ପ୍ରସ୍ତୁତ ହେଉଛି ତାଇଓ୍ବାନ

ବେଜିଂ/ତାଇପେଇ, ୧୦ା୮: ଆମେରିକା ସହ ରୁଷିଆର ତିକ୍ତତା ବୃଦ୍ଧି ଏବଂ ୟୁକ୍ରେନ୍‌କୁ ନାଟୋରୁ ଦୂରେଇ ରଖି ପଡୋଶୀ ରାଷ୍ଟ୍ର ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ମସ୍କୋ ଏହି ପୂର୍ବ ୟୁରୋପୀୟ ଦେଶରେ ଆକ୍ରମଣ ଜାରି ରଖିଛି। ଏବେ ଅନୁରୂପ ଭବିଷ୍ୟତ ଆଶଙ୍କାରେ ରହିଛି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ତାଇଓ୍ବାନ। ଏହି ଦ୍ୱୀପକୁ ନିଜର ବୋଲି ଚାଇନା ଦାବି କରୁଆସୁଥିବାବେଳେ ଗତ ୩ ତାରିଖରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ବେଜିଂ ଆକ୍ରୋଶମୂଳକଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ତାଇଓ୍ବାନ ଚାରିପଟେ ଚାଇନା ସେନା ଘେରି ରହିଥିବାବେଳେ ବେଜିଂ ଯୁଦ୍ଧ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ତାଇପେଇ। ଏଥିସହ ନିଜ ଗଣତନ୍ତ୍ର ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ତାଇଓ୍ବାନ ମଙ୍ଗଳବାର ଦେଶର ଦକ୍ଷିଣପ୍ରାନ୍ତରେ ଥିବା ପିଙ୍ଗ୍‌ଟଙ୍ଗ୍‌ଠାରେ ସମରାଭ୍ୟାସ ଆରମ୍ଭ କରିଛି।
ବିଶ୍ୱ ୟୁକ୍ରେନ୍‌ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଚଳାଇଥିବା ଧ୍ୱଂସଲୀଳାକୁ ଦେଖୁଥିବାବେଳେ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ତାଇଓ୍ବାନ ଦଖଲର ମହତ୍ତାକାଂକ୍ଷା ପୂରଣ ପାଇଁ ରଣନୀତି କାର୍ଯ୍ୟକାରୀ କରିବା ଯୋଜନା ଆରମ୍ଭ କରିଛନ୍ତି। ଆର୍ଥିକ ଓ ସାମରିକ ଦୃଷ୍ଟିରୁ ପୂର୍ବାପେକ୍ଷା ନିଜକୁ ଅଧିକ ମଜଭୁତ କରିଥିବା ଚାଇନା ଏବେ ତାଇଓ୍ବାନ ଉପରେ ଚାପ ପକାଇ ‘ଆର୍ଟ ଅଫ୍‌ ଓ୍ବାର’ ଢଙ୍ଗରେ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଇବାକୁ ଉଦ୍ୟମ କରୁଛି। କିନ୍ତୁ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବା ଏକ ସମ୍ଭାବନାଠାରୁ ଅଧିକ। କାରଣ ଆବଶ୍ୟକ ପଡ଼ିଲେ ଏହି ଦ୍ୱୀପକୁ ଜୋରଜବରଦସ୍ତ ମୁଖ୍ୟ ଚାଇନା ଭୂମି ସହ ମିଶାଯିବ ବୋଲି ପୂର୍ବରୁ ଜିନ୍‌ପିଙ୍ଗ୍‌ କହିଆସିଛନ୍ତି। ତାଇପେଇ ଉପରେ ବେଜିଂ ଆକ୍ରମଣ କଲେ ଏହା ଆଗରେ ୟୁକ୍ରେନ୍‌ ଯୁଦ୍ଧ ଫିକା ପଡ଼ିଯିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚାଇନା ଏହାର ସାମରିକ ଶକ୍ତିକୁ ଯଥେଷ୍ଟ ବଢ଼ାଇବା ସହ ସମୁଦ୍ରରେ ଖୁବ୍‌କମ୍‌ ସମୟ ମଧ୍ୟରେ ବହୁସଂଖ୍ୟାରେ ଯୁଦ୍ଧପୋତ ମୁତୟନ କରିପାରିଛି। ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) କ୍ରମାଗତଭାବେ ତାଇଓ୍ବାନ ନିକଟରେ ମିଶାଇଲ ପରୀକ୍ଷଣ ସହ ସମରାଭ୍ୟାସ ଜାରି ରଖିଛି। ବହୁବାର ଚାଇନାର ବାୟୁସେନା ବିମାନ ତାଇଓ୍ବାନ ବାୟୁସୀମା ଭେଦ କରି ଉଡ଼ାଣ ଭରିଛି। ବିଗତ ଦଶନ୍ଧିରେ ଚାଇନାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ନୌସେନା ଏବଂ ମିଶାଇଲ ଫୋର୍ସ ବଢ଼ାଇବା ଆଦି ଦିଗରେ ବେଜିଂ ବେଶ୍‌ ଆଗେଇଛି। ଏହାର ଟେକ୍ନୋଲୋଜିକୁ ଅଧିକ ସୁଦୃଢ଼ କରିଛି। ଚାଇନା ଲିଡରଙ୍କ ପ୍ରମୁଖ ସ୍ବପ୍ନ ମଧ୍ୟରେ ତାଇଓ୍ବାନ ଦଖଲ, ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମ୍ପୂର୍ଣ୍ଣ କବ୍‌ଜା, ସବୁଠାରୁ ବଡ଼ ଅର୍ଥନୀତିର ଦେଶ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?