Posted inଜାତୀୟ

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ: ପ୍ରଥମେ ଆସିଲେ ଚାଇନା ଅତିଥି

ଆଗ୍ରା,୨୧ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ପାଖାପାଖି ୬ ମାସ ହେବ ବନ୍ଦ ହୋଇ ରହିଥିଲା ତାଜମହଲ । ଏବେ ତାଜମହଲ ଖୋଲିଥିବା ବେଳେ କରୋନା କଟକଣା ମାନି ପର୍ଯ୍ୟଯକଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଛି । ସୋମବାର ତାଜମହଲ ଖୋଲିବା ପରେ ଜଣେ ଚାଇନା ପର୍ଯ୍ୟଟକ ପ୍ରଥମେ ତାଜମହଲ ପରିଦର୍ଶନ କରିବାକୁ ଯାଇଥିବା କୁହାଯାଉଛି । ଏଠାକାର ଟିକେଟ କାଉଣ୍ଟର ବନ୍ଦ ଥିବା ବେଳେ ଅନ୍‌ଲାଇନରେ ଟିକେଟ କରିବାକୁ ପଡୁଛି । ତାଜମହଲର କବର କକ୍ଷରେ ଏକାଥରେ କେବଳ ୫ ଜଣ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଉଛି । ଡିଜିଟାଲ ମାଧ୍ୟମରେ ଏଠାରେ ସମସ୍ତ କାର୍ଯ୍ୟ କରାଯାଉଛି । ତାଜମହଲ ତିଆରି ହେବା ଦିନରୁ ଇତିହାସରେ ପ୍ରଥମଥର ଲାଗି ୧୭ ମାର୍ଚ୍ଚ ୨୦୨୦ରୁ ୨୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ତାଜମହଲ ପରିସରରେ ସୋସିଆଲ ଡିଷ୍ଟାନସିଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିରୁ ଅନୁମାନ କରାଯାଉଛି କି ଭାରତୀୟ ଏବେ କରୋନା ଭାଇରସ ସହ ମିଶି ଚଳିବା ଶିଖିଗଲେଣି । ଏବେ ସେଠାରେ ଏକାଠି ହୋଇ ଫଟୋ ଉଠାଇବାକୁ ମଧ୍ୟ ଅନୁମତି ମିଳି ନାହିଁ । ଏହାସହ ସେଠାକାର, ରେଲିଂ, ପ୍ରାଚୀରକୁ ମଧ୍ୟ ଛୁଇଁବାକୁ ବାରଣ କରାଯାଇଛି । ମଝିରେ ମଝିରେ ତାଜମହଲ ପରିସରକୁ ସାନିଟାଇଜ କରାଯାଉଛି । ଏବେ ଗୋଟିଏ ଦିନରେ ପାଖାପାଖି ୫ ହଜାର ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିବାର ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri