ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ତାଇଓ୍ବାନ ଆଗ୍ରହୀ…

ନୂଆଦିଲ୍ଲୀ/ତାଇପେ,୯।୧୦ : ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ତାଇୱାନ ମଧ୍ୟ ଆଗକୁ ଆସିଛି। ତାଇୱାନ କହିଛି ଯେ ଦୁଇ ଦେଶ ବର୍ତ୍ତମାନ ଯଥାଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିରେ ଆଗକୁ ବଢ଼ିିବା ଉଚିତ ଏବଂ ଏହାକୁ ଚୂଡ଼ାନ୍ତ ରୂପ ଦେବା ଜରୁରୀ। ତାଇୱାନର ରାଷ୍ଟ୍ରଦୂତ ବୈଶୁଆନ ଗେର କହିଛନ୍ତି ଯେ ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗରେ ଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳା ବିକାଶ କରିବ ।

ସେ କହିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା, ୫ ଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଏଭଳି ପରିସ୍ଥିତିରେ ତାଇୱାନ ଭାରତ ସହିତ ନିଜର ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି। ତାଇୱାନର ଦୂତ କହିଛନ୍ତି ଯେ ତାଇୱାନ ଭାରତ ସମେତ ଅନ୍ୟାନ୍ୟ ସମାନ ଦେଶ ସହିତ ଏଫଟିଏରେ ଆଗକୁ ବଢୁଛି।

ତାଇୱାନର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ଏହା ଉପରେ ଆକ୍ରମଣାତ୍ମକ ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି। ତାଇଓ୍ବାନ ରାଷ୍ଟ୍ରପତି ତାସାଇ ଓ୍ବିଙ୍ଗ ଓ୍ବେନ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତିକୁ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି।

ତାଇୱାନ ହେଉଛି ସେମିକଣ୍ଡକ୍ଟରର ଏକ ଅଗ୍ରଣୀ ଉତ୍ପାଦକ। ଅନେକ ତାଇୱାନ କମ୍ପାନୀ ମଧ୍ୟ ଭାରତର ୭୬ ହଜାର କୋଟି ଟଙ୍କା ପିଏଲଆଇ ଯୋଜନାରେ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା

ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ...

ଜଳପ୍ରଳୟରୁ ବଞ୍ଚାଇଥିବା ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ସାଙ୍ଗଲି,୧୨।୮: ଗତ କିଛି ଦିନ ହେବ ମହାରାଷ୍ଟ୍ର ସାଙ୍ଗଲିରେ ବନ୍ୟା ବିତ୍ପାତ ଦେଖାଦେଇଛି। ସେଠାରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ଲୋକଙ୍କୁ...

୫୦ ବର୍ଷରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ, କହିଲେ-ମୁଁ ବହୁତ ଖୁସି

ନୂଆଦିଲ୍ଲୀ,୧୩।୧୨: ଦୁଇ ବର୍ଷର ହୋଇଥିବା ବେଳେ ପିତାଙ୍କୁ ହରାଇଥିଲେ। ହେଲେ ତାଙ୍କ ମା’ କେବେହେଲେ ତାଙ୍କୁ ପିତାର ଅଭାବ ଜାଣିବାକୁ ଦେଇ ନ ଥିଲେ। ଜୀବନରେ...

ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରି ଯୁବକ ଗିରଫ

ଲଣ୍ଡନ,୧୪ା୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମାରୋହ ଚାଲିଥିବାବେଳେ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମହାରାଣୀଙ୍କ କଫିନ୍‌...

ଷଡ଼ଯନ୍ତ୍ର ମୋତେ ରୋକି ପାରିବ ନାହିଁ: ମମତା

କୋଲକାତା,୧୬।୩: କୌଣସି ଷଡ଼ଯନ୍ତ୍ର ତାଙ୍କୁ ରାଜ୍ୟରେ ନିର୍ବାଚନ ପ୍ରଚାରରୁ ଅଟକାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର...

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ...

ବଳାତ୍କାର ଭିଡିଓ ପୋଷ୍ଟକଲେ ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ରୋମ, ୨୪ା୮: ଇଟାଲୀର ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଦକ୍ଷିଣପନ୍ଥୀ ନେତ୍ରୀ ଜିଓରଜିଆ ମେଲୋନି ଟୁଇଟରରେ ୟୁକ୍ରେନୀୟ ମହିଳାଙ୍କ ବଳାତ୍କାର ଭିଡିଓ ପୋଷ୍ଟ କରି ବିବାଦରେ ଫସିଛନ୍ତି।...

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ...

Advertisement
Archives

Model This Week