Odisha Elections 2024

ନ୍ୟୁୟର୍କ ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି, ଚାଇନା କହିଲା ସାର୍ବଭୌମତ୍ୱ କଥା…

ନ୍ୟୁୟର୍କ,୧୪।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଭାରତ ଏବଂ ଆମେରିକା ମଧ୍ୟ ତାଇୱାନର ସପକ୍ଷରେ ମତ ରଖିଛନ୍ତି। ଏଥି ସହିତ ତାଇୱାନର ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ ୱିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ଚାଇନା ନିନ୍ଦା କରିଛି।
ୱିଲିୟମ ଲାଇଙ୍କ ଆମେରିକା ଗସ୍ତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାଇନା ଆହ୍ବାନ କରିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ଉପରେ ଚାଇନା ନଜର ରଖିଛି ବୋଲି କହିଛି।

ପାରାଗୁଏ ବାଟଦେଇ ଲାଇ ଆମେରିକାରେ ପହଞ୍ଚିଥିଲେ। ଏଠାରେ ସେ ଅଗଷ୍ଟ ୧୫ ରେ ସାଣ୍ଟିଆଗୋ ପେନାଙ୍କ ଉଦଘାଟନୀ ଉତ୍ସବ ଦେଖିବେ। ଲାଇ ଶନିବାର ନ୍ୟୁୟର୍କରେ ପହଞ୍ଚିଥିଲେ। ଦକ୍ଷିଣ ଆମେରିକାରେ ତାଇୱାନର ଏକମାତ୍ର ସହଯୋଗୀ ହେଉଛି ପାରାଗୁଏ ।
ତାଇୱାନର ଉପରାଷ୍ଟ୍ରପତିଙ୍କ ଗସ୍ତରୁ ଉତ୍ପନ୍ନ ପ୍ରତ୍ୟେକ ପରିସ୍ଥିତିର ବିକାଶ ଉପରେ ଚାଇନା ନଜର ରଖିଛି। ଜାତୀୟ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ଦୃ ଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି।
ଲାଇଙ୍କ ଆମେରିକା ଗସ୍ତର କିଛି ସମୟ ପରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକା ଏବଂ ତାଇୱାନ ମଧ୍ୟରେ ଯେକୌଣସି ସରକାରୀ କଥାବାର୍ତ୍ତାକୁ ଆମେ ବିରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧୫ା୫: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ...

ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ...

ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।...

ତୃତୀୟଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବେ ମୋଦି: ପାକିସ୍ତାନ ବଂଶୋଦ୍ଭବଙ୍କ ଭବିଷ୍ୟବାଣୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୫।୫: ପାକିସ୍ତାନୀ ବଂଶୋଦ୍ଭବ ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ବାଲଟିମୋରରେ ରହୁଥିବା ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ସାଜିଦ ତାର...

ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୫: ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri