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ହେବ। ତେବେ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ପୂଜା କଟକଣାକୁ କଡ଼ାକଡ଼ି କରିବ କମିଶନରେଟ ପୋଲିସ। ଏଥିପାଇଁ ପୋଲିସ ପୂରା ସଜାଗ ରହିଥିବାବେଳେ ଆସନ୍ତା ୧୧ ତାରିଖରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଦୋକାନ ବଜାର, ମଲ୍‌, ବାର୍‌ ଆଦି ବନ୍ଦ ରହିବ। ବିଶେଷକରି ବିଭିନ୍ନ ବାର୍‌ ଓ ହୋଟେଲରେ ଚାଲୁଥିବା ରେଭ୍‌ ପାର୍ଟି ଉପରେ କଡ଼ା ନଜର ରହିବ। ଯେଉଁମାନେ ଆଇନକୁ ହାତକୁ ନେବେ ଓ ଅମାନ୍ୟ କରିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଶନିବାର ପୋଲିସ ସେବା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କମିଶନର ପ୍ରିୟଦର୍ଶୀ କହିଛନ୍ତି, ସମସ୍ତ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଜୀବନ ଆଗ ପାର୍ବଣ ପଛ। ପୂଜା ମଣ୍ଡପ ଚାରିପଟେ କପଡା ଢଙ୍କାଯିବା ସହ ୭ ଜଣରୁ ଅଧିକ ଲୋକ ପୂଜା ମଣ୍ଡପରେ ନ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ସେହିପରି ପୂଜା ମଣ୍ଡପ ଭିତରେ ଆଲୋକ ସଜ୍ଜାରେ କୌଣସି କଟକଣା ରହିନାହିଁ। ମାତ୍ର ପୂଜା ମଣ୍ଡପ ବାହାରେ କୌଣସି ଆଲୋକ ତୋରଣ ସଜାଯିବ ନାହିଁ କି ଡାକବାଜି ଯନ୍ତ୍ର ବଜେଇ ପାରିବେ ନାହିଁ। ଏଥିସହ ପୂଜା ପରେ ଭସାଣି ନେଇ କୌଣସି ପ୍ରସେଶନ କରାଯିବ ନାହିଁ। କୋଭିଡ୍‌ କଟକଣା ଭିତରେ ଭସାଣି କିପରି ସୁରୁଖୁରୁରେ କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ଅତୀତରେ ଆମେ ଟୁଇନ୍‌ ସିଟିବାସୀ ଯେପରି ଭାବେ କୋଭିଡ୍‌ କଟକଣା ଓ ନାଇଟ କର୍ଫ୍ୟୁକୁ ପାଳନ କରୁଥିଲେ, ଚଳିତଥର ସମାନ ଭାବେ କଡାକଡି ପାଳନ କରିବା। ଏହାର ଏକମାତ୍ର ଲକ୍ଷ୍ୟ ହେଉଛି କୋଭିଡ୍‌ ମହାମାରୀର ପ୍ରକୋପକୁ କିପରି ହ୍ରାସ କରିବା। ଏବେବି ଅନେକ ସ୍ଥାନରେ କୋଭିଡ୍‌ ମାମଲା ଦେଖିବାକୁ ମିଳୁଛି। ତେଣୁ ଟୁଇନ୍‌ ସିଟିବାସୀ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି। ହେଲେ ଯେଉଁମାନେ ଅମାନିଆ ହେବେ, ରେଭ୍‌ ପାର୍ଟିରେ ଆଇନ ଉଲ୍ଲଂଘନ ହେଉ ବା ଦାଦାବଟି ଆଦାୟ ସହ ଆପରାଧିକ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ମଧ୍ୟ ବହୁ ଉଲ୍ଲଂଘନକାର ବନ୍ଧା ହୋଇଛନ୍ତି। ଆଗକୁ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri